ନିବସ୍ତ୍ର ହୋଇ ସ୍ନାନ କରୁଥିଲେ, ହୋଇଜାଆନ୍ତୁ ସାବଧାନ ! ନଚେତ ଭୋଗିବାକୁ ପଡିବ ଭୟଙ୍କର ପରିଣାମ !

ବନ୍ଧୁଗଣ ପ୍ରତ୍ଯେକ କାର୍ଯ୍ୟର କିଛି ନିୟମ ରହିଥାଏ । ଯେଉଁ ନିୟମର ଡୋରୀରେ ଆମେ ସମସ୍ତେ ବନ୍ଧା ହୋଇକି ଅଛୁ । ଯେତେବେଳେ ଜଣେ ବ୍ୟକ୍ତି ନିୟମର ଉଲଂଘନ କରି ନିଜ ମନମର୍ଜି କାମ କରିବା ଆରମ୍ଭ କରିଥାଏ । ସେତେବେଳେ ସେହି ବ୍ୟକ୍ତିକୁ ଅନେକ କିଛି ସମସ୍ଯାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ତେଣୁ ପ୍ରତ୍ଯେକଟି ଆମ ନୀତିଦିନିଆ ଜୀବନରେ କରୁଥିବା କାର୍ଯ୍ୟର ଶାସ୍ତ୍ରରେ କିଛି ନିୟମ ରହିଛି । ସେଥିମଧ୍ୟରୁ ବିନା ବସ୍ତ୍ରରେ ସ୍ନାନ କରିବା ଉଚିତ କି ଅନୁଚିତ ସେହି ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ମନୁଷ୍ୟ ଜୀବନରେ ସ୍ନାନ ଗୋଟିଏ ବହୁତ ମହତ୍ଵପୂର୍ଣ୍ଣ କ୍ରିୟା ଅଟେ । ଯାହା ଦ୍ଵାରା ବ୍ୟକ୍ତିର ମନ ଓ ଶରୀର 2 ଟି ଯାକ ସ୍ବଚ୍ଛ ରହିଥାଏ । ଏଥିସହ ଶରୀର ପରିଷ୍କାର ରହିବା ସହ ମନ ମଧ୍ୟ ଦିନ ସାରା ପ୍ରଫୁଲ୍ଲିତ ରହିଥାଏ । ସ୍ନାନ କରିବା ସମୟରେ ନିବସ୍ତ୍ର ହୋଇ ସ୍ନାନ କରିବାକୁ ସବୁବେଳେ ବର୍ଜିତ କରାଯାଇଥାଏ । ତେବେ ନିବସ୍ତ୍ର ହୋଇ ସ୍ନାନ କରିବା ଦ୍ଵାରା କଣ ସହ ଅସୁବିଧା ହୋଇଥାଏ ? ସେହି ସମ୍ପର୍କରେ ମଧ୍ୟ ଆଲୋଚନା କରିବା ।

ତେବେ ପୁରାଣରେ ଉଲ୍ଲେଖ ରହିଥିବା ଏକ କଥା ଅନୁସାରେ ଥରେ ଭଗବାନ ଶ୍ରୀକୃଷ୍ଣ ଗୋପୀ ମାନଙ୍କର ସ୍ନାନ ସମୟରେ ତାଙ୍କର ବସ୍ତ୍ର ଚୋରୀ କରିଦେଇଥିଲେ । ତେବେ ଶ୍ରୀକୃଷ୍ଣଙ୍କର ଏଭଳି ଗୋପୀ ମାନଙ୍କର ବସ୍ତ୍ର ଚୋରୀ କରିବା କାରଣରୁ ଗୋପୀ ମାନେ ନଦୀ ମଧ୍ୟରୁ ବାହାରକୁ ବାହାରି ପାରିନଥିଲେ ।

ଯେଉଁ କାରଣରୁ ଯେତେବେଳେ ଗୋପୀ ମାନେ ଶ୍ରୀକୃଷ୍ଣଙ୍କୁ ବସ୍ତ୍ର ମାଗିଥିଲେ । ସେତେବେଳେ ଗୋପୀ ମାନଙ୍କୁ ସେମାନଙ୍କର ବସ୍ତ୍ର ଦେବା ପାଇଁ ଶ୍ରୀକୃଷ୍ଣ ମନା କରିଦେଇଥିଲେ । ଏହାପରେ ଶ୍ରୀକୃଷ୍ଣ ଗୋପୀ ମାନଙ୍କୁ ପାଣି ମଧ୍ୟରୁ ବାହାରିକି ଆସି ନିଜ ନିଜର ବସ୍ତ୍ର ନେଇଯିବା ପାଇଁ କହିଥିଲେ । ହେଲେ ଗୋପୀ ମାନେ ନିବସ୍ତ୍ର ଥିବା କାରଣରୁ ପାଣି ମଧ୍ୟରୁ ବାହାରିପାରିନଥିଲେ । ତେବେ ଶ୍ରୀକୃଷ୍ଣ ଗୋପୀ ମାନଙ୍କୁ ନିବସ୍ତ୍ର ହେବାର କାରଣ ପଚାରି ବୁଝିଥିଲେ ।

ସେତେବେଳେ ଶ୍ରୀକୃଷ୍ଣଙ୍କ ଉତ୍ତର ଦେବାକୁ ଯାଇ ଗୋପୀ ମାନେ କହିଥିଲେ । ଯେ ସ୍ନାନ କରିବାକୁ ଆସିବା ବେଳେ ଏଠାରେ କୌଣସି ଲୋକ ନଥିଲେ । ତେବେ ଏହା ଶୁଣି ଶ୍ରୀକୃଷ୍ଣ କହିଥିଲେ । ଯେ ମୁଁ ତ ପ୍ରତ୍ଯେକ ସ୍ଥାନରେ ରହିଛି । ଏହା ସହ ଆକାଶରେ ଉଡୁଥିବା ପକ୍ଷୀ ଓ ମାଟିରେ ଥିବା ଜୀବମାନେ ତୁମ ମାନଙ୍କୁ ନିବସ୍ତ୍ର ଦେଖିଲେ । ଉଲଗ୍ନ ହୋଇ ଜଳକୁ ସ୍ନାନ କରିବାକୁ ଗଲା ବେଳେ ବରୁଣ ଦେବତା ମଧ୍ୟ ତୁମ ମାନଙ୍କୁ ଦେଖିଲେ ।

ଏହା ଛଡା ସ୍ନାନ ସମୟରେ ଓଦା ବସ୍ତ୍ରରୁ ଝରୁଥିବା ପାଣିକୁ ଆମ ପିତୃପୁରୁଷ ମାନେ ଗ୍ରହଣ କରିଥାନ୍ତି । ତେଣୁ ଶାସ୍ତ୍ର ଅନୁସାରେ ସ୍ନାନ କରିବା ସମୟରେ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ହୋଇନଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *