ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଡାକିଲେ ପ୍ରତାପ ଷଡଙ୍ଗୀ ଭେଟିଲେ । ଆଲୋଚନା ସଂକ୍ଷିପ୍ତ ରହିଛି କିନ୍ତୁ ଗୁରୁତ୍ଵ । ଆଗକୁ ତାଙ୍କୁ ମିଳିବାକୁ ଯାଉଛି କି କିଛି ନୂଆ ଦାଇତ୍ଵ ? ବିଜେପି କ୍ୟାମ୍ପରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା, ମୋଦୀ ପ୍ରତାପଙ୍କୁ ଦେଇଛନ୍ତି କି ଊର୍ଜା ? ରାଜ୍ୟ ସଂଗଠନରେ ମିଳିବ କି ବଡ ଦାଇତ୍ଵ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଙ୍କ ମଧ୍ୟରେ ହୋଇଥିବା ଭେଟଘାଟ କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ।
ମୋଦୀ ସରକାର ଙ୍କ ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ପ୍ରତାପ ଷଡଙ୍ଗୀ ବାଦ ପଡିଥିଲେ । ଏହା ପରେ ପ୍ରଥମ ଥର ଲାଗି ମୋଦୀ ଏବଂ ପ୍ରତାପ ଙ୍କ ମଧ୍ୟରେ କିଛି ସମୟ ପାଇଁ ହେଲେ ମଧ୍ୟ ୱାନ ଟୁ ୱାନ ଆଲୋଚନା ହୋଇଛି । ଏହି ଖବର ଅନୁସାରେ କିଛି ଦିନ ତଳେ ସାଂସଦ ଭବନ ପରିସରରେ ହୋଇଥିବା ବିଜେପି ସଂସଦୀୟ ଦଳ ବୋର୍ଡ ବୈଠକ ସମୟରେ ହଠାତ ପ୍ରତାପ ଷଡଙ୍ଗୀ ଙ୍କ ଉପରେ ମୋଦୀ ଙ୍କ ନଜର ପଡିଥିଲା ।
ସେ ନିଜର ପ୍ରୋଟୋକଲ ଭାଙ୍ଗି ନିଜେ ପ୍ରତାପ ଷଡଙ୍ଗୀ ଙ୍କ ପାଖକୁ ଆସିଥିଲେ । କେମିତି ଅଛନ୍ତି ବୋଲି ପଚାରିବା ସହିତ ପ୍ରଧାନ ମନ୍ତ୍ରୀ କାର୍ଯ୍ୟଳୟକୁ ଡ଼ାକିଥିଲେ । ମୋଦୀ ପ୍ରତାପ କୁ ଡାକିବା ଏବଂ ନିଜେ ପ୍ରଧାନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କୁ ନିଜ କାର୍ଯ୍ୟଳୟରେ ଭେଟିବାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ? ତାହା ସାର୍ବଜନୀନ ହୋଇନାହିଁ ।
ଏହାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି । ସଂଗଠନ ବିଷୟରେ ଆଲୋଚନା କୁ ମଧ୍ୟ ସେ ଅସ୍ଵୀକାର କରି ନାହାଁନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କୌଣସି ଏମପି ସହିତ କଥା ହେବେ ଆଉ ପ୍ରଦେଶ ରେ ତୁରନ୍ତ ଅବସ୍ଥାରେ ସଂଗଠନ ସୁଦୃଢ କରିବାରେ କହିବେ ତାହା କ’ଣ ଗୋଟିଏ ପ୍ରସଙ୍ଗ ହୋଇଯିବ କି ?
ଏହା ଏକ ସ୍ଵଭାବିକ କଥା ଯେ ପ୍ରଧାନମନ୍ତ୍ରୀ ଭେଟିଲେ ଯାହାକୁ ଇଛା ଉପଦେଶ ଦେବେ ତଥା ସେ ଚାହିଁବେ ସଂଗଠନ ସୁଦୃଢ ହେଉ, ସେ ତାଙ୍କର ଶକ୍ତି ସେଥିରେ ଲଗାଇଛନ୍ତି । ଭାରତବର୍ଷ ରେ 30 ରୁ 40 ବର୍ଷ ପରେ ଗୋଟେ ଦଳ ପୂର୍ଣ୍ଣ ବହୁମତରେ ଆସିଛି, ଏହା କେବଳ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପୁରୁଷାର୍ଥକ କାରଣରୁ ।
ସେ କଠିନ ପରିଶ୍ରମ କରିଛନ୍ତି ସେ ଅନ୍ୟ କୁ ମଧ୍ୟ ଶକ୍ତି ଦେବେ ଊର୍ଜା ଦେବେ । ତେବେ ଏହିଭଳି ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ନେଇ କିଛି କଥା କହିଛନ୍ତି ପ୍ରତାପ ଷଡଙ୍ଗୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।