ଓଡିଆ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କାଙ୍କ Family & Biography

ଆପଣମାନେ ପ୍ରଦ୍ଯୁମ୍ନ ଲେଙ୍କାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ କିଛି ଜାଣିଛନ୍ତି ? ଯଦି ଜାଣି ନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଫ୍ରେଣ୍ଡ୍ସ ପ୍ରଦ୍ଯୁମ୍ନ ଲେଙ୍କା ଓଡିଆ ସିନେମାର ଜଣେ ଫେମସ ଆକ୍ଟର ଅଟନ୍ତି । ତାଙ୍କ ଆକଟିଂ ବହୁତ ସୁନ୍ଦର ଅଟେ । ସେ ନିଜର ଆକଟିଂ ରେ ସମସ୍ତ ଚରିତ୍ର କୁ ଜୀବନ୍ତ କରି ଦିଅନ୍ତି । ଏଥିପାଇଁ ସେ ଓଡିଶାର ଜଣେ ସୁନାମ ଧନ୍ୟ କଳାକାର ଅଟନ୍ତି ।

ପ୍ରଦ୍ଯୁମ୍ନ ଲେଙ୍କା ପିଲା ବେଳରୁ ହିଁ ଆକଟିଂ ପ୍ରତି ରୁଚି ରଖୁଥିଲେ । ସେ ଅଭିନୟ କରିବାକୁ ବହୁତ ଭଲ ପାଉଥିଲେ । ଯଦି ଆମେ ତାଙ୍କ ଅସଲ ଜୀବନୀ ବିଷୟରେ କହିବା ତ ପ୍ରଦ୍ଯୁମ୍ନ ଲେଙ୍କାଙ୍କ ଜନ୍ମ 1953 ମସିହାରେ ହୋଇଥିଲା । ତାଙ୍କ ଜନ୍ମ ସ୍ଥାନ ହେଉଛି କଟକ ର ନିଆଳି ଅଞ୍ଚଳରେ ।

ତାଙ୍କ ବାପାଙ୍କ ନାମ ହେଉଛି ଅନ୍ତର୍ଯ୍ୟାମି ଲେଙ୍କା । ତାଙ୍କ ମା’ଙ୍କ ନାମ ହେଉଛି ଶୈଳବାଳା ଲେଙ୍କା । ସେ ପହଙ୍ଗା ବିଦ୍ୟାଳୟରେ ପାଠ ପଢିଥିଲେ ଓ ଏହା ପରେ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଦଶମ ଶିକ୍ଷାଲାଭ କରିଥିଲେ । ସେ ବନାରସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ପିଜି କରିଥିଲେ । ସେ ଏକାଧାରାରେ ଜଣେ ଆକ୍ଟର, ପ୍ରଫେସର ଓ ପ୍ରଡ୍ୟୁସର ମଧ୍ୟ ଅଟନ୍ତି ।

ତାରିଣୀ ଠାକୁରାଣୀ ମହା ବିଦ୍ୟାଳୟ ରୁ ଅଧ୍ୟାପକ ଜୀବନୀର ଆରମ୍ଭ କରିଥିଲେ । ଏହା ପରେ 2013 ମସିହାରେ ଅଳକା ମହାବିଦ୍ୟାଳରୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ପିଲା ଦିନରୁ ସେ ମଞ୍ଚ ନାଟକରେ ଅଭିନୟ କରୁଥିଲେ । ଜଣେ ଅଭିନେତା ହେବା ପାଇଁ ସେ ରୁଚି ରଖିଥିଲେ ।

ପ୍ରଦ୍ଯୁମ୍ନ ଲେଙ୍କା 1974 ମସିହାରେ ଅନ୍ନପୂର୍ଣ୍ଣା ଥିଏଟର ରେ ଅଭିନେତା ଭାବେ ଯୋଗ ଦେଇଥିଲେ । ଏହା ପରେ 1981 ମସିହାରେ ସରକାରୀ ପ୍ରଯୋଜକ ଭାବରେ ତାଙ୍କର ପ୍ରଥମ ଚଳଚିତ୍ର ପୂଜା ମୁକ୍ତିଲାଭ କରିଥିଲା ।

ସେ 100 ରୁ ଉର୍ଦ୍ଧ ଫିଲ୍ମ ଓ ସିରିଏଲ ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି । ତେବେ ଆପଣ ମାନଙ୍କୁ ତାଙ୍କର ଆକଟିଂ କିପରି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *