ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୁଁ ମାନିନୀ ସିରିୟାଲ କଲାବେଳେ ମୁଁ ପ୍ରେଗନେଣ୍ଟ ଥିଲି , ହେଲେ କେହି ଜାଣିନଥିଲେ ” । ଓଡିଆ ସିରିୟାଲ ଅଭିନେତ୍ରୀ ସୁଈଟି ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ କେତେକ ବିଷୟ ସୋସିଆଲ ମିଡିଆରେ କହିଛନ୍ତି । ସୁଇଟିଙ୍କ କହିବା ଅନୁସାରେ ସେ ପ୍ରଥମେ ଆଲବମ୍ ଗୀତ କରୁଥିଲେ ପରେ ତାଙ୍କୁ ସିରିୟାଲରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।
ତାଙ୍କ ପ୍ରଥମ ସିରିୟାଲ କଳିଯୁଗ କରୁଥିବା ବେଳେ ସେ ଉଦଳାରୁ ଭୁବନେଶ୍ଵରକୁ ଆସୁଥିଲେ ତାଙ୍କ ମା’ ଙ୍କ ସହ ଓ ସୁଟିଙ୍ଗ ସାରି ଘରକୁ ଯାଉଥିଲେ । ସୁଇଟିଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା କିନ୍ତୁ ତାଙ୍କ ମା ‘ ସର୍ବଦା ସାଥିରେ ରହୁଥିଲେ । ସେ ମାନିନୀ ସିରିୟାଲ କରୁଥିବା ବେଳେ ସେ ପ୍ରେଗନେଣ୍ଟ ଥିଲେ କିନ୍ତୁ କେହି ଜାଣିନଥିଲେ କେବଳ ତାଙ୍କ ସାଙ୍ଗ ସୋନାଲୀ ଜାଣିଥାନ୍ତି ।
କାରଣ ସେ ପ୍ରେଗନେଣ୍ଟ ଥିବା ବିଷୟ କାହାକୁ କହିବାକୁ ଇଛା କରିନଥିଲେ । ମାତ୍ର ମାନିନୀ ସିରିୟାଲକୁ ସାରି ଯେବେ ତାଙ୍କ ପୁତ୍ର ସନ୍ତାନ ଟିଏ ଜନ୍ମ ହୋଇଥିଲା । ତେବେ ସମସ୍ତେ କହିଲେ ଆରେ ଏତେ ଜଳଦି କେମିତି ହେଲା । ଆଜିକୁ 18 ବର୍ଷ ହେଲାନି ସେ ସିରିୟାଲ ଜଗତରେ ଅଭିନୟ କରୁଛନ୍ତି । ତାଙ୍କୁ ସିନେମାରେ ଅଭିନୟ କରିବା ନିମନ୍ତେ ଅନେକ ସୁଯୋଗ ମିଳିଥିଲା କିନ୍ତୁ ସୁଇଟି ଯିବାକୁ ପସନ୍ଦ କରିନଥିଲେ ।
ତେଣୁ ସମସ୍ତଙ୍କୁ ମନା କରିଦେଉଥିଲେ । ମାତ୍ର ଏବେ ସେ ଏକ ସିନେମା କରିଛନ୍ତି ଯାହା ଆଗକୁ ରିଲିସ୍ସ ହେବ ସେ କହିଛନ୍ତି ଏବେ ଯେଉଁ ସିରିୟାଲ କରୁଛି ତାହା ସାରିବା ପରେ ମୁଁ ସିନେମା କରିବି । ଏହା ବ୍ୟତୀତ ସୁଇଟିଙ୍କ ବାପାଙ୍କ ବ୍ୟପାର ରହିଛି ଯାହାକୁ ଆଗାମୀ ଭବିଷ୍ୟତରେ ତାଙ୍କୁ ହିଁ ଚଳାଇବାର ଅଛି ।
ସୁଇଟି କହିଛନ୍ତି ସେ ସବୁବେଳେ କାମ କରିବାକୁ ଇଛା କରନ୍ତି ତେଣୁ ସେ ଘର ଛାଡି ଭଡା ନେଇ ସୁଟିଙ୍ଗ କାମ କରୁଛନ୍ତି କିନ୍ତୁ ସେ ତାଙ୍କ ପୁଅକୁ ଛାଡି ରହିବା ବହୁତ କଷ୍ଟକର ଅଟେ । ଏଭଳି କିଛି କହିଛନ୍ତି ଆପଣଙ୍କ ପ୍ରିୟ ଆଲବମ କୁଇନ ଅଭିନେତ୍ରୀ ସୁଇଟି ପଟ୍ଟନାୟକ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।