Astro Shastra- ନିଜ ଜନ୍ମ ବାର ଅନୁସାରେ ଜାଣନ୍ତୁ ନିଜ ବ୍ୟକ୍ତିତ୍ଵ ର ଗଭୀର ରହସ୍ୟ, ତେବେ କଣ କହୁଛି ଆପଣଙ୍କ ଜନ୍ମବାର ?

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ଜନ୍ମ ର ଦିନ ହିସାବରେ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ନିଜର ଜନ୍ମ ଦିନ ନାମ ଓ ମାସ ଦ୍ୱାରା ନିଜର ବ୍ୟକ୍ତିତ୍ବ ଓ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବା । ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନେ ସପ୍ତାହ ର ଯେଉଁ ଦିନ ଜନ୍ମ ହୋଇଥିବେ ସେମାନଙ୍କ ବ୍ୟକ୍ତିତ୍ୱ ସେହି ଦିନ ହିସାବରେ ହୋଇଥାଏ । ଏହା କଣ ପାଇଁ ହୋଇ ଥାଏ ତାହାବି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି ।

ସପ୍ତାହ ର ସାତ ଦିନ ସୌର ମଣ୍ଡଳ ରେ ଥିବା ଗ୍ରହ ମାନଙ୍କ ସହ ଯୋଡି ହୋଇଥାଏ । ଏହି ଗ୍ରହ ମାନଙ୍କ ର ନିଜର ଏକ ବିଶେଷତା ରହିଥାଏ । ସେଥିପାଇଁ ଆମେ ଯେଉଁ ଦିନ ଜନ୍ମ ହୋଇଥାଉ ସେହି ଦିନର ଗ୍ରହ ର ବିଶେଷତା ଆମକୁ ମିଳିଯାଇଥାଏ । ତେବେ ଚାଲନ୍ତୁ ଜାଣିନେବା କେଉଁ ସପ୍ତାହ ର ଦିନ ଜନ୍ମ ଏବଂ ସେମାନଙ୍କ ବିଶେଷତା କଣ ଜାଣିବା ।

୧- ପ୍ରଥମ ଦିନ ହେଉଛି ସୋମବାର । ସୋମବାର ର ଗ୍ରହ ହେଉଛି ଚନ୍ଦ୍ରମା । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଚନ୍ଦ୍ରମା ର ସମସ୍ତ ଗୁଣ କୁ ଆଣିଥାଏ । ଏବଂ କର୍କଟ ରାଶି ର ମଧ୍ୟ ପ୍ରଭାବ ରହିବ । ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ବହୁତ ଭାବୁକ ହୋଇଥାନ୍ତି । ଏବଂ ନିଜର ପରିବାର କୁ ସେମାନେ ଭଲ ପାଇଥାନ୍ତି । ଏମାନ ଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ ।

୨- ଦ୍ୱିତୀୟ ଦିନ ହେଉଛି ମଙ୍ଗଳବାର । ଏହି ଦିନର ସ୍ୱାମୀ ଗ୍ରହ ମଙ୍ଗଳ । ତେଣୁ ମଙ୍ଗଳ ଗ୍ରହ ର ସମସ୍ତ ଗୁଣ ମିଳିଯାଇଥାଏ । ମେଷ ରାଶି ଓ ବିଛା ରାଶି ର ପ୍ରଭାବ ମଧ୍ୟ ହୋଇଥାଏ । ଏମାନେ ସ୍ଵଭାଵ ରେ ବହୁତ ଫୁର୍ତୀଲା ଥାଆନ୍ତି । ଏମାନେ କିଛି ନୂଆ କରିବା ପାଇଁ ସର୍ଵଦା ପ୍ରସ୍ତୁତ ରହିଥାନ୍ତି ।

୩- ତୃତୀୟ ଦିନ ହେଉଛି ବୁଧବାର । ଏହି ଦିନର ସ୍ଵାମୀ ଗ୍ରହ ହେଉଛି ବୁଧ । ତେଣୁ ବୁଧ ଗ୍ରହ ର ସମସ୍ତ ଗୁଣ ଏହି ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ମାନଂକୁ ମିଳିଥାଏ । ମିଥୁନ ଓ କନ୍ୟା ରାଶି ର ପ୍ରଭାବ ଦେଖାଯାଏ । ଏମାନେ ନିଜର କଥାରେ ସମସ୍ତ ଙ୍କ ହୃଦୟ କୁ କିଣି ପାରିଥିଲେ । ଏମାନେ ନିଜ କାର୍ଯ୍ୟ ରେ ସଫଳ ମଧ୍ୟ ହୋଇଥାନ୍ତି ।

୪- ଚତୁର୍ଥ ଦିନ ହେଉଛି ଗୁରୁବାର କିମ୍ବା ବୃହସ୍ପତି ବାର । ଏମାନ ଙ୍କ ସ୍ୱାମୀ ଗ୍ରହ ହେଉଛି ବୃହସ୍ପତି । ତେଣୁ ସେମାନଙ୍କ ର ସମସ୍ତ ଙ୍କ ଗୁଣ ଏମାନ ଙ୍କୁ ମିଳି ଯାଇଥାଏ । ଏହି ଗ୍ରହ ର ରାଶି ହେଉଛି ଧନୁ ଓ ମୀନ । ଏମାନେ ଧନୀ ସବୁ କ୍ଷେତ୍ରରେ ସଫଳ ଏବଂ ନିଜର ଭବିଷ୍ୟତ ବହୁତ ଭଲ ହୋଇଥାଏ ।

୫- ପଞ୍ଚମ ଦିନ ହେଉଛି ଶୁକ୍ରବାର ଏହି ଦିନ ର ଗ୍ରହ ହେଉଛି ଶୁକ୍ର । ତେଣୁ ଶୁକ୍ର ର ସମସ୍ତ ଗୁଣ ସେମାନଙ୍କୁ ମିଳିଯାଇଥାଏ । ଏମାନେ ବହୁତ ଆକର୍ଷଣୀୟ ହୋଇ ଥାଆନ୍ତି ।

୬- ଷଷ୍ଠ ଦିନ ହେଉଛି ଶନିବାର । ଏହି ଦିନର ସ୍ୱାମୀ ଗ୍ରହ ହେଉଛି ଶନି ତେଣୁ ସମସ୍ତ ଗୁଣ ଏମାନଙ୍କୁ ମିଳିଯାଇଥାଏ । ଏମାନେ ନିଜର ସମସ୍ତ କାର୍ଯ୍ୟ କୁ ସଫଳତାର ସହିତ କରିଥାନ୍ତି । ଏବଂ ବହୁତ ଭଲ ମଧ୍ୟ ଥାନ୍ତି ।

 

୭- ସପ୍ତାହ ର ସପ୍ତମ ଦିନ ହେଉଛି ରବିବାର । ରବିବାର ଦିନ ର ସ୍ୱାମୀ ଗ୍ରହ ହେଉଛି ସ୍ୱର୍ୟ୍ଯ । ତେଣୁ ସେହି ଗ୍ରହ ର ସମସ୍ତ ଗୁଣ ତାଙ୍କୁ ମିଳିଯିବ । ସିଂହ ରାଶି ର ସମସ୍ତ ଗୁଣ ମଧ୍ୟ ମିଳିଥାଏ । ଏମାନେ ବହୁତ ବୁଦ୍ଧିମାନ ଥାଆନ୍ତି । ଏମାନେ ସବୁବେଳେ ଖୁସି ରେ ରହିବା ଏବଂ ଅନ୍ୟକୁ ଖୁସି ରେ ରଖିବା ପସନ୍ଦ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *