ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଦେଶର ସମସ୍ତ ରାଜନେତା ମାନଙ୍କ ଦରମା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ହୁଏତ ଏହି ସମ୍ବନ୍ଧରେ ଆଗରୁ ଜାଣି ନଥିବେ । ଏହି ତଥ୍ୟ ସରକାର ଙ୍କ ଅଫିସିଆଲ ୱେବସାଇଟ ରୁ ନିଆ ଯାଇଛି । ଆପଣ ଏହି ସମ୍ବନ୍ଧରେ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ଏହା ସହିତ ଆମେ ଆପଣ ମାନଙ୍କୁ କହିବୁ ଯେ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଦରମା ସମ୍ବନ୍ଧରେ ଯିଏ ଅନ୍ୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଦରମା ଅପେକ୍ଷା ସବୁଠାରୁ କମ ନିଅନ୍ତି ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଆମ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଙ୍କ ଦରମା ୫,୦୦,୦୦୦ ଟଙ୍କା ଅଟେ । ଯାହା ସମସ୍ତ ଙ୍କ ଦରମା ଠାରୁ ସର୍ବାଧିକ ଅଟେ । ପ୍ରଥମେ ରାଷ୍ଟ୍ରପତି ଙ୍କ ଦରମା ୧ ଲକ୍ଷ ଟଙ୍କା ଥିଲା । ବର୍ତ୍ତମାନ ବଢ଼ି ପାଞ୍ଚ ଲକ୍ଷ ଟଙ୍କା ହୋଇଛି ।
୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆମ ଦେଶର ଉପ ରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କେୟା ନାଇଡୁ । ଉପ ରାଷ୍ଟ୍ରପତି ଙ୍କ ଦରମା ୪,୦୦,୦୦୦ ଟଙ୍କା ଅଟେ ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଙ୍କ ଦରମା ୨,୭୫,୦୦୦ ଟଙ୍କା ଅଟେ । ଏହା ତାଙ୍କର ଦରମା ଅଟେ ଯାହା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରତି ମାସରେ ଆସିଥାଏ । ଏହା ଛଡ଼ା ତାଙ୍କ ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ଯାହା ଏଥିରେ ସାମିଲ କରାଯାଏ ନାହିଁ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଆମ ରାଜ୍ୟର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶି ଲାଲ । ରାଜ୍ୟପାଳ ଙ୍କ ଦରମା ୩,୫୦,୦୦୦ ଟଙ୍କା ଅଟେ ।
୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଦେଶର ମୁଖ୍ୟ ନ୍ୟାୟପାଳ । ତାଙ୍କ ଦରମା ୨,୮୦,୦୦୦ ଟଙ୍କା ଅଟେ । ଏହା ସହିତ ସୁପ୍ରିମକୋର୍ଟ ର ଜଜ୍ ଙ୍କ ଦରମା ୨,୫୦,୦୦୦ ଟଙ୍କା ଏବଂ ହାଇକୋର୍ଟ ର ଓକିଲ ମାନଙ୍କ ଦରମା ୨,୨୫,୦୦୦ ଟଙ୍କା ଅଟେ ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଙ୍କ ଦରମା ମାତ୍ର ୧,୬୫,୦୦୦ ଟଙ୍କା ଅଟେ । ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦରମା ସର୍ବନିମ୍ନ ଅଟେ ।

