ଦିନେ ବହୁତ ରାଗି ଯାଇଥିଲେ ବାପା ଯେତେବେଳେ ଘରେ ଜନ୍ମ ହେଲେ 4 ଟି ଝିଅ, ଆଜି ସେହି 4 ଝିଅ କରୁଛନ୍ତି Bollywood ରେ ରାଜ

ବନ୍ଧୁଗଣ ଆମ ଭାରତରେ ଅଧିକାଂଶ ଲୋକ ପୁତ୍ର ସନ୍ତାନ ପ୍ରାପ୍ତ କରିବା ପାଇଁ ଇଛା କରନ୍ତି । ପୁତ୍ର ସନ୍ତାନ ପ୍ରାପ୍ତ କରିବାର ମୁଖ୍ୟ କାରଣ ହେଉଛି ବଂଶ ବୃଦ୍ଧି । ହେଲେ ବନ୍ଧୁଗଣ ଦୁନିଆରେ ନାରୀର ମହତ୍ଵ ବହୁତ ଅଧିକ ରହିଛି । ନାରୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗରେ ପରିଣତ କରିଥାଏ । ଏମିତିରେ ଆଜି ମଧ୍ୟ ଅନେକ ଲୋକ ଝିଅ ଜନ୍ମ ହେବା କାରଣରୁ ନିରାଶ ହୋଇଯାଉଛନ୍ତି ।

ଲୋକମାନଙ୍କର ଏହି ଚିନ୍ତା ଧାରା ପାଇଁ ସେମାନେ କେବେ ବିକାଶ ଦିଗକୁ ଗତି କରିପାରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଘରେ ଚାରୋଟି ଝିଅ ଜନ୍ମ ହେବାରୁ ସେ ବହୁତ ସମୟ ପର୍ଯ୍ୟନ୍ତ ନିରାଶ ହୋଇଯାଇଥିଲେ । ହେଲେ ଆଜି ସେହି ଚାରି ଜଣ ଝିଅ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ଆପାନ ମାନେ ସମସ୍ତେ ମୋହନ ସିଷ୍ଟରସଙ୍କ ବିଷୟରେ ନିଶ୍ଚୟ ଜାଣି ଥିବେ । ଯେତେବେଳେ ଏହି ଚାରି ଭଉଣୀ ଜନ୍ମ ହେଲେ ସେତେବେଳେ ତାଙ୍କ ବାପା କିଛି ସମୟ ପାଇଁ ନିରାଶ ହୋଇଗଲେ ହେଲେ ଆଜି ଏମାନେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନୀତି ମୋହନ । ନୀତିଙ୍କ ଜନ୍ମ ୧୮ ନଭେମ୍ବର ୧୯୭୯ ମସିହାରେ ହୋଇଥିଲା । ନୀତି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ନୀତି ଅନେକ ସୁପର ହିଟ ଗୀତ ଗାଇବା ସହ ଅନେକ ରିଆଲିଟି ସୋରେ ହୋଷ୍ଟ ମଧ୍ୟ ହୋଇଛନ୍ତି ।

ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶକ୍ତି ମୋହନ । ଶକ୍ତି ମୋହନ ବର୍ତ୍ତମାନ ଡ୍ୟାନ୍ସ ପ୍ଲସ ରିଆଲିଟି ସୋରେ ହୋଷ୍ଟ ଅଛନ୍ତି । ସେ ଅନେକ ବଲିଉଡ କଳାକାର ମାନଙ୍କୁ ଡ୍ୟାନ୍ସ ଶିଖାନ୍ତି । ଶକ୍ତି ବଲିଉଡର ଅନେକ ସୁପର ହିଟ ଫିଲ୍ମ ଗୀତରେ କରିୟୋଗ୍ରାଫି କରିଛନ୍ତି । ଶକ୍ତି ବହୁତ ଭଲ ଡ୍ୟାନ୍ସ କରନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମୁକ୍ତି ମୋହନ । ବନ୍ଧୁଗଣ ମୁକ୍ତି ଅନେକ ରିଆଲିଟି ସୋରେ ଭାଗ ନେଇଛନ୍ତି । ସେ ବି ନିଜ ବଡ ଭଉଣୀ ଶକ୍ତି ମୋହନଙ୍କ ପରି ବହୁତ ଭଲ ଡ୍ୟାନ୍ସ କରନ୍ତି । ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଯେଉଁଥିରେ ସେ ଡ୍ୟାନ୍ସ ଶିଖାନ୍ତି ।

କୃତୀ ମୋହନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସବୁ ଠାରୁ ସାନ ଝିଅ କୃତି ମୋହନ । କୃତି ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି । ସେ ଗ୍ଲେମର ଦୁନିଆକୁ ଛାଡି ସଫ୍ଟୱେର ଇଞ୍ଜିନିୟର ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ପିଲା ଦିନରୁ ସେ ବହୁତ ଭଲ ପାଠ ପଢନ୍ତି ଓ ଆଜି ସେ ଇଞ୍ଜିନିୟର ହୋଇ ନିଜ ବାପା ମାଙ୍କ ନାମ ଉଚ୍ଚ କରିଛନ୍ତି  ।

Leave a Reply

Your email address will not be published. Required fields are marked *