ନିଜ ସ୍ତ୍ରୀ କଥା କହି କାନ୍ଦି ପକେଇଲେ ଯାତ୍ରା Actor Gaura Das, କହିଲେ ‘ତାଙ୍କ ପାଇଁ ଆଜି ମୁଁ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଗୌର ଦାସଙ୍କୁ ନିଶ୍ଚୟ ଦେଖିଥିବେ । ଗୌର ଦାସଙ୍କ ସୁନ୍ଦର ଅଭିନୟ ଅଥବା କିଏ ଭୁଲିବ । ଯାତ୍ରା ଜଗତରେ ତାଙ୍କର ବହୁତ ବଡ ଅବଦାନ ରହିଛି । ସେ ଅନେକ ସୁପର ହିଟ ଯାତ୍ରାରେ ଅଭିନୟ କରି ସଫଳତା ହାସଲ କରିଛନ୍ତି ଓ ଗୌରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଗତ କିଛି ଦିନ ତଳେ ଗୌର ଏକ ସାକ୍ଷାତ୍କାର ଦେଇଥିଲେ ।

ସେହି ସାକ୍ଷାତ୍କାତରେ ଗୌର ନିଜ ପର୍ଶନାଲ ଲାଇଫ ବିଷୟରେ ଅନେକ କଥା କହିଥିଲେ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଗୌର ଦାସଙ୍କ ସେହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗୌର କହିଛନ୍ତି- ‘ମୋ ବଡ ଭାଇ କଲିକତା କର୍ପୋରେସନରେ କାମ କରୁଥିଲେ ।

ସେଠାରୁ ସେ ନାକ କରି ଆଣନ୍ତି ଆମ ଗାଁରେ ଏକ ବାସନ୍ତୀ ମଣ୍ଡପ ଅଛି ପ୍ରତି ବର୍ଷ ଦୂର୍ଗା ପୂଜାରେ ସେହି ବାସନ୍ତୀ ମଣ୍ଡପରେ ଯାତ୍ରା ହୁଏ । ପ୍ରଥମେ ବାପାଙ୍କର ନୃତ୍ୟ ନାଟିକା ହୁଏ ମୋ ବାପା ଜଣେ ଉସ୍ତାତ ଥିଲେ । ବାପାଙ୍କ ନାଁ ଶ୍ରୀ ଚରଣ ଦାସ ଓ ମାଙ୍କ ନାଁ ରାଧାରଣୀ ଦାସ’ । ଆଗକୁ ଗୌର କହିଛନ୍ତି- ‘ବାପା ନିର୍ଦେଶନା ଦେଇଥିଲେ ଲକ୍ଷ୍ମଣ ସତିଭେଦ ସେହି ନାଟକରେ ମୁ ହନୁମାନଙ୍କ ଭୂମିକା କରୁଥିଲି ସେତେବେଳେ ମୁ ଟିକେ ଗୁଲ ଗାଲିଆ ଥିଲି । ବାପା କହିଥିଲେ ତୁ ଯେମିତି ହେଲେ ସେ ଯଜ୍ଞ ଘରକୁ ଲିଭେଇବୁ ।

ଯଜ୍ଞ ଘରକୁ ଲିଭାଇ ପାଇଁ ଏକ ଭଙ୍ଗା ଟିଣ ଥିଲା ମୁ ଜାଣିଛି ସେଥିରେ ପାଣି ଅଛି ହେଲେ ସେଥିରେ କିରୋସିନ ଥିଲା ଯେତେବେଳେ ମୁ ପାଣି ଭାବି ତାକୁ ଢା-ଳି ଦେଲି ସେତେ ବେଳେ ଭୁଷ କିନା ନି-ଆଁ ଲା-ଗି ଗଲା ହାତରେ । ସେତେବେଳେ ମୋ ଦେହରେ ଘା-ହୋଇଗଲା ମାସେ ପାଖାପାଖି ମୁ ଘରେ ରହିଲି । ସେବେ ଠାରୁ ଏମିତି କଳା ଲାଗିଲା ଏ ପର୍ଯ୍ୟନ୍ତ ନାଟକ ଚାଲିଛି ଆଉ’ ।

ଆଗକୁ ଗୌର କହିଛନ୍ତି-‘ବାପା ମା ଚାଲି ଗଲେଣି ହେଲେ ସେମାନଙ୍କ ଅଭାବରେ ମୁ ଯାହାକୁ ପାଇଛି ସେ ମୋ ସ୍ତ୍ରୀ । ମୋ ନାଁ ଗୌର ମୋ ସ୍ତ୍ରୀ ନାଁ ହେଉଛି ଗୌରି । ଜଣେ ସଫଳ ମଣିଷ ପଛରେ ଏକ ନାରୀର ବଡ ଭୂମିକା ରହିଥାଏ ଏଣିକି ସେ ମା, ଭଉଣୀ କିମ୍ବା ସ୍ତ୍ରୀ ହୋଇପାରେ । ମୋ ସ୍ତ୍ରୀ ମୋତେ ବହୁତ ସପୋର୍ଟ କରିଛି । ମୋ ବଡ ପୁଅ ଇଞ୍ଜିନିୟର ଓ ମୋ ସାନ ପୁଅ ଦଶମ ପଢୁଛି । ତା ପାଇଁ ଆଜି ମୋ ଘର ସୁଖ ଶାନ୍ତିରେ ଚାଲିଛି । ମୋ ଆଖିରୁ ଲୁହ ଗଡି ଯାଉଛି ମୁ ତା ରୁଣ କେବେ ବି ଶୁଜି ପାରିବି ନାହିଁ’ ।

Leave a Reply

Your email address will not be published. Required fields are marked *