‘ଯାହା ସହ ରାହୁଛୁ ରହ, ଯୁଆଡେ ଯାଉଛୁ ଯା’ କିନ୍ତୁ ମୋ ଛୁଆକୁ ଟିକେ କ୍ଷୀର ଦେଇ ଯା’…’ ଛୁଆ ପାଇଁ ବିକଳ ହେଇ କାନ୍ଦୁଛି ବାପା

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’ ଜଣଙ୍କ ନିଜ କଅଁଳ ଛୁଆ କୁ ଛାଡି ଅନ୍ୟତ୍ର କେଉଁଆଡେ ରହୁଛି ଏବଂ ନିଜ ଛୁଆ ର ନିଷ୍ପାପ ଚେହେରା କୁ ଦେଖି ବାପା ନିଜ ସ୍ତ୍ରୀ କୁ କହୁଛି ଆସି ଛୁଆ କୁ ଟିକିଏ କ୍ଷୀର ଦେଇ ଯା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ, ନଡିଆ ଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିରା ଗ୍ରାମର ଶ୍ୟାମା ମୁଣ୍ଡା, 2017 ରେ କୁଆଡେ ପ୍ରେମ ବିବାହ କରିଥିଲେ ।

ତାଙ୍କର ପରିବାର କହିଲେ ଗୋଟିଏ 3 ବର୍ଷର ଶିଶୁ ପୁତ୍ର ରାଜକୁମାର ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ରଜନୀ ସିନ୍ଧୁ । ଖଣ୍ଡିରା ଗ୍ରାମରେ ବସବାସ କରନ୍ତି ସମସ୍ତେ । ଶ୍ୟାମା ମୁଣ୍ଡା ଜଣେ ଶିକ୍ଷକ ଏବଂ ଘରର ସଂସାର ଭଲ ଭାବରେ ଚାଲିଥିଲା । ଆଜିକୁ ପ୍ରାୟ 7 ଦିନ ହେବ ଘରେ ଟିକିଏ ପାଟିତୁଣ୍ଡ ହେଲା ବୋଲି ସ୍ଵାମୀ ଙ୍କ କହିବା କଥା ପୂର୍ବତ୍ତନ ପ୍ରେମିକ ସହିତ ସ୍ତ୍ରୀ କୁଆଡେ ଅନ୍ୟତ୍ର ପଳାଇଛି । ଶ୍ୟାମା ବହୁତ ଖୋଜାଖୋଜି କରିଲେଣି କିନ୍ତୁ ନିଜ ସ୍ତ୍ରୀ କୁ ସେ ପାଉନାହିଁ ।

କିନ୍ତୁ ଏପଟେ ଛୋଟିଆ ଶିଶୁ ରାଜକୁମାର ମୁଣ୍ଡା ନିଜ ମା ର ଫେରିବା ବାଟକୁ ଚାହିଁ ବସିଛି । କ୍ଷୀର ଟିକିଏ ଖାଇବାକୁ ସେ କଇଁ କଇଁ ହୋଇ କାନ୍ଦୁଛି । ସେ 7 ଦିନ ହେବ କିଛି ମଧ୍ୟ ଖାଇନାହିଁ । ଖାଲି କୁରକୁରେ ଗୋଟିଏ ପ୍ୟାକେଟ ଖାଇଛି । ସ୍ଵାମୀ ବହୁତ ନେହୁରା ହୋଇ କହୁଛନ୍ତି ନିଜ ସ୍ତ୍ରୀ କୁ ଯେ ଶୀଘ୍ର ପଳାଇ ଆସ ଛୁଆଟି ଖାଉନାହିଁ ତଥା ବହୁତ ଅଶୁବିଧାରେ ଆମେ ଚଳୁଛୁ ।

ଶ୍ୟାମା ଜଣେ ଶିକ୍ଷକ କିନ୍ତୁ ନିଜ ଛୁଆ କଥା ବୁଝିବେ କେତେବେଳେ ? ସ୍କୁଲ ଯିବେ କେତେବେଳେ ? ଶ୍ୟାମା ବର୍ତମାନ ବହୁତ ମାନସିକ ଚିନ୍ତାରେ ପଡିଯାଇଛନ୍ତି । ଆଉ ଶ୍ୟାମା କୁଆଡେ କହୁଛନ୍ତି ଯେ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଜଣେ ଗୁରୁ ତାଙ୍କ ସ୍ତ୍ରୀ କୁ କୁଆଡେ ନେଇ ଯାଇଛନ୍ତି । ଆଉଆ ଯାହା ମଧ୍ୟ ସେ ପାରିଶ୍ରାମିକ ପାଆନ୍ତି ତାଙ୍କ ସ୍ତ୍ରୀ ବ୍ୟାଙ୍କ ବହିକୁ ଜମା କରିଥାନ୍ତି ।

ଏହା ସହିତ ଶ୍ୟାମା ହାତଯୋଡି ନେହୁରା ହୋଇଛନ୍ତି ଯେ ସେ ନିଜେ ଚଳିବା ପାଇଁ ଏବଂ ତାଙ୍କ ଛୁଆ କୁ ଟିକିଏ ଖାଇବାକୁ ଦେବା ପାଇଁ ଚାଲିଆସ । ଯେମିତି ଚାହିଁବ ସେମିତି ରହିବ ଏବଂ ଯଦି ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଙ୍କର ରହିବାକୁ ଇଛା ନ ହେବ ସେ ଚାଲିଯିବେ ମାତ୍ର ତାଙ୍କ ଛୁଆ କୁ ଟିକିଏ କ୍ଷୀର ଦେଇ ଯିବେ । ତେବେ ବନ୍ଧୁଗଣ ଏହି ଅଭାବନୀୟ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *