ନିଜ ସ୍ଵାମୀଙ୍କ ଠାରୁ ମଧ୍ୟ ଅଧିକ ଧନୀ ଅଟନ୍ତି TV ର ଏହି 4 ଜଣ ଫେମସ Actress, କିନ୍ତୁ ମନରେ ନାହିଁ ଟିକେ ହେଲେ ବି ଗର୍ବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହା ସହିତ ଆପଣମାନେ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦେଖିଥିବେ । ଏହି ସିରିଏଲ ରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ କାରଣରୁ ବହୁତ ଫେମସ ଅଟନ୍ତି । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଏହା ସହିତ ତାଙ୍କର ଇନକମ ମଧ୍ୟ ବହୁତ ଅଧିକ ଅଟେ । ଏମିତି କି ସେମାନଙ୍କ ସ୍ବାମୀଙ୍କ ଠାରୁ ମଧ୍ୟ ସେ ଅଧିକ ଇନକମ କରନ୍ତି ଓ ଅଧିକ ପପୁଲର ଅତନ୍ତୁୟ କିନ୍ତୁ ତାଙ୍କ ମଧ୍ୟରେ ଟିକେ ହେଲେ ଗର୍ବ ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ସ୍ଵାମୀଙ୍କ ଠାରୁ ଅଧିକ ଧନୀ ଅଟନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଧନୀ ଅଭିନେତ୍ରୀ ମାନଙ୍କ ବିଷୟରେ ।

ଭାରତୀ ସିଂହ- ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର କମେଡି କ୍ଵିନ ଭାରତୀ ସିଂହଙ୍କୁ ନିଶ୍ଚୟ ଜାଣିଥିବେ । ଭାରତୀ ନିଜ କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ବହୁତ ମନୋରଞ୍ଜନ କରିଛନ୍ତି । ଦର୍ଶକ ମାନେ ମଧ୍ୟ ଭାରତୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି । ଭାରତୀ ନିଜ ସ୍ଵାମୀ ହର୍ଷ ଲିମ୍ବାଚିଆଙ୍କ ଠାରୁ ବହୁତ ଅଧିକ ପପୁଲାର ଅଛନ୍ତି । ଭାରତୀ ହର୍ଷଙ୍କ ଠାରୁ ଧନୀ ଅଟନ୍ତି । ହର୍ଷ ଭାରତୀଙ୍କ ସହ ବିବାହ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଭାରତୀ ଏତେ ପପୁଲାର ଓ ଧନୀ ହୋଇଥିଲେ ମଧ୍ୟ ତାଙ୍କର ତିଳେ ମାତ୍ର ଗର୍ବ ନାହିଁ ।

ସୋମ୍ୟା ଟଣ୍ଡନ- ‘ଭାବି ଜି ଘର ପେ ହେ’ ସିରିଏଲରୁ ପପୁଲାର ହୋଇଥିବା ଅଭିନେତ୍ରୀ ସୋମ୍ୟା ଟଣ୍ଡନଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସୋମ୍ୟା ନିଜ କଲେଜ ଲଭର ସୌରଭ ଦେବେନ୍ଦ୍ର ସିଂହଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ଲଭ ଅଫେୟାର ବହୁତ ସମୟ ପର୍ଯ୍ୟନ୍ତ ରହିଥିଲା । ଟିଭି ବ୍ଯତୀତ ସୋମ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସୋମ୍ୟା ବହୁତ ଫିଲ୍ମରେ ସାଇଡ ରୋଲ କରୁଥିବାର ନଜର ଆସିଛନ୍ତି । ବନ୍ଧୁଗଣ ସୋମ୍ୟା ତାଙ୍କ ସ୍ଵାମୀ ସୌରଭଙ୍କ ଠାରୁ ଅଧିକ ଧନୀ ଅଛନ୍ତି ।


ଦୀପିକା କକ୍କଡ- ‘ଶଶୁରାଲ ସୀମର କା’ ସିରିଏଲରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଦୀପିକା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଟିଭି ସିରିଏଲ ବ୍ଯତୀତ ଦୀପିକା ରିଲାଲିଟି ସୋ ‘ବିଗବସ ୧୨’ ଟାଇଟେଲ ମଧ୍ୟ ଜିତିଛନ୍ତି । ଦୀପିକାଙ୍କର ସ୍ଵାମୀ ହେଉଛନ୍ତି ସୋଏବ ଇବରାହିମ । ‘ଶଶୁରାଲ ସୀମର କା’ର ଅଭିନେତା ସୋଏବଙ୍କ ସହ ଦୀପିକା ବିବାହ କରିଛନ୍ତି । ଏହି କପଲକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଦୀପିକା ତାଙ୍କ ସ୍ଵାମୀ ସୋଏବଙ୍କ ଠାରୁ ଅଧିକ ଧନୀ ଅଟନ୍ତି ।

ଦିବ୍ୟଙ୍କା ତ୍ରିପାଠୀ- ‘ୟେ ହେ ମହବତେ’ ସିରିଏଲର ଅଭିନେତ୍ରୀ ଦିବ୍ୟଙ୍କା ହିନ୍ଦୀ ତେଇଭିଜନ ଇଣ୍ଡଷ୍ଟ୍ରିର ବହୁତ ବଡ ଷ୍ଟାର ଅଟନ୍ତି । ଦିବ୍ୟଙ୍କା ତାଙ୍କ ସ୍ଵାମୀ ବିବେକ ଧୟାଙ୍କ ଠାରୁ ଅଧିକ ଧନୀ ଅଟନ୍ତି । ଦର୍ଶକ ମାନେ ଦିବ୍ୟଙ୍କାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଦିବ୍ୟଙ୍କାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *