Brusha Rashi, Rasifala 2021 – ଜାଣନ୍ତୁ ଆପଣଙ୍କ ଜୀବନରେ ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ବନ୍ଧୁଗଣ ଆଜି ଆସନ୍ତୁ ଆମେ ଏହି ଲେଖାରେ ଜାଣିବା ବୃଷ ରାଶିପାଇଁ ବର୍ଷ 2021 କିପରି ରହିବ । ବୃଷରାଶି ବିଶିଷ୍ଟ ବ୍ୟକ୍ତିଙ୍କର ଧନର ସ୍ଥିତି , ସ୍ୱାସ୍ଥ୍ୟର ସ୍ଥିତି , କ୍ୟାରିୟର , ଭଲପାଇବାର ସ୍ଥିତି , ଚାକିରି, ବୈବାହିକ ଜୀବନ , ବେପାର ବାଣିଜ୍ୟର ସ୍ଥିତି , ପ୍ରେମ ବିବାହର ସ୍ଥିତି ଓ ସନ୍ତାନ ମାନଙ୍କର ସ୍ଥିତି ବିଷୟରେ ଆମେ ଆଜି ଆଲୋଚନା କରିବା । ଏହି ସବୁ ଜାଣିବା ପାଇଁ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଚାଲନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତି ଓ ମହିଳାଙ୍କ ବିଷୟରେ କି ୨୦୨୧ ବର୍ଷ ଟି ଏମାନଙ୍କ ପାଇଁ କିପରି ରହିବ ।

ବୃଷ ରାଶିର ବ୍ୟକ୍ତି ମାନେ ପରିଶ୍ରମୀ ଓ ସମାଜ ସେବି ମଧ୍ୟ ହୋଇଥାନ୍ତି ସମାଜ ପ୍ରତି ଏମାନଙ୍କର ହୃଦୟ ସର୍ବଦା ପ୍ରସ୍ତୁତ ଥାଏ । ସେବା , ମନ୍ଦିର , ସାଙ୍ଗଠନିକ କାର୍ଯ୍ୟ , ଭୋଜିଭାତ ସମସ୍ତ କାର୍ଯରେ ସହଯୋଗ କରିଥାନ୍ତି । ବାପା ମା’ଙ୍କର ସେବା କରିଥାନ୍ତି , ବନ୍ଧୁବାନ୍ଧବଙ୍କର ମଧ୍ୟ ସେବା କରିଥାନ୍ତି । ସେବାରେ କେବେ ବି କମ କରି ନଥାନ୍ତି ।

ଶିକ୍ଷିତ ମଧ୍ୟ ହୋଇଥାନ୍ତି , କିନ୍ତୁ ପୁରୁଷ ଓ ମହିଳା ମାନଙ୍କର ଦାମ୍ପତ୍ୟ ଜୀବନ ସେତେ ଭଲ ହୋଇନଥାଏ । କ୍ୟାରିୟରର ବହୁତ ଶୀର୍ଷରେ ପହଞ୍ଚି ମଧ୍ୟ ଡାଉନ ହୋଇଯାଇଥାନ୍ତି । ଏଥିପାଇଁ କଣ କରିବାକୁ ହେବ ଆସନ୍ତୁ ଜାଣିବା । ବୃଷ ରାଶିର ପୁରୁଷ ଓ ମହିଳାଙ୍କ ମାନଙ୍କ ଦମ୍ପତ୍ୟ ଜୀବନ ଭଲ ହୋଇନଥାଏ, ଏମାନେ ସମାଜ ସେବା କରିବା ପାଇଁ ନିଜର ଧନ , ମନ ସବୁକିଛି ଲୁଟି ଦେଇଥାନ୍ତି । ତେଣୁ ନିଜ ଜୀବନସାଥି ପାଇଁ ଅଧିକ ସମୟ ଦେଇପାରନ୍ତି ନହିଁ ତେଣୁ ଦାମ୍ପତ୍ୟ ଜୀବନ ଅଶାନ୍ତ ଥାଏ । ଏଣୁ 2021 ମସିହାରେ ବୃଷ ରାଶିର ପୁରୁଷ ଓ ମହିଳାମାନେ ପରିବାର ପାଇଁ ସମୟ ଦିଅନ୍ତୁ ।

ସେମାନଙ୍କୁ କିଛି ଉପଦେଶ ମଧ୍ୟ ଦିଅନ୍ତୁ । 2021 ରେ ଆପଣଙ୍କର ମାତାପିତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ରହିପାରେ । ଏହା ଦ୍ଵାରା ବାରମ୍ବାର ମେଡିକାଲ କିମ୍ବା ଡାକ୍ତରଙ୍କର ପରାମର୍ଶ ନେବାକୁ ପଡିପାରେ । ବୃଷ ରାଶିର ପୁରୁଷ ଏବଂ ମହିଳା ମାନଙ୍କର ଦାନ୍ତ ସମ୍ବନ୍ଧୀୟ ରୋଗ ଦେଖା ଦେବ । ଆଖିର ସମସ୍ୟା ମଧ୍ୟ ଦେଖା ଦେଇପାରେ । 2021 ରେ ପୁରୁଷ ଏବଂ ମହିଳା ମାନଙ୍କର ଆର୍ଥିକ କ୍ଷେତ୍ରରେ ଇନ୍ନତି ହେବ । ଫସି ରହିଥିବା ଧନ କିମ୍ବା ଇନଭେସ୍ଟ କରିଥିବା ଧନ ଏ ବର୍ଷ ଆପଣଙ୍କୁ ମିଳିଯିବ ।

ଏହି ବର୍ଷ 2021 ମସିହା ଟି ଇନଭେସ୍ଟମେଣ୍ଟ ପାଇଁ ସବୁଠାରୁ ଶୁଭ ସମୟ ଅଟେ । ଏ ବର୍ଷ ଦୁରଯାତ୍ରା କରିବାର ଯୋଗ ବି ରହିଛି । ଜମି ବାଡି କ୍ଷେତ୍ରରେ ଲାଭ ମିଳିବ । ସନ୍ତାନ ମାନଙ୍କର ଶିକ୍ଷାରେ ମଧ୍ୟ ଉନ୍ନତି ଅଛି । ସେମାନେ ପୁରସ୍କୃତ ହୋଇ ପାରନ୍ତି । ଦାଂପତ୍ୟ ଜୀବନ ଏ ବର୍ଷ ଆପଣଙ୍କର ଭଲ ରହିବ । ନିଜ ଜୀବନ ସାଥିଙ୍କ ସହ ବସି ବିଚାର କରନ୍ତୁ । କିଛି ନୂଆ କରିବାର ଯୋଜନା କରନ୍ତୁ । ଏହା ଦ୍ଵାରା ବର୍ଷ ଟି ସଂପୂର୍ଣ୍ଣ ଭଲ ରହିବ ।

ଦାଂପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରନ୍ତୁ, ବିବାଦ ଆସିଲେ ବସି ପରସ୍ପର ସହିତ ଆଲୋଚନା କରି ଏହାର ବାଟ ଖୋଜନ୍ତୁ ଯାହା ଦ୍ଵାରା ଜୀବନ ସୁଖମୟ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ବର୍ଷ କିଛି ମାତ୍ରାରେ ଭଲ ରହିବ ନାହିଁ । କିନ୍ତୁ ବର୍ଷ ର ଶେଷ ଆଡକୁ ପ୍ରେମୀ ଯୁଗଳଙ୍କ ପାଇଁ ଭଲ ରହିଛି । କର୍ମ କ୍ଷେତ୍ରରେ ଯଦି କିଛି ପ୍ରସ୍ତୁତି କରିଥାନ୍ତି କିମ୍ବା ଯୋଜନା କରିଛନ୍ତି ତେବେ ବହୁତ ଭଲ ରହିବ । ବ୍ୟବସାୟ ପାଇଁ ମଧ୍ୟ ବହୁତ ଭଲ ସମୟ ଅଛି ।

ସରକାରୀ ଚାକିରି ଓ ପ୍ରମୋସନ ର ମଧ୍ୟ ଯୋଗ ରହିଛି । ଯଦି ଆପଣଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି ତେବେ ଘରେ କିମ୍ବା ବାହାରେ ପିମ୍ପୁଡି ମାନଙ୍କ ବସାରେ ପ୍ରତ୍ୟେକ ଦିନ କିଛି ନା କିଛି ଦାନା ପକାନ୍ତୁ । ଏହା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବ । ଯଦି ଆପଣ ଚାକିରି କରୁଛନ୍ତି କିମ୍ବା ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କର ବାଧା ଦୂର କରିବା ପାଇଁ ରବିବାର ଦିନ ବ୍ରତ ରଖନ୍ତୁ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ ।

ପ୍ରତ୍ୟେକ ରବିବାର ଦିନ ଆମିଷ ନ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଏବଂ ଆପଣଙ୍କୁ ନିଶ୍ଚିତ ଶୁଭଫଳ ପ୍ରଦାନ କରିବେ । ଆପଣ ସାଂସାରିକ ଜୀବନ, ଭଲ ପାଇବା ମାନ ସମ୍ମାନ ଚାକିରି ସବୁ କ୍ଷେତ୍ରରେ ସଫଳତା ପାଇବେ । ଦେଖିବାକୁ ଗଲେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ 2021 ବର୍ଷ ଟି ବହୁତ ଭଲ ରହିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *