ଓଡିଆ ଅଭିନେତ୍ରୀ ନମ୍ରତା ଦାଶଙ୍କ Family ଓ Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଓଡିଆ ଫିଲ୍ମ ଦେଖିଥିବେ । ତା ହେଲେ ଆପଣ ମାନେ ନିଶ୍ଚୟ ଏହି ଓଡିଆ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ କଳାକାର ନିଜ ଟ୍ୟାଲେଣ୍ଟ ଓ ନିଜ କଷ୍ଟରେ ଓଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି । ଏହି ଇଣ୍ଡଷ୍ଟ୍ରିରେ କେତେ ଜଣ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ରହିଛନ୍ତି । ହେଲେ ଏମାନେ ନିଜ ଚେଷ୍ଟା ଓ ସଂଘର୍ଷକୁ ଜାରି ରଖିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସଙ୍କର କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ନିଶ୍ଚୟ ଓଡିଆ ଫିଲ୍ମରେ ନମ୍ରତା ଦାସଙ୍କ ଅଭିନୟକୁ ନିଶ୍ଚୟ ଦେଖିଥିବେ । ନମ୍ରତାଙ୍କ ଲୋକପ୍ରିୟତା ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ଅଧିକ ।

ଓଡିଆ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ ନମ୍ରତା କାମ କରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ଆମ ଓଡିଶା ବାସୀ ବହୁତ ଭଲ ପାନ୍ତି । ବନ୍ଧୁଗଣ ନମ୍ରତାଙ୍କ ପୁରା ନାମ ହେଉଛି ନମ୍ରତା ଦାସ ଓ ତାଙ୍କୁ ସ୍ନେହରେ ସମସ୍ତେ ଡଲି ଅପା ବୋଲି ଡାକିଥାନ୍ତି । ସେ କେନ୍ଦ୍ରାପଡାର ଅଲପୁଆ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ।

ପିଲା ବେଳୁ ତାଙ୍କୁ ଅଭିନୟ କରିବାରେ ବହୁତ ରୁଚି ରହିଥିଲା । ବନ୍ଧୁଗଣ ନମ୍ରତାଙ୍କୁ ୮ ବର୍ଷ ହୋଇଥିବା ସମୟରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ ତାଙ୍କ ପିତା ଦ୍ଵିତୀୟ ବିବାହ କରିଥିଲେ । ନମ୍ରତାଙ୍କ ପରିବାରରେ ତାଙ୍କୁ ଛାଡି ଅନ୍ୟ ଚାରି ଜଣ ଭଉଣୀ ଓ ଦୁଇଜଣ ଭାଇ ଅଛନ୍ତି ।

ସେତେବେଳେ ସେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଧରିତ୍ରୀ’ରେ ସେ ବହୁତ ଭଲ ଅଭିନୟ କରିଥିଲେ । ଏହି ଫିଲ୍ମଟି ୧୯୭୩ ମସିହାରେ ରିଲିଜ ହୋଇଥିଲା । ଏହା ପରେ ସେ ଗୋଟେ ପରେ ଗୋଟେ ଫିଲ୍ମରେ ଅଭିନୟ କରିବାକୁ ଲାଗିଲେ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଅଲିଉଡ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଅଭିନେତାଙ୍କ ମା ନ ହଲେ ଜେଜେମା ଭୂମିକାରେ ସେ ନଜର ଆସିଛନ୍ତି ।

ନମ୍ରତା ବିବାହ କରି ନାହାନ୍ତି, ନିଜ ପିତାଙ୍କ ମୃତ୍ୟୁ ପରେ ନମ୍ରତା ନିଜ ଘରର ସମସ୍ତ କର୍ତ୍ତବ୍ୟ କରିଛନ୍ତି । ସାନ ଭାଇ ଭଉଣୀ ମାନଙ୍କୁ ମଣିଷ କରିବା ପାଇଁ ନମ୍ରତା ବିବାହ କରି ନଥିଲେ । ଏହା ଛଡା ସେ ମଞ୍ଚ ନାଟକ ଓ ଧାରା ବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଧାରା ବାହିକ ଥିଲା ‘ଅଧିକାର’ । ପିଲା ବେଳୁ ନମ୍ରତା ନିଜ ସ୍କୁଲରେ ଅଭିନୟ କରୁଥିଲେ, ଅଭିନୟ କରିବା ପାଇଁ ତାଙ୍କ ପିତା ମଧ୍ୟ ବହୁତ ପ୍ରେରଣା ଦେଇଥିଲେ । ତାଙ୍କ ପିତାଙ୍କ ପ୍ରେରଣା ପାଇଁ ଆଜି ସେ ୪୦୦ରୁ ଅଧିକ ଫିଲ୍ମ ଅଭିନୟ କରି ଭୂମି କନ୍ୟା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *