ଦେଖନ୍ତୁ କିପରି ନିଜ ଝିଅକୁ ଅଭିନୟ ଶିଖାଉଛନ୍ତି ଓଡିଆ ହୀରୋ Aswini

ବନ୍ଧୁଗଣ, ସାଧାରଣତଃ ଓଲିଉଡ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯିବା ପରେ ଅଭିନେତା ଅଶ୍ଵିନ ନିଜ ପରିବାର ତଥା ନିଜ ଝିଅଙ୍କ ସହିତ ଅଧିକାଂଶ ସମୟ ବିତାଉଥିବାର ନଜର ଆସିଛନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଅଶ୍ଵିନ ଙ୍କୁ ତାରାତାରିଣୀ ସିରିୟଲରେ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ । କିନ୍ତୁ ଏହି ସିରିୟଲଟି ବନ୍ଦ ହୋଇଗଲା ପରେ, ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀରେ କୌଣସି ମଧ୍ୟ ସିରିୟଲ ଅଥବା ସିନେମାରେ ଅଭିନୟ କରୁଥିବାର ନଜର ଆସୁନାହାଁନ୍ତି ।

ଓଡିଆ ଅଭିନେତା ଅଶ୍ଵିନ ଦୀର୍ଘ 20 ବର୍ଷ ଧରି ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ଆସୁଛନ୍ତି । ସେ 2000 ମସିହାରେ ପ୍ରଥମେ ଆଲବମ ଜଗତ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ଓଡିଆ ସିନେମାରେ ହିରୋ ଭାବରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ଓଡିଆ ସିନେମା ରେ ତାଙ୍କୁ ଅଧିକ ସଫଳତା ନ ମିଳିବା ପରେ ସେ ପୁନ୍ନ ଓଡିଆ ସିରିୟଲରେ ଅଭିନୟ କରିବାକୁ ଲାଗିଥିଲେ ।

ଓଡିଆ ସିରିୟଲରେ ତାଙ୍କୁ ଅନେକ ଭଲ ପାଇବା ମିଳିଥିଲା । ତାଙ୍କର ସୁନ୍ଦର ଅଭିନୟ ତଥା ବହୁତ ସୁନ୍ଦର ଏକ୍ସପ୍ରେସନ କାରଣରୁ ତାଙ୍କୁ ଓଡିଶାର ଲୋକେ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ସେ ତାରାତାରିଣୀ ସିରିୟଲରେ ଅଭିନୟ କରୁଥିବା ସମୟରେ ଏହି ସିରିୟଲଟି ଅଧାରୁ ହିଁ ବନ୍ଦ ହୋଇଯାଇଥିଲା ।

ଏହି ସିରିୟଲଟି ଅଧାରୁ ବନ୍ଦ ହେବା ପରେ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀରେ ଏହା ପରଠାରୁ ନଜର ଆସିନାହାଁନ୍ତି । ସୂଚନା ଅନୁଯାୟୀ ଅଶ୍ଵିନ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରୀ ଛାଡିବା ପରେ ବର୍ତ୍ତମାନ ଯାତ୍ରା ଜଗତରେ ଯୋଗ ଦେଇଛନ୍ତି । ଓଡିଆ ସିରିୟଲରେ ଅଭିନୟ କରିବା ଭଳି ଯାତ୍ରା ଜଗତରେ ମଧ୍ୟ ଅଶ୍ଵିନ ଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି । ଯାତ୍ରା ଜଗତରେ ମଧ୍ୟ ଅଶ୍ଵିନ ଙ୍କର ବହୁତ ସାରା ଲୋକପ୍ରିୟତା ବଢିବାରେ ଲାଗିଛି ।

ନିଜର ସୁନ୍ଦର ଅଭିନୟ ଜରିଆରେ ଯାତ୍ରା ଜଗତରେ ଉପସ୍ଥିତ ଥିବା ଲୋକଙ୍କର ଭଲ ପାଇବା ପାଇବାରେ ସଫଳ ହୋଇଛନ୍ତି । ଅଶ୍ଵିନ ତାଙ୍କ ସ୍ତ୍ରୀ ଏବଂ ଗୋଟିଏ ମାତ୍ର ଝିଅ ଙ୍କ ସହିତ ବେସ ଖୁସିରେ ଜୀବନ ଯାପନ କରୁଥିବାର ଦେଖିବାକୁ ମିଳିଛି ।

ଏହା ସହିତ ଅଶ୍ଵିନ ଯେଉଁଭଳି ଭାବରେ ଅଭିନୟ କରୁଛନ୍ତି ତାଙ୍କ ଝିଅ ମଧ୍ୟ ଠିକ ତାଙ୍କରି ଭଳି ଅଭିନୟ କରୁଥିବାର ନଜର ଆସିଛନ୍ତି । ଅଶ୍ଵିନ ନିଜ ଝିଅ ଙ୍କ ସହିତ ଅନେକ ଗୁଡିଏ ଋଲ୍ସ ବନାଇ ପୋଷ୍ଟ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *