ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ଯାତ୍ରା ରେ ଆଇଟମ ଡ୍ୟାନ୍ସ କୁ ବିରୋଧ କରି ଚପଲ ପକାଇଥିବା ମହିଳା ଙ୍କୁ ନେଇ କିଛି ପ୍ରତିକ୍ରିୟା ଦେଇଛନ୍ତି । ତେବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା ଯେ ରାନୀ କ’ଣ କହୁଛନ୍ତି ? ରାନୀ କହିଛନ୍ତି ଯେ ତାଙ୍କ ବିରୋଧରେ ଯେଉଁ ବିରୋଧ କରାଗଲା ତାହା ଆଦୌ ଉଚିତ ବିରୋଧ ନଥିଲା । ସେ ସେତେବେଳେ ଦେଖି ନଥିଲେ, ଭା-ଇ-ରା-ଲ ହେବା ପରେ ଦେଖିବାକୁ ପାଇଲେ ଯେ ମହିଳା ଜଣଙ୍କ ଚପଲ ପକାଇଛନ୍ତି ।
ମାତ୍ର ସେ ଯେଉଁ ବ୍ୟବହାର କରିଲେ ତାହା ଆଦୌ ସଠିକ ନୁହେଁ । ଏହା ସଂପୂର୍ଣ୍ଣ ଭାବରେ ଆଇନ ବିରୋଧ କାମ ଥିଲା । ସେ ଆଇନ କୁ ନିଜ ହାତକୁ ନେଲେ, ମାତ୍ର ସେ ଏକୁଟିଆ ଦର୍ଶକ ନଥିଲେ ସେଠାରେ ସମୁଦାୟ ୫ ହଜାର ଦର୍ଶକ ଥିଲେ । ଏବଂ ୫୦୦୦ ଦର୍ଶକ ଙ୍କ ଭିତରେ କେହିତ କାହିଁ କିଛି କରିଲେ ନାହିଁ ? ସମସ୍ତେ ଷପୋର୍ଟ କରିବା ସହିତ ତାଙ୍କ ଡ୍ୟାନ୍ସ କୁ ଉପଭୋଗ କରି ଝୁମୁଥିଲେ ।
ତାଙ୍କ ଡ୍ୟାନ୍ସ ସୀମା ଭିତରେ ଥିଲା, ମାତ୍ର ସେହି ମହିଳା ଜଣଙ୍କ ହଠାତ କାହିଁକି ଏଭଳି କରିଲେ ? ରାନୀଙ୍କୁ କହିଲେ ଯେ ତାଙ୍କ ବିରୁଦ୍ଧରେ ଏହା ନିଶ୍ଚିତ ଭାବରେ ଏକ ଷଡଯନ୍ତ୍ର ହୋଇପାରେ । ଶାଳୀନତା ମଧ୍ୟରେ ରହି ନୃତ୍ୟ କରିଥିଲେ । ମହିଳା ଜଣଙ୍କ ଯାହା ଆଲିଗେସନ ଲଗାଉଛନ୍ତି ତାହା ସଂପୂର୍ଣ୍ଣ ଭାବରେ ବୃଥା ଅଟେ ।
ମାତ୍ର ବାହାରେ ଯେଉଁ ପୋଷ୍ଟର ସବୁ ଲାଗୁଛି, ଯେଉଁ ବ୍ରା, ପ୍ୟାଣ୍ଟି ତଥା ଇନର ର ଯେଉଁ ପୋଷ୍ଟର ସବୁ ଲାଗୁଛି, ତାହାର ବିରୋଧ କଣ ପାଇଁ ସେହି ମହିଳା ଜଣଙ୍କ କରିଲେ ନାହିଁ ? ମାତ୍ର ଜଣେ ଆର୍ଟିଷ୍ଟ ଯାହା ପିନ୍ଧି ଆଇଟମ ଡ୍ୟାନ୍ସ କରିବା କଥା ସେ ତାହା ପିନ୍ଧିଥିଲେ, ତେବେ ଏହା ଖରାପ କିଭଳି ହୋଇଗଲା ? ଜନସାଧାରଣ ମଧ୍ୟ ଭଲ ଭାବରେ ଏ ସବୁ ଦେଖୁଛନ୍ତି ସେ ନିହାତି ଭାବରେ ଜାଣିପାରୁଛନ୍ତି ଭୁଲ କ’ଣ ଠିକ କ’ଣ ?
ରାନୀ ଗେଷ୍ଟ ଭାବରେ ସେଠାରେ ଆଇଟମ ଡ୍ୟାନ୍ସ କରିଥିଲେ । ମୋଟ ଉପରେ କହିବାକୁ ଗଲେ ସେ ଜଣେ ଆର୍ଟିଷ୍ଟ, ଓଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି, ଜଣେ ସୋସିଆଲ ୱାର୍କର ମଧ୍ୟ ଅଟନ୍ତି । ଏବଂ ସେ ନିଜର ଶାଳୀନତା କ୍ରଶ କରିବେ ନାହିଁ । ବର୍ତ୍ତମାନ ଏହା ବିରୁଦ୍ଧରେ ରାନୀ ପ୍ରିୟଦର୍ଶନୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।