ନବ ଦାସ ସିନା ଚାଲିଗଲେ, ହେଲେ କିଏ ନେଉଛି ଏହାର ଫାଇଦା…ରାଜନୀତିରେ ଚାଲିଛି ଛକାପଞ୍ଝା ଖେଳ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନ୍ତ୍ରୀ ନବ ଦାସ ଚାଲିଯିବା ପରେ ଏହାର ଫାଇଦା ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାବୁଛନ୍ତି କି ! ତେବେ ଏପରି କିଛି ଖବର ବହୁତ ଜୋରସୋରରେ ଚର୍ଚା ହେବାରେ ଲାଗିଯାଇଛି । ତେବେ ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହୋଇଯିବା ପରେ ବିଜେଡି ରାଜନୀତି କ୍ଷେତ୍ରରେ କ୍ଷତ ସୃଷ୍ଟି ହୋଇଥିଲା । ତେବେ ମନ୍ତ୍ରୀ ନବ ଦାସ ପରିବାରରେ ମଧ୍ୟ ନବ ଦାସ ଚାଲିଯିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଥିଲେ ।

ତେଣୁ ନବ ଦାସଙ୍କର ପରିବାରକୁ ସମବେଦନାର ହାତ ବଢାଇବାକୁ ବହୁ ରାଜନୀତି ମଣ୍ଡଳ ଲୋକ ମନ୍ତ୍ରୀ ନବ ଦାସଙ୍କର ସ୍ମୃତି ସଭାକୁ ମଧ୍ୟ ଯାଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମନ୍ତ୍ରୀ ନବ ଦାସ ଚାଲିଯିବା ପରେ ନବ ଦାସ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି ଥିଲେ । ତେବେ ସେଠାରେ ମନ୍ତ୍ରୀ ନବ ଦାସଙ୍କର ଏପରି ହଟାତ ଭାବରେ ଦେହାନ୍ତ ଘଟିବା କଥାକୁ ନେଇ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ ।

ବିଜେପି ଦଳର ଲୋକ ହୋଇ ବିଜେଡି ପାର୍ଟିର ଲୋକଙ୍କ ଘରକୁ ଯାଇ ସେଠାରେ କିଛି ରାଜନୈତିକ ଆଲୋଚନା ହୋଇଛି ବୋଲି ଆଲୋଚନା ଚାଲିଛି । ତେବେ ନିଜ ବିଜେପି ଦଳରେ ମନ୍ତ୍ରୀ ନବ ଦାସଙ୍କର ଝିଅକୁ ଭର୍ତ୍ତି କରିବାର କିଛି କଥା ମଧ୍ୟ ଚର୍ଚା ହେବାରେ ଲାଗିପଡିଛି । ହେଲେ ଏପଟେ ଦେଖିବାକୁ ଗଲେ ମନ୍ତ୍ରୀ ନବ ଦାସ ବିଜେଡି ଦଳର ଲୋକ ଥିଲେ । ଏହା ସହିତ ନବ ଦାସ ମଧ୍ୟ ନିଜ ଝିଅ ଦୀପାଳୀକୁ ରାଜନୀତିରେ ସକ୍ରିୟ ରଖିବାକୁ ମଧ୍ୟ ଚାହୁଁଥିଲେ ।

ତେବେ ନବ ଦାସ ଯିବା ପରେ ବିଜେଡିର ଆନୁଗତ୍ୟରେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିକୁ ବିଜେଡି ଟିକେଟ ମିଳିବାର ବହୁ ସମ୍ଭାବନା ରହୁଛି । ତେବେ ଏପଟେ ବିଜେପି ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ନବ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟି କରିଥିବା ରାଜନୈତିକ କଥାକୁ ନେଇ ରାଜନୀତି ତଥା ସାଧାରଣ ଜନତାରେ ବହୁ ମାତ୍ରାରେ ଚର୍ଚା ହେଉଛି ।

ତେବେ କେଉଁ ପାଣି କୁଆଡେ ଯାଉଛି । ତାହା ତ ଆସନ୍ତା ନିର୍ବାଚନରେ ହିଁ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ  ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *