ବନ୍ଧୁଗଣ ଏସିଏଫଓ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟକ ଦିନ କିଛି ନୂଆ ନୂଆ ରହସ୍ୟର ପରଦାଫାସ ହେଉଛି । ଏହି କେସ ସହ ଜଡିତ ସମସ୍ତ ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି ଓ ଏହି କେସର ତଦନ୍ତ କଡାକଡି ରୂପେ କରାଯାଉଛି ।
ସୋମ୍ୟଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀ (ବିଦ୍ୟା ଭାରତୀ’ଙ୍କ ହାତ ରହିଛି ବୋଲି ସୋମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତରେ କେତେକ ପ୍ରମାଣ ପତ୍ର ବିଦ୍ୟାଙ୍କ ବିରୋଧରେ ମିଳିଛି । ଏହି ମାମଲାରେ ସବୁଦିନ କିଛି ନୂଆ ରହସ୍ୟ ଖୋଲୁଛି । ଗତ କିଛି ସମୟ ହେବ ଏହି ମାମଲାର ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବିଦ୍ୟା ବଲାଙ୍ଗୀରରେ ପାଠ ପଢୁଥିଲେ ଓ ଏକ ବ୍ୟାଚଲର ପାର୍ଟି ମଧ୍ୟ ରଖିଥିଲେ ।
ବିଦ୍ୟା ଓ ସୋମ୍ୟଙ୍କୁ ପାର୍ଟିରୁ ଆଣିବା ପାଇଁ ଏକ ଗାଡି ଡ୍ରାଇଭର ଯାଇଥିଲା । ଅପ୍ରେଲ ୧୩ ତାରିଖ ଦିନ ଡ୍ରାଇଭର ଜଣଙ୍କ ବିଦ୍ୟାଭାରତୀଙ୍କ ବାପା ଏବଂ ମାଙ୍କୁ ନେଇ ବଲାଙ୍ଗୀର ଯାଇଥିଲେ । ସେଠାରୁ ବିଦ୍ୟା ଭାରତୀ ଏବଂ ତାଙ୍କ ସ୍ଵାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ ଫେରିଥିଲେ ।
ତେବେ ବନ୍ଧୁଗଣ ଡ୍ରାଇଭର ଜଣକ ବିଦ୍ୟା ଓ ସୋମ୍ୟଙ୍କ ବିଷୟାରେ କିଛି ବିଶେଷ କଥା କହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ଡ୍ରାଇଭର ମତରେ, ବଲାଙ୍ଗୀରରୁ ବିଦ୍ୟା ଓ ସୋମ୍ୟଙ୍କୁ ସେ ଆଣିବାକୁ ଯାଇଥିଲା । ତେବେ ଗାଡି ଭିତରେ ସେଭଳି କୌଣସି କଥାବାର୍ତ୍ତା ହୋଇ ନଥିବାବେଳେ ସମସ୍ତେ ବେଶ୍ ଖୁସିଥିଲେ ବୋଲି ଡ୍ରାଇଭର ଜଣଙ୍କ କହିଛନ୍ତି । ଅନ୍ୟପଟେ ଅପ୍ରେଲ ୧୩ ତାରିଖରେ ବଲାଙ୍ଗୀରରୁ ଆସିବା ପରେ ଗୌଡ ଗାଁରେ ୬ରୁ ୭ ଦିନ ରହିଥିଲେ ।
ପରେ ୨୨ ତାରିଖ ଅର୍ଥାତ୍ ସୁଦଶା ବ୍ରତ ପୂର୍ବ ଦିନ ପୁଣି ଉକ୍ତ ଡ୍ରାଇଭର ନିଜେ ସୌମ୍ୟରଞ୍ଜନ ଏବଂ ବିଦ୍ୟା ଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ବାର୍ଟରକୁ ଯାଇଥିଲେ ଓ ସେଠାରେ ଉଭୟଙ୍କୁ ଛାଡିଥିଲେ । ସେହି ଦିନ ରାତିରେ ଉକ୍ତ ଡ୍ରାଇଭରଙ୍କୁ କ୍ବାର୍ଟରରେ ରହିଯିବାକୁ ସୌମ୍ୟ କହିଥିଲେ । ତେବେ ପାରଳାଖେମୁଣ୍ଡି ଯିବା ସମୟରେ ବି ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ସଂପୃକ୍ତ ଡ୍ରାଇଭର ।
ବର୍ତ୍ତମାନ ଡ୍ରାଇଭରଙ୍କ ଏହି ବୟାନ କେସକୁ ଏକ ନୂଆ ମୋଡରେ ନେଇ ଯାଇଛି । ଯଦି ବିଦ୍ୟା ଓ ସୋମ୍ୟଙ୍କ ମଧ୍ୟରେ ସବୁ ଭଲ ଥିଲା ତା ହେଲେ ବିଦ୍ୟା ନିଜ ଡାଏରୀରେ ସୋମ୍ୟଙ୍କ ବିଷୟାରେ ଏତେ ଖରାପ କଥା କାହିଁକି ଲେଖିଥିଲେ ଏହା ନେଇ ବର୍ତ୍ତମାନ କେତେକ ପ୍ରଶ୍ନ ସାମ୍ନାକୁ ଆସୁଛି ।