‘ବାପା ବାଡେଇ ବାଡେଇ ଯାତ୍ରାରୁ ନେଇ ଯାଇଥିଲେ’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ଆକ୍ଟ୍ରେସ Rajashri Sahu (Kuni), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଫେମସ ଅଭିନେତ୍ରୀ ରାଜଶ୍ରୀ ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଜଶ୍ରୀଙ୍କୁ କୁନି ନାମରେ ବି ଅନେକ ଲୋକ ଜାଣିଛନ୍ତି । ରାଜଶ୍ରୀଙ୍କ ଦମଦାର ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ରାଜଶ୍ରୀଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜଶ୍ରୀ ସାହୁଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି ।

ରାଜଶ୍ରୀ ଗତ କିଛି ସମୟ ପୂର୍ବରୁ ଏକ ସାକ୍ଷାତ୍କାରରେ ନିଜ ଜୀବନୀ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରାଜଶ୍ରୀ ସେହି ସାକ୍ଷାତକାରରେ କହିଛନ୍ତି- ‘ମୁ ୧୯୯୫ ମସିହାରେ ଯାତ୍ରା ଜଗତକୁ ଏଣ୍ଟ୍ରି କରିଥିଲି । ପ୍ରଥମେ ମୁ ଡ୍ୟାନ୍ସର ରୂପେ ଏଣ୍ଟ୍ରି କରିଲି ଓ ୫ ବର୍ଷ ପର୍ଯ୍ୟନ୍ତ କେବଳ ଡ୍ୟାନ୍ସ କରିଲି ।ଏହା ପରେ ମୋତେ କମେଡି କରିବା ପାଇଁ କୁହାଗଲା । କମେଡି କରିବା ପରେ ମୁ ସମସ୍ତ ଗଣନାଟ୍ଯରେ କାମ କରିଛି’ ।

ଆଗକୁ କୁନି କହିଛନ୍ତି- ‘ଏମିତି ଅନେକ ଯାତ୍ରାରେ କାମ କରିଛି । ହେଲେ ଦିଗଜ ୩ ବର୍ଷ ହେବ ମୁ ଯାତ୍ରା ଜଗତରୁ ବିଦାୟ ନେଇଥିଲି । ମୋ ପୁଅର ପାଠ ପଢା ପାଇଁ ମୁ ବିଦାୟ ନେଇଥିଲି । ତାର ଦଶମ ପରୀକ୍ଷା ସରିଲା ଓ ସେ ଏବେ ଏକାଦଶ ଶ୍ରେଣୀରେ ପାଠ ପଢୁଛି ତେଣୁ ମୁ ପୁଣି ଯାତ୍ରା ଜଗତକୁ ଫେରିଛି । ମୋତେ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ମୁ ଛୋଟ ଥିବା ବେଳେ ଆମ ଗାଁରେ ଏକ ଯାତ୍ରା ପାର୍ଟି ଆରମ୍ଭ ହୋଇଥିଲା’ ।

ଆଗକୁ କୁନି କହିଛନ୍ତି- ‘ସେତେବେଳେ ମୁ ସେହି ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ଯାଇଥିଲି ହେଲେ ଗାଁ ଲୋକ ମାନେ ମୋ ବାପା ମାଙ୍କୁ ବହୁତ ନି-ନ୍ଦା ଅ-ପ-ବା-ଦ ଦେଲେ । ମୋ ବାପା ମୋତେ ବା-ଡେ-ଇ ବା-ଡେ-ଇ ଯାତ୍ରାରୁ ନେଇ ଆସିଥିଲେ । ଗାଁ ଲୋକ ମାନେ କହୁଥିଲେ ମୁ ଅଲଗା ଜାତିର ପୁଅକୁ ବିବାହ କରିବି କାରଣ ଯାତ୍ରା ଜଗତରେ ପାଦ ଦେବା ପରେ ସବୁବେଳେ ଯାଯାବର ଭଳି ବୁଲିବାକୁ ପଡେ । ହେଲେ ମୁ ମୋର ଏକା ଜିଦିରେ ଜାତି ଅନୁସାରେ ବିବାହ କରିଛି’ ।

ଆଗକୁ କୁନି କହିଛନ୍ତି- ‘ମୋ ସ୍ଵାମୀ ପ୍ରଥମେ ଯାତ୍ରାରେ ଗୀତ ଗାଉଥିଲେ ଓ ମୋ ବଡ ଭଉଣୀଙ୍କ ସହ ତାଙ୍କର ବିବାହ ହେବାକୁ ଯାଉଥିଲା କିନ୍ତୁ କିଛି କାରଣ ବଶତଃ ସେହି ବିବାହଟି ଭାଙ୍ଗି ଯାଇଥିଲା । ଏହା ପରେ ସେ ମୋ ସହ ଯାତ୍ରାରେ ସାକ୍ଷାତ କରିଲେ ଓ ଆମେ ପ୍ରେମ ବିବାହ କରିଥିଲୁ । ଶାଳି ହୋଇଥାନ୍ତି ସ୍ତ୍ରୀ ହୋଇଗଲି’ । ତା ହେଲେ ବନ୍ଧୁଗଣ ଏହି ପରି ଭାବେ ରାଜଶ୍ରୀ ସାହୁ ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ରାଜଶ୍ରୀ ସାହୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *