ନିଜ ପରିବାର ବିରୁଦ୍ଧରେ ଯାଇ ହିରୋଇନ ବନିଥିଲେ Manisha Koirala, ନିଜ ମା’ଙ୍କୁ ଏମିତି କରିଥିଲେ ବ୍ଳାକମେଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ନିଶ୍ଚୟ ଦେଖିଥିବେ । ମନୀଷା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ମନୀଷା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓ କେତେକ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି ।

ବନ୍ଧୁଗଣ ଏବେ କିନ୍ତୁ ମନୀଷା ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ମନୀଷାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କୁହାଯାଏ ମନୀଷା ପିଲା ଦିନରୁ ହିରୋଇନ ହେବାକୁ ଚାହୁଁ ଥିଲେ । ହେଲେ ତାଙ୍କ ପରିବାର ଲୋକ ଅଭିନୟର ବି-ରୋ-ଧ କରୁଥିଲେ ।

ବନ୍ଧୁଗଣ ମନୀଷା କୌଣସି ଛୋଟ ମୋଟ ପରିବାରରୁ ଆସିନଥିଲେ । ମନୀଷାଙ୍କ ବାପା ବିଶ୍ଵେଶ୍ଵର ପ୍ରସାଦ କୋଇରାଲା ନେପାଲର ପ୍ରଧାନ ମନ୍ତ୍ରୀ ଥିଲେ । ତେଣୁ ମନୀଷା ହିରୋଇନ ହୁଅନ୍ତୁ ବୋଲି କେହି ଚାହୁଁ ନଥିଲେ । ମନୀଷା ଏକ ଇଣ୍ଟର୍ବ୍ୟୁରେ ନିଜ ହିରୋଇନ ହେବା ଇଛାକୁ କିପରି ପୂରଣ କରିଥିଲେ ତାର ଖୁଲାସା କରିଛନ୍ତି । ମନୀଷାଙ୍କ ମୁତାବକ- ‘ବହୁତ ସାଧାରଣ ଲାଳନ ପାଳନରେ ମୁ ବଡ ହୋଇଛି’ ।

ଆଗକୁ ମନୀଷା କହିଛନ୍ତି-‘ପ୍ରଥମେ ମୁ ମୋ ଜେଜେମାଙ୍କୁ କହିଥିଲି ମୋତେ ହିରୋଇନ ହେବାର ଅଛି । ସେ ମୋତେ କହିଥିଲେ ଠିକ ଅଛି ଯାହା ତମେ ଚାହୁଁଛ କର । ଜେଜେମା ମାନି ଗଲେ ଘରେ ସମସ୍ତେ ମାନି ଯିବେ । ତେଣୁ ମୁ ଯେତେବେଳେ ଜେଜେମାଙ୍କୁ ମନେଇ ଦେଲି ସେତେବେଳେ ସବୁ ଚୁପ ହୋଇଗଲେ । ଏହା ପରେ ମୁ ମୋ ମାଙ୍କୁ ଇମୋସନାଲ ବ୍ଲା-କ-ମେ-ଲ କରିବା ଆରମ୍ଭ କରିଥିଲି । ମୁ ତାଙ୍କୁ କହିଥିଲି ମତେ ଜନ୍ମ ଦିନର ଗିଫ୍ଟରେ ମୋତେ ମୁମ୍ବାଇ ନେଇକି ଯାଅ’ ।

ଆଗକୁ ମନୀଷା କହିଛନ୍ତି-‘ମୁମ୍ବାଇରେ ମୋ ମା’ଙ୍କର ଏକ ସାଙ୍ଗ ରହୁଥିଲେ । ମୁମ୍ବାଇ ଆସିବା ପରେ ଆମେ ଅନେକ ଫିଲ୍ମ ମେକର୍ଷ ମାନଙ୍କ ସହ ସାକ୍ଷାତ କରିଥିଲୁ । ପ୍ରଥମେ ସେମାନେ ମୋ ଉପରେ ବିଶ୍ଵାସ କରିପାରୁ ନଥିଲେ ହେଲେ ମୋର ପ୍ରଥମ ଫିଲ୍ମର କାମ ଦେଖି ସେମାନେ ବହୁତ ଖୁସି ହୋଇଥିଲେ’ । ତା ହେଲେ ବନ୍ଧୁଗଣ ମନୀଷା ହିରୋଇନ ହେବା ପାଇଁ ବହୁତ କଷ୍ଟ କରିଛନ୍ତି ଓ ଏହା ସେ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି । ତେବେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *