TV ସିରିଏଲ ‘ବାବା ଏସୋ ବର ଢୁଣ୍ଡୋ’ ରେ କାମ କରି ଫେମସ ହୋଇଥିବା ଏହି Actress ଆଜି ଦେଖା ଯାଆନ୍ତି କିଛି ଏମିତି, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ହିନ୍ଦୀ ଟେଲିଭିଜନ ସିରିଏଲ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହିନ୍ଦୀ ସିରିଏଲ ବିଷୟରେ କହିବୁ ଯାହା ବହୁତ ଫେମସ ହୋଇଥିଲା । ଏହି ସିରିଏଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲର ନାମ ହେଉଛି ‘ବାବା ଏସେ ବର ଢୁନ୍ଡୋ’ । ଏହି ସିରିଏଲରେ ଭାରତୀ ନାମକ ଏକ ଝିଅ ନିଜ ପାଇଁ ବର ଖୋଜୁଥିଲା । ଯେଉଁଥି ପାଇଁ ତାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କାରଣ ସେହି ଝିଅର ହାଇଟ ବହୁତ କମ ଥିଲା ଓ ବୟସ ଲଗାତାର ବଢି ଯାଉଥିଲା ।

ସେହି ଝିଅକୁ ଏକ ଭଲ ବର ମିଳୁ ନଥିଲା । ହେଲେ ଦିନେ ତାର ଭାଗ୍ୟ ବଦଳି ଯାଇଥିଲା । କାରଣ ତାକୁ ତାର ମନ ପସନ୍ଦିଆ ବର ମିଳିଯାଇଥିଲା । ବନ୍ଧୁଗଣ ଏହି ସିରିଏଲର ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ ଜୁହୀ ଅସଲମଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ଏହି ଅଭିନେତ୍ରୀ ଜଣକ ଆଜି ବହୁତ ବଦଳି ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ସୋ ଟି ଇମାଜିନ ଟିଭିରେ ପ୍ରସାରିତ ହେଉଥିଲା । ଏହି ସୋରେ ଭାରତୀଙ୍କ ଭୂମିକାକୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ । ଏହି ସୋ ରେ ଭାରତୀଙ୍କ ସ୍ଵାମୀ ହୋଇଥିଲେ ବିକ୍ରାନ୍ତ । ବିକ୍ରାନ୍ତ ଓ ଜୁହୀଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥିଲେ । ଜୁହୀ ସମାଜ ଓ ପରିବାର ମଧ୍ୟରେ ନିଜ ପରିଚୟ କେମିତି ରଖିବେ ତାହା ଭାବି ସେ ରହିଥିଲେ । ତାଙ୍କ ହାଇଟ ପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ ।

ସେଥିପାଇଁ ଜୁହୀ ଡାକ୍ତର ହେବା ପାଇଁ ସ୍ଥିର କରିଥିଲେ । ଜୁହୀଙ୍କୁ ତାଙ୍କ ସ୍କୁଲ ଓ କଲେଜ ଲାଇଫରେ ବହୁତ ବେଜତ କରାଯାଇଛି । ହେଲେ ଏହା କିଏ ଜାଣିଥିଲା ଯେ, ଏତେ କମ ହାଇଟର ଜୁହୀ ଟିଭି ଇଣ୍ଡଷ୍ଟ୍ରିରେ ଏତେ ବଡ ନାମ କରିବେ । ଯେତେବେଳେ କାଷ୍ଟିଙ୍ଗ ଡାଇରେକ୍ଟର ଜୁହୀଙ୍କୁ ଏହି ସୋ କରିବାର ମଉକା ଦେଇଥିଲେ, ସେତେବେଳେ ଜୁହୀଙ୍କୁ ବିଶ୍ଵାସ ହୋଇ ନଥିଲା ।

ଡାରେକ୍ଟର ଜୁହୀଙ୍କୁ ଏହି ସିରିଏଲରେ ରଖିବା ପାଇଁ ଜୁହୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ । ଶେଷରେ ଜୁହୀଙ୍କର ପରିବାର ଲୋକ ଏହି ସିରିଏଲ ପାଇଁ ରାଜି ହୋଇ ଯାଇଥିଲେ । ପ୍ରଥମେ ଯେତେବେଳେ ଏହି ସୋ ଟିଭିରେ ପ୍ରସାରିତ ହେଲା ସେତେବେଳେ ଲୋକମାନେ ଏହି ସୋକୁ ଦେଖିବା ପାଇଁ ବହୁତ ପସନ୍ଦ କରିଥିଲେ ।

ଏହି ସୋ ଟି ସବୁ ସୋ ମଧ୍ୟରୁ ଅନ୍ଯତମ ଥିଲା । ସେଥିପାଇଁ ଦର୍ଶକ ମାନେ ଏହି ସୋ ଦେଖିବା ପାଇଁ ବହୁତ ଇଛା କରିଥିଲେ । ଜୁହୀ ନିଜ ଭୂମିକାକୁ ଏହି ସିରିଏଲରେ ବହୁତ ଭଲ ଭାବରେ ପଦର୍ଶନ କରିଥିଲେ । ଏହି ସୋ ବ୍ଯତୀତ ଜୁହୀ ଅନ୍ୟ କେତେକ ସୋ ରେ ମଧ୍ୟ କାମ କରିଛନ୍ତି । ଆଜି ଜୁହୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।


ବର୍ଷ 2018 ରେ ଶେଷ ଥର ପାଇଁ ବଡୋ ବହୁ ରେ ନଜର ଆସିଥିଲେ ଓ ଏହା ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ଗୁଡବାଏ କହିଦେଲେ । ଯଦି ଆମେ କଥା ହେବା ପର୍ଶନାଲ ବିଷୟରେ ତ ସେ ନିଜର ପିଲା ବେଳର ସାଙ୍ଗ ସହିତ ବିବାହ କରି ନେଇଛନ୍ତି । ତାଙ୍କର ଏବେ ଗୋଟିଏ ପୁଅ ମଧ୍ୟ ଅଛି । ସେ ଏବେ ୩୨ ବର୍ଷର ହୋଇ ଯାଇଛନ୍ତି ଓ ବହୁତ ହିଁ ସୁନ୍ଦର ନଜର ଆସୁଛନ୍ତି ଓ ନିଜର ବୈବାହିକ ଜୀବନରେ ବ୍ୟସ୍ତ ହୋଇ ଯାଇଛନ୍ତି ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ଟିଭି ଦୁନିଆ ବିଷୟରେ ଅଧିକ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *