ନୋରା ଫତେହୀଙ୍କ ସହିତ ‘ଏକ ତୋ କମ ଜିନ୍ଦେଗାନି’ ର ଶୁଟିଙ୍ଗ ସମୟରେ ହେଲା କିଛି ଏମିତି କି…କାନ୍ଦି କାନ୍ଦି କହିଲେ ନିଜ ଦୁଃଖ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଆଇଟମ ଗାର୍ଲ ନୋରା ଫତେହୀଙ୍କୁ ନିଶ୍ଚୟ ଜାଣିଥିବେ । ହିନ୍ଦୀ ରିଆଲିଟି ସୋ ‘ବିଗବସ’ରେ ଆସିବା ପରେ ନୋରା ଗୋଟେ ପରେ ଗୋଟେ ସୁପର ହିଟ ଆଇଟମ ସଙ୍ଗ ରେ ନିଜର ଜଲବା ଦେଖାଇଥିଲେ । ବର୍ତ୍ତମାନ ନୋରା ହେଉଛନ୍ତି ବଲିଉଡର ହାଇ ବଜେଟ ଆଇଟମ ଗାର୍ଲ ମାନଙ୍କ ମଧ୍ୟରୁ ଜଣେ । ନୋରା ବହୁତ ଫିଲ୍ମରେ ନିଜ ନାଚ ମାଧ୍ୟମରେ ଲୋକ ମାନଙ୍କ ମନକୁ ଜିତି ସାରିଛନ୍ତି । ନୋରାଙ୍କ ପାଇଁ ବର୍ତ୍ତମାନ ବହୁତ ଅଭିନେତା ମାନେ ମଧ୍ୟ ପାଗଳ ଅଛନ୍ତି ।

ଏହି କିଛି ମାସ ପୂର୍ବରୁ ଏକ ଫିଲ୍ମ ଆସିଥିଲା ଯାହାର ନାମ ହେଉଛି ‘ମରଜାଭାଁ’ । ଏହି ଫିଲ୍ମରେ ମଧ୍ୟ ଏକ ଆଇଟମ ସଙ୍ଗ ରହିଛି ଯାହା ରିମେକ ହୋଇଛି । ସେହି ଗୀତଟି ହେଉଛି ‘ଏକ ତୋ କମ ଜିନ୍ଦେଗାନି’ । ଏହି ଗୀତରେ ନଜର ଆସିଛନ୍ତି ନୋରା ଫତେହୀ । ଏହାର ଏକ ବିଟିଏସ ଭିଡିଓ ଏହି କିଛି ଦିନ ତଳେ ନୋରା ନିଜର ୟୁଟ୍ଯୁବ ଚ୍ଯାନେଲରେ ସେୟାର କରିଥିଲେ ।

ନିଜର ୟୁଟ୍ଯୁବ ଚ୍ୟାନେଲରେ ନୋରା ପ୍ରାୟତଃ ବହୁତ ଭିଡିଓ ସେୟାର କରନ୍ତି । ହେଲେ ଏହି ଭିଡିଓରେ ନୋରା ବହୁତ କଷ୍ଟରେ ଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଭିଡିଓରେ ତାଙ୍କ ଆଖିରୁ ଲୁହ ଝରୁଥିବାର ମଧ୍ୟ ନଜର ଆସୁଛି ।

ଏହି ଭିଡିଓ ମାଧ୍ୟମରେ ନୋରା କହିଛନ୍ତି ଯେ, ମୋ ଶରୀର ସଂପୂର୍ଣ୍ଣ ରୂପେ କ୍ଳାନ୍ତ ହୋଇଯାଇଛି । ସେହି ଗୀତର ପ୍ରଥମ ଦିନର ସିଡ୍ୟୁଲରେ ନୋରା ଲଗାତାର ୬ ଘଣ୍ଟା ପର୍ଯ୍ୟନ୍ତ ଡ୍ୟାନ୍ସ କରିଥିଲେ । ଯାହାଫଳରେ ତାଙ୍କ ପୁରା ଶରୀରକୁ କଷ୍ଟ କଷ୍ଟ ଅନୁଭବ ହେଉଥିଲା । ସେ ଠିକ ଭାବରେ ଛିଡା ମଧ୍ୟ ହୋଇପାରୁ ନାହାନ୍ତି । ଏହା ଦ୍ଵାରା ସେ ଜାଣିପାରି ନଥିଲେ ଯେ ସେ ଏହାର ପରଦିନ ଡ୍ୟାନ୍ସ କରିପାରିବେ ନା ନାହିଁ ।

ହେଲେ ନୋରା ଡ୍ୟାନ୍ସ କରିବା ପାଇଁ ବହୁତ ଭଲ ପାନ୍ତି । ତାଙ୍କ ଫ୍ୟାନ୍ସ ମାନେ ନୋରାଙ୍କ ଡ୍ୟାନ୍ସ ପାଇଁ ନୋରାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ସେଥିପାଇଁ ନୋରା ସେହି ଡ୍ୟାନ୍ସକୁ କରିଥିଲେ ଓ ବହୁତ କଷ୍ଟରେ ସେହି ଡ୍ୟାନ୍ସକୁ କମ୍ପ୍ଲିଟ କରିଥିଲେ । ନୋରା ଏହା ମଧ୍ୟ ଲେଖିଥିଲେ, ମୋତେ ବହୁତ କଷ୍ଟ ହେଉଛି, ମୁ ଠିକ ସେ ଖାଇ ନାହିଁ ଏବଂ ମୁ ଠିକ ଭାବରେ ଛିଡା ମଧ୍ୟ ହୋଇ ପାରୁ ନାହିଁ ହେଲେ କିଛି ନାହିଁ ମୁଁ ଏହି ଡ୍ୟାନ୍ସକୁ କମ୍ପ୍ଲିଟ କରିବି ।

ତାଙ୍କର ଏହି ବିଟିଏସ ଭିଡିଓରୁ ଜଣା ପଡିଯାଉଛି ଯେ, ଏହି ସୁନ୍ଦର ଡ୍ୟାନ୍ସ କରୁଥିବା ଆଇଟମ ଗାର୍ଲ ନୋରା ଫତେହୀ ନିଜ ଡ୍ୟାନ୍ସ ପାଇଁ ବହୁତ କଡା ପରିଶ୍ରମ କରୁଛନ୍ତି । ନୋରା ନିଜର ଡ୍ୟାନ୍ସରେ ଏହି ଫିଲ୍ମକୁ ଏକ ନୂଆ ରୂପ ନ୍ଦେଇଛନ୍ତି । ସମସ୍ତେ ନୋରାଙ୍କର ଏହି ଆଇଟମ ସଙ୍ଗକୁ ଦେଖି ବହୁତ ପସନ୍ଦ କରିଛନ୍ତି । ତେବେ ନୋରାଙ୍କର ଆଇଟମ ଡ୍ୟାନ୍ସ ଆପଣଙ୍କୁ କେମିତି ଲାଗେ ଆମକୁ ଜଣାନ୍ତୁ ଓ ଭଲ ଲାଗୁଥିଲେ ଗୋଟିଏ ଲାଇକ କରନ୍ତୁ ଓ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *