ନାରୀ କେତେ ପ୍ରକାରର ହୋଇଥାନ୍ତି ? କେଉଁ ନାରୀଙ୍କୁ ପୁରୁଷ ବିବାହ କରିଲେ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ ? Samudrika shastra

ଜ୍ଯୋତିଷ ଶାସ୍ତ୍ରରେ ନାରୀ ମାନଙ୍କ ଉପରେ ଅନେକ ପ୍ରକାର ବିବରଣୀ ବର୍ଣ୍ଣିତ ରହିଛି । ନାରୀ ମାନଙ୍କର ଲକ୍ଷଣ ଓ ସ୍ଵଭାବକୁ ନେଇ ନାରୀ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ? ଏହି ଜାତିର ନାରୀ କିଭଳି ସ୍ଵଭାବର ହୋଇଥାନ୍ତି ? ଏପରି ଅନେକ କିଛି କଥା ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଛି । ତେବେ ଏହି ସମ୍ପର୍କରେ ଏଠାରେ ଚାଲନ୍ତୁ ଆଲୋଚନା କରିବା । ନାରୀ ମାନଙ୍କୁ ମୁଖ୍ଯତଃ 4 ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି ଯଥା । ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଓ ହସ୍ତିନୀ ।

ପଦ୍ମିନୀ- ଏହି ଜାତିର ନାରୀଙ୍କୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ ନାରୀର ମାନ୍ୟତା ଦିଆଯାଇଛି । ଏହି ନାରୀ ସଂସାରରେ ବହୁତ କମ ରହିଥାନ୍ତି । ସୁଶିଳା, ଶାନ୍ତ ଓ ଧାର୍ମିକ ବିଶ୍ବାସର ଅଟନ୍ତି । ଗୁରୁଜନ ମାନଙ୍କୁ ଏମାନେ ହୃଦୟରୁ ସମ୍ମାନ କରିଥାନ୍ତି । ନିଜ ପରିବାରର ଦାୟିତ୍ଵ ନେବାରେ କେବେ ମଧ୍ୟ ଏହି ମହିଳା ମାନେ ହେଳା କରିନଥାନ୍ତି ।ଏମାନେ ଅତି ସୁନ୍ଦର ହେବା ସହ ଏମାନଙ୍କ ଶରୀରରୁ ପଦ୍ମ ଫୁଲର ସୁଗନ୍ଧ ବାହାରିଥାଏ । ପ୍ରଥମ ଦେଖାରେ ହିଁ ଏମାନଙ୍କୁ ବହୁତ ଲୋକ ପସନ୍ଦ କରିନେଇଥାନ୍ତି । ଶଶକ ଜାତିର ପୁରୁଷଙ୍କୁ ଏହି ମହିଳା ମାନେ ବିବାହ କରିବା ଦ୍ଵାରା ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥାଏ ।

ଚିତ୍ରିଣୀ- ଏହି ନାରୀ ମାନେ ପତିବ୍ରତା ହୋଇଥାନ୍ତି । ଏହି ନାରୀ ସମସ୍ତ କାର୍ଯ୍ୟକୁ ଅତି ଶୀଘ୍ର କରିବାକୁ ପସନ୍ଦ କରନ୍ତି । ନିଜକୁ ଶ୍ରୁଙ୍ଗାର କରି ସର୍ବଦା ସଜେଇ ହୋଇ ରହିବାକୁ ଭଲ ପାଇଥାନ୍ତି । ବୁଦ୍ଧିମତୀ ତଥା ଚତୁର ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ଶରୀରରୁ କ୍ଷୀରର ସୁଗନ୍ଧ ବାହାରିବା ସହ ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ମୃଗ ଜାତିର ପୁରୁଷଙ୍କୁ ଏହି ନାରୀ ବିବାହ କରିଲେ ଦାମ୍ପତ୍ୟ ଜୀବନ ମଧୁର ରହିଥାଏ ।

ଶଙ୍ଖିନୀ – ଏହି ନାରୀ ମାନେ ଡେଙ୍ଗା ହୋଇଥାନ୍ତି । ଏମାନଙ୍କ ମନ ବହୁ ସମୟରେ ଅସ୍ଥିର ରହିବା ସହ ଏମାନେ ଅନେକ କାର୍ଯ୍ୟରେ ଅସନ୍ତୁଷ୍ଠ ରହିଥାନ୍ତି । ସ୍ଵାମୀ ମାନଙ୍କ ଉପରେ ଅଧିକାଂଶ ସମୟରେ ରୁଷ୍ଠ ହୋଇଯାଇଥାନ୍ତି । ଏମାନେ ନିଜ ପରିବାର ଠାରୁ ଅଲଗା ରହିବାକୁ ଭଲ ପାଇଥାନ୍ତି । ଏମାନଙ୍କ ମନ ସର୍ବଦା ଭୋଗ ବିଳାସରେ ରହିଥାଏ । ଏମାନେ ଅନ୍ୟର ଚୁଗୁଲି କରିବାରେ ମାହିର ହୋଇଥାନ୍ତି । ଏମାନଙ୍କ ଶରୀରରୁ ମାଛର ଗନ୍ଧ ବାହାରିଥାଏ । ବୃଷ ଜାତିର ପୁରୁଷଙ୍କୁ ଏହି ନାରୀ ମାନେ ବିବାହ କରିବା ଦ୍ଵାରା କିଛି ମାତ୍ରାରେ ସନ୍ତୁଷ୍ଠୀ ହୋଇଥାନ୍ତି ।

ହସ୍ତିନୀ- ଏହି ନାରୀ ସ୍ଵଭାବ ସର୍ବଦା ପରିବର୍ତ୍ତନଶୀଳ ହୋଇଥାଏ । ଏମାନେ କଥା କଥାରେ ହସିଥାନ୍ତି । ଏମାନେ ବହୁତ ଆହାର କରିବା ସହ ଏମାନଙ୍କ ଶରୀର ବହୁତ ମୋଟା ହୋଇଥାଏ । ଏହି ନାରୀ ମାନେ କଳହ ପ୍ରିୟ ହୋଇଥିବାରୁ ଘର ମଧ୍ୟରେ ଅନେକ ସମୟରେ କ୍ଲେଶ ଦେଖା ଯାଇଥାଏ । ଏମାନଙ୍କ ଶରୀରରୁ ମଦର ଗନ୍ଧ ବାହାରିବା ସହ ଏମାନେ କାମାତୁର ହୋଇଥାନ୍ତି । ଅଶ୍ଵ ଜାତିରର ପୁରୁଷଙ୍କୁ ବିବାହ କରିବା ଦ୍ଵାରା ଏମାନେ ସାମାନ୍ୟ ସୁଖୀ ହୋଇପାରିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *