ନବମ ଶ୍ରେଣୀ ଝିଅଙ୍କୁ କମେଣ୍ଟ ମାରି ନାମନେଲେ 3 ରୋଡ ରୋମିଓ ..ଛାତ୍ରୀଙ୍କ ବାପା ଦେଲେ ଉଚିତ ଶିକ୍ଷା, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଗୋଟିଏ ଝିଅ କୁ ଘରୁ ଏକୁଟିଆ ବାହାରକୁ ଯିବା ପାଇଁ କେତେ ଡ଼ର ଲାଗେ ଏହାର କାରଣ ଆମ ସମାଜରେ ଥିବା କିଛି ଅସମାଜିକ ବ୍ୟକ୍ତି ଯିଏ କି ରାସ୍ତା ରେ ଯିବା ଆସିବା କରୁଥିବା କଲେଜ ଯାଉଥିବା ଯୁବତୀ ହେଉ କିମ୍ବା ସ୍କୁଲ ଯାଉଥିବା ନାବାଳିକା କିମ୍ବା କୌଣସି ମହିଳା ଯାହାକୁ ପାଇଲେ ସେମାନଙ୍କୁ କମେଣ୍ଟ ମାରିବା ସହ ତାଙ୍କୁ ହଇରାଣ ମଧ୍ୟ କରିଥାନ୍ତି ।

ତେବେ କିନ୍ତୁ ଏଭଳି ହରକତ କୁ ରୋକିବା ନିହାତି ଦରକାର ତେବେ ବର୍ତ୍ତମାନ ନିଜେ ଝିଅ କୁ ମଧ୍ୟ ନିଜର ସୁରକ୍ଷା ନିଜେ ହିଁ କରିବାକୁ ପଡିବ । ତେବେ ବର୍ତ୍ତମାନ ଏକ ଏହି ଭଳି ଘଟଣା ସାମ୍ନା କୁ ଆସିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ନାବାଳିକା ଛାତ୍ରୀଙ୍କୁ କମେଣ୍ଟ ମାରି ହଟହଟା ହେଲେ ରୋଡ୍ ରୋମିଓ ।

କମେଣ୍ଟ ମରା ମହଙ୍ଗା ପଡ଼ିଛି, ଉତ୍ତମ ମଧ୍ୟମ ଖାଇବା ସହ କାନ ଧରି ଉଠବସ୍ ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ଅଂଚଳରେ । କିଛି ନାବାଳିକା ଛାତ୍ରୀ, ସ୍ଥାନୀୟ ଏକ କୋଚିଂ ସେଂଟରକୁ ଯାଉଥିବା ବେଳେ ଗତ ତିନି ଧରି ଛାତ୍ରୀଙ୍କୁ ପିଛା କରିବା ସହ କମେଣ୍ଟ ମାରୁଥିଲେ ତିନି ଜଣ ଯୁବକ । ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ ଛାତ୍ରୀ ।

ତେବେ ଗୁରୁବାର ଗୋପ କୁଶଭଦ୍ରା ସେତୁ ଉପରେ ପରିବାର ଲୋକ ଜଗି ବସିଥିବା ବେଳେ ସେହି ତିନି ଜଣ ଯୁବକ ପୂର୍ବଭଳି ଅଶ୍ଳୀଳ ଇଂଗିତ ପ୍ରଦର୍ଶନ କରିଥିଲେ । ଏହାଦେଖି ଆଇନକୁ ହାତକୁ ନେଇଥିଲେ ପରିବାର ଲୋକ । ଯୁବକମାନଙ୍କୁ ଘଟଣା ସ୍ଥଳରେ କାବୁ କରିବା ସହ ଉତମ ମଧ୍ୟମ ଦେଇଥିଲେ । ଏହାପରେ ଗୋପ ବଜାରକୁ ଆଣି ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ କାନ ଧରି ବସ ଉଠ କରି ଛାଡିଥିଲେ ।


ତେବେ  ବସ ଉଠ୍ କରୁଥିବା ଭିଡିଓକୁ କେହି ଜଣେ ସୋସିଆଲ୍ ମିଡିଆରେ ଛାଡ଼ି ଦେବାରୁ ଏହା ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଭିଡିଓକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ଏହାକୁ କଙ୍ଗାରୁ କୋର୍ଟର କାର୍ଯ୍ୟ ସହ ତୁଳନା କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *