ବିବାହ ବନ୍ଧନରେ ବାନ୍ଧି ହେବେ Ashwini ଓ Prerana, ଦେଖନ୍ତୁ କିପରି ଧୁମଧାମରେ କଲେ ନିର୍ବନ୍ଧ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ଆଙ୍କର ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ସରିଯାଇଛି । ଏବଂ ଏହି ନିର୍ବନ୍ଧ ବେସ ଧୂମଧାମରେ ପାଳନ ହୋଇଥିଲା । ଏଥିରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଯୋଗଦାନ କରିଥିଲେ । ଉଭୟଙ୍କର ଏକ ଆଲବମ ଗୀତ ଫଗୁଣରେ ଫଗୁଣ କିଛିଦିନ ପୂର୍ବେ ଖୁବ ଚର୍ଚ୍ଚାରେ ଆସିଥିଲା ।

ଏଥିରେ ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ତେବେ ଓଡିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇ ପ୍ରଥମେ ଉଭୟ ଉତ୍ତମ ବନ୍ଧୁ ଥିଲେ । ଏହା ପରେ ଧୀରେ ଧୀରେ ପରସ୍ପରଙ୍କ ପ୍ରେମରେ ପଡିଥିଲେ । ପ୍ରଥମ ଦେଖା ଗୋଟିଏ ଆଡ ସୁଟରେ ଦେଖାହୋଇଥିଲା ବୋଲି ଅଶ୍ଵିନୀ କହିଥିଲେ । ଏହାପରେ ପ୍ରାଏ ଦେଢବର୍ଷ ପରେ ଉଭୟ ଆଉ ଏକ ପ୍ରୋଜେକ୍ଟରେ ଦେଖା ହୋଇଥିଲେ ।

ଏହା ପରେ ଉଭୟଙ୍କୁ ଗୋଟେ ପରେ ଗୋଟେ ସୋ ମିଳିବାକୁ ଲାଗିଲା । ଫଳରେ ପରସ୍ପରଙ୍କ ମଧ୍ୟରେ ବନ୍ଧୁତା ଗଭୀର ହେବାକୁ ଲାଗିଲା । ଏହା ପରେ ବନ୍ଧୁତାରୁ କ୍ରମଶ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏହା ଏତେ ନିବିଡ ହେବାକୁ ଲାଗିଲା ଯେ ଉଭୟଙ୍କ ନାମରେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚା ହେବାକୁ ଲାଗିଲା । ତେବେ ବର୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।

ଦୀର୍ଘ ଦିନ ଧରି ରିଲେସନସିପର ଅପେକ୍ଷା ବର୍ତ୍ତମାନ ସମାପ୍ତ ହେବାକୁ ଯାଉଅଛି । ନିର୍ବନ୍ଧ ସମୟରେ ଅଶ୍ଵିନୀ ପ୍ରେରଣାକୁ ମୁଦି ପିନ୍ଧାଇବା ସମୟରେ ବହୁତ ଖୁସି ଥିବାର ନଜର ଆସିଛି । ନିଜ ମନର ମଣିଷକୁ ଭଲପାଇ ଶେଷରେ କେବଳ ତାଙ୍କୁ ହିଁ ବିବାହ କରିବାର ଅନୁଭୂତି କିଛି ନିଆରା ହିଁ ଥାଏ । ମୁଦି ପିନ୍ଧା ପରେ ଅଶ୍ଵିନୀ ଏବଂ ପ୍ରେରଣା ପରସ୍ପରକୁ କେକ କାଟି ଖୁଆଇଥିଲେ ।

ଉଭୟଙ୍କ ପରିବାର ସଦସ୍ୟ ଆଶୀର୍ବାଦ ଦେବା ସହିତ ଉଭୟଙ୍କ ଆଗାମୀ ବୈବାହିକ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଏହା ସହିତ ଉପସ୍ଥିତ ଥିବା ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ଏବଂ ଅହିନେତ୍ରୀ ମାନେ ମଧ୍ୟ କରତାଳି ସହିତ ଶୁଭକାମନା ଜଣାଇଥିଲେ । ଅଶ୍ଵୀନି ଏବଂ ପ୍ରେରଣା ଙ୍କ ସାଙ୍ଗ ମାନେ ମଧ୍ୟ ବେସ ଆନନ୍ଦ ଉଠାଇଥିଲେ ।

ପରିବାର ଏବଂ ସାଙ୍ଗସାଥିଙ୍କ ସହିତ ଫଟୋସୁଟ ମଧ୍ୟ କରିଥିଲେ । ତେବେ ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସ ମାନେ ବର୍ତ୍ତମାନ ବିବାହକୁ ନେଇ ଶୁଭକାମନା ଜଣାଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *