ମାତ୍ର ୫ ମିନିଟରେ ଗମ୍ଭୀରରୁ ଗମ୍ଭୀର ମୁଣ୍ଡବିନ୍ଧା ହେଇଯିବ ଗାୟବ, କେବଳ କରନ୍ତୁ ଏହି ଉପାୟ – Baba Ramdev Health Tips

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକଙ୍କର ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦେଖାଯାଇଥାଏ । ଏହି ମୁଣ୍ଡ ବିନ୍ଧା ସମସ୍ୟା ଅତ୍ୟଧିକ ମାରାତ୍ମକ ହୋଇନଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏକ ପ୍ରାଥମିକ ମୁଣ୍ଡବିନ୍ଧା ଅତ୍ୟଧିକ ସକ୍ରିୟତା ଆପଣଙ୍କ ମୁଣ୍ଡରେ ଯନ୍ତ୍ରଣା ସଂବେଦନଶୀଳ ସରଞ୍ଚନା ସହ ସମସ୍ୟା ସୃଷ୍ଟି ହୋଇଥାଏ । ଏକ ପ୍ରାଥମିକ ମୁଣ୍ଡବିନ୍ଧା ଏକ ଅନ୍ତର୍ନିହିତ ରୋଗର ଲକ୍ଷଣ ନୁହେଁ । ଆପଣଙ୍କ ମସ୍ତିସ୍କରେ ରାସାୟନିକ କାର୍ଯ୍ୟକଳାପ, ଆପଣଙ୍କ ଖପୁରିକୁ ଘେରି ରହିଥିବା ସ୍ନାୟୁ, ରକ୍ତବାହୀ ବା ଆପଣଙ୍କ ବେକ ଓ ମୁଣ୍ଡର ମାଂସପେଶୀ ପ୍ରାଥମିକ ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ଆପଣଙ୍କ ମୁଣ୍ଡବିନ୍ଧା ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ବନ୍ଧୁଗଣ ଯଦି ଆପଣ ଆମର ଏହି ଘରୋଇ ଉପଚାରକୁ ବ୍ୟବହାର କରିବେ ତା ହେଲେ ପାଞ୍ଚ ମିନିଟ ମଧ୍ୟରେ ଆପଣଙ୍କ ମୁଣ୍ଡବିନ୍ଧା ସମସ୍ଯା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଖଣ୍ଡ ଛୋଟ ଅଦାର ଆବଶ୍ୟକତା ପଡିବ । ଆପଣ ପ୍ରଥମେ ଦୁଇ ଖଣ୍ଡ ଅଦାକୁ ନେଇ ତାହାକୁ ଭଲ ଭାବରେ ଛେଲି ସଫା କରିଦିଅନ୍ତୁ ଓ ଏହାକୁ ପେଶୀ ଏହାର ରସକୁ ବାହାର କରିଦିଅନ୍ତୁ । ଏହା ପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ୧ ରୁ ୨ ଚାମଚ ଅଦା ରସ ପକାନ୍ତୁ ।


ଏହାପରେ ଆପଣ ସେହି ପାତ୍ରରେ ଦୁଇଟି ଲବଙ୍ଗ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ମହୁ ମିଶାଇ ଦିଅନ୍ତୁ, ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣଙ୍କ ମୁଣ୍ଡବିନ୍ଧା ଓ କ୍ଳାନ୍ତପଣ ଆଦି ସମସ୍ୟା ଦୂର ହୋଇଯିବ।

ଆସନ୍ତୁ ଜାଣିବା ଆମର ଦ୍ଵିତୀୟ ଉପଚାର । ବନ୍ଧୁଗଣ ଆମର ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ଅଦା ରସ ପକେଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଡାଲଚିନିର ଆବଶ୍ୟକତା ରହିଛି । ବନ୍ଧୁଗଣ ସମସ୍ତ ରୋଷେଇ ଘରେ ଡାଲଚିନି ନିଶ୍ଚୟ ରଖା ଯାଇଥାଏ । ଏହାକୁ ମସଲା ଓ ଖାଦ୍ୟ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ ।

ତେଣୁ ଆପଣ ସେହି ପାତ୍ରରେ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ମିକ୍ସ କରିବା ପରେ ଯଦି ଆପଣଙ୍କ ମୁଣ୍ଡବିନ୍ଧା ଆଦି ସମସ୍ୟା ହେଉଛି ତା ହେଲେ ଆପଣ ଏହି ମିଶ୍ରଣକୁ ନିଜ ମୁଣ୍ଡରେ ଲଗାନ୍ତୁ ଓ ଏହାକୁ ଭଲ ଭାବରେ ମସାଜ କରନ୍ତୁ । ବନ୍ଧୁଗଣ ଆମର ଏହି ଦୁଇଟି ଉପାୟକୁ ବ୍ୟବହାର କରି ଦେଖନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବେ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *