ଦେଖନ୍ତୁ କେମିତି ନିଜ ପୁଅର ଜନ୍ମଦିନ ଧୁମଧାମରେ ପାଳିଲେ ହିରୋଇନ Rachna Banerjee

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଏଭଳି କଳାକାର ମାନେ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ଓଲିଉଡ ଇଣ୍ଡଷ୍ଟ୍ରୀର ଅନିନେତ୍ରୀ ରଚନା ବାନାର୍ଜୀକୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ରାଜ କରିଛନ୍ତି । କଲିକତା ଭଳି ସହରରୁ ଆସିଥିବା ଏହି ହିରୋଇନ ଙ୍କ ଅଭିନୟରେ ଟିକିଏ ମଧ୍ୟ ଲଗୁନଥିଲା ଯେ ତାଙ୍କୁ ଓଡିଆ ଜଣା ନାହିଁ ବୋଲି ।

କାରଣ ସେ ଏଭଳି ଭାବରେ ନିଜର ଅଭିନୟକୁ ଶେଷ ପର୍ଯ୍ୟନ୍ତ ନିଖୁଣ ଭାବରେ ନିଭାଉଥିଲେ ଯେ ଦେଖିବା ଲୋକେ ଚାହିଁ ରହିଯାଉଥିଲେ । ରଚନା ଓଡିଆ ଚଳଚିତ୍ର ସମେତ ହିନ୍ଦୀ, ବଙ୍ଗଳା ତଥା ତାମିଲ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ରଚନା ନିଜ ପୁଅଙ୍କ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏଥିରେ ନିଜ ପୁଅଙ୍କୁ ସରପ୍ରାଇଜ ଦେବା ସହିତ ତାଙ୍କ ସାଙ୍ଗସାଥି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରି ଜନ୍ମଦିନ କୁ ଅତି ଧୁମଧାମରେ ପାଳନ କରିଥିଲେ ।

ରଚନା ବାନାର୍ଜୀଙ୍କ ଜନ୍ମ ୧୯୭୪ ମସିହା ଅକ୍ଟୋବର ୨ ତାରିଖରେ ହୋଇଥିଲା । ସେ କଲିକତା ସହରରେ ଜନ୍ମ ଗ୍ରହଣ କରିଥିଲେ । ରଚନା ୨୦୦୭ ମସିହାରେ ପ୍ରୋବଲ ବାସୁ ଙ୍କୁ ବିବାହ କରିଥିଲେ । କିନ୍ତୁ ସେ ତାଙ୍କ ସ୍ଵାମୀ ଙ୍କୁ ଛାଡପତ୍ର ଦେଇ ନିଜେ ସ୍ଵାଧୀନ ଭାବରେ ରହୁଛନ୍ତି । ରଚନାଙ୍କ ପୁଅ ଙ୍କ ନାମ ପ୍ରୋନିଲ ବାସୁ । ୧୯୯୦ ମସିହାରେ ରଚନା ମିସ କୋଲକାତା ଏବଂ ମିସ ବିଉଟିଫୁଲ ସ୍ମାଇଲ ନିଜ ଦକ୍ଷତାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

୧୯୯୪ ମସିହାରେ ସାଗର ଗଙ୍ଗା ଫିଲ୍ମରୁ ସେ ଓଡିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ । ସମୁଦାୟ ୨୫ରୁ ଉର୍ଦ୍ଧ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ୨୦୦୯ ମସିହାରୁ ସେ ଆଉ ଓଡିଆ ଚଳଚିତ୍ର କରିନାହାଁନ୍ତି । ମାତ୍ର ବେଙ୍ଗୋଲି ସିନେମା ଜଗତରେ ଏବେ ମଧ୍ୟ ଅଭିନୟ କରୁଛନ୍ତି । ଓଡିଆ ଫିଲ୍ମ ଜଗତରେ ସିଦ୍ଧାନ୍ତ ଏବଂ ରଚନା ଙ୍କ ଯୋଡି କୁ ସମସ୍ତେ ବେସ ପସନ୍ଦ କରନ୍ତି ।

ଉଭୟଙ୍କୁ ଦେଖିଲା ମାନେ ଦର୍ଶକେ କରତାଳି ସହିତ ସ୍ଵାଗତ କରିଥାନ୍ତି । ବେସ ଖୁସି ହୋଇଯାନ୍ତି । ତେବେ ବର୍ତମାନ ମଧ୍ୟ ଉଭୟଙ୍କୁ ଏକା ସହିତ ପରଦାରେ ଦେଖିବାକୁ ଅନେକ ଫ୍ୟାନ୍ସ ଚାହିଁ ବସିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *