ନମସ୍କାର ବନ୍ଧୁଗଣ, ମିନତୀ ବହିଦାର ସାମ୍ନାକୁ ଆସି ଯେଉଁସବୁ ମନ୍ତବ୍ୟ ରଖୁଛନ୍ତି ତାହାର ଡର ତାଙ୍କୁ ଟିକିଏ ମଧ୍ୟ ନାହିଁ । କାରଣ ସେ ପୁରା ନିର୍ବିକାର ହୋଇ ସତ କଥା ସବୁ ମୁହଁରୁ ବାହାର କରୁଥିବା ଭଳି ଲାଗୁଛି ଯାହାକୁ କି ସେ କହିପାରୁନଥିଲେ ଅନେକ ଦିନ ହେବ ଆଉ ଆଜିର ଏହି ମଉକାରେ ସବୁ କିଛି ପଦାରେ ପକାଇବାର ପ୍ରଣ ନେଇଛନ୍ତି ହୁଏତ ମିନତୀ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୁଧରେ କହିଲେ ଏଭଳି କଥା ଯାହା ଆପଣ ଶୁଣିଲେ ଭାବିବେ ସତରେ ଏସବୁ ଆମ ଆଖି ସାମ୍ନାରେ ଘଟୁଛି ଆଉ ଆମେ ଜାଣିପାରୁନଥିଲୁ ।
ମିନତୀଙ୍କ କହିବା ଅନୁଯାୟୀ ଓଡିଶାର ମୁଖ୍ୟମନ୍ତ୍ରୀ ହିସାବରେ ନବୀନଙ୍କ କାର୍ଯ୍ୟ କଳାପ ଠିକ ନାହିଁ । ସେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ବିଲକୁଲ ମଧ୍ୟ ଉଚିତ ନୁହେଁ ପୁଣିଥରେ । ଯେଉଁ ମନ୍ତ୍ରୀ ନାରୀଙ୍କୁ ସମ୍ମାନ ଦେବା ଜାଣିନାହିଁ ସେ କିଭଳି ମନ୍ତ୍ରୀ ପଦରେ ବସି ଶାସନ କାର୍ଯ୍ୟ ତୁଲାଇ ପାରିବା ଏଭଳି କିଛି କଥା କହିଛନ୍ତି ମିନତୀ ।
ତାଙ୍କ କହିବା ଅନୁସାରେ ନବୀନ ହକି ସମୟରେ ଓଡିଶାରେ ବଲିଉଡ ହିରୋଇନ ଦିଶା ପଟାନିଙ୍କୁ ଆଣି ଯେଉଁ ଲଙ୍ଗୁଳି ନାଚ ଟିଏ କରାଇଲେ ତାହାର କଣ ଆବଶ୍ୟକତା ଥିଲା । ତାଙ୍କ ପିଛାରେ ବା ସେହି ଲଙ୍ଗୁଳି ନାଚ ପିଛାରେ ଓଡିଶା ବାସୀଙ୍କ ତଣ୍ଟି ଚିପି ମାରି ରଖିଥିବା ଟଙ୍କା ଉଡାଇବା କିଛି ଆବଶ୍ୟକ ନଥିଲା ।
ମନ୍ତ୍ରୀ ହୋଇ ଓଡିଶାର ଲୋକମାନଙ୍କୁ କେବେ ବ୍ୟକ୍ତିଗତ ଭାବରେ ଦେଖା କରିନଥିବା ବେଳେ ସେମାନଙ୍କୁ ହ୍ୟାଣ୍ଡସେକ କରି କୁଣ୍ଡାଇ ସ୍ଵାଗତ କରୁଛନ୍ତି । ଏହା କଣ ଓଡିଶାବାସୀଙ୍କ ପ୍ରତି ଭଲ ପାଇବା । କେନ୍ଦ୍ର ସରକାର ଠାରୁ ଚାଉଳ ଆଣି ଆଜି ଯାଏ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଦେଉଛି ବୋଲି କହି ଦ୍ଵନ୍ଦରେ ରଖିଛନ୍ତି । ତେଣୁ ବର୍ତ୍ତମାନ ସମୟରେ କେନ୍ଦ୍ରସରକାର ଦେଉଥିବା ସମସ୍ତ ଜିନିଷକୁ ବନ୍ଦ କରିଦେଲେ ଆପେ ଆପେ ସତ ବାହାରକୁ ଆସିଯିବ ବୋଲି ମିନତୀ କହିଛନ୍ତି ।
ନଚେତ ସେ ଆସି ମାନନ୍ତୁ କେନ୍ଦ୍ର ସରକାର ଚାଉଳ ଦେଲେ ଯାଇ ଓଡିଶାବାସୀଙ୍କୁ ମିଳିବ । ତାଙ୍କ ବାପା ବିଜୁ ପଟ୍ଟନାୟକ ଖୋଲା ଗାଡିରେ ଠିଆ ହୋଇ ହାତ ହଲାଇ ଲୋକଙ୍କୁ ଦେଖି ହସି ହସି ଯାଉଥିଲେ । ତାଙ୍କ ପ୍ରତି ଲୋକଙ୍କର ଯେଉଁ ଭଲ ପାଇବା ତାହା ନବୀନଙ୍କ ପ୍ରତି ନାହିଁ । କାରଣ ତାଙ୍କୁ ଓଡିଆ ଭାଷା ହିଁ ଜଣା ନାହିଁ । ଏହିଭଳି କିଛି କଥା ମିନତୀ ବହିଦାର କହିଛନ୍ତି ନବୀନଙ୍କ ସମ୍ପର୍କରେ ।