‘ଯାହା କରୁଛ କର ହେଲେ ମତେ ହିରୋଇନ କର, ତା ପାଇଁ ମୁଁ କିଛି ବି…’ ଶ୍ରଦ୍ଧାଞ୍ଜଳି ଏଭଳି ଭାବରେ ୟୁଜ କରୁଥିଲା Archana ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ରଦ୍ଧାଞ୍ଜଳୀ ଭଳି ଅନେକ ଝିଅ ଙ୍କୁ ପାଖରେ ପାଳିଥିଲା ସୁନ୍ଦରୀ ଅର୍ଚ୍ଚନା । ଆଉ ଯେଉଁ କାମ ଅର୍ଚ୍ଚନା କରିପାରୁନଥିଲା ଠିକ ସେହି ସମୟରେ ସେ ସେହି କାମ କୁ ଶ୍ରଦ୍ଧାଞ୍ଜଳୀ ମାଧ୍ୟମରେ କରାଉଥିଲା । ଅର୍ଚ୍ଚନାର ନିଶା ଥିଲା କିଭଳି ବଡ ବଡିଆ ଙ୍କ ଠାରୁ ଟଙ୍କା ଆଣିବ, ଅପର ପାର୍ଶ୍ଵରେ ଶ୍ରଦ୍ଧାଞ୍ଜଳୀ ଙ୍କର ଲକ୍ଷ ଥିଲା ଯେ ସେ କିଭଳି ସିନେମାରେ ହିରୋଇନ ହେବ ।

ଏଥି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଏବଂ ଅର୍ଚ୍ଚନା ଙ୍କ ମଧ୍ୟରେ ଏକ ବଡ ଡିଲ ହୋଇଥିଲା । ଅର୍ଚ୍ଚନା ଙ୍କ କହିବା କଥା ଶ୍ରଦ୍ଧାଞ୍ଜଳୀର ପେଟ କେବେ ଅପୋଷା ରହିବ ନାହିଁ । ଶ୍ରଦ୍ଧାଞ୍ଜଳୀ ମଧ୍ୟ ହିରୋଇନ ହେବ । ମାତ୍ର ଅର୍ଚ୍ଚନା ଙ୍କ ପକେଟ ମାଲାମାଲ ହେବା ପରେ । ସେ ୩ କୋଟି ପାଇ ସାରିବା ପରେ ଶ୍ରଦ୍ଧାଞ୍ଜଳୀ ହିରୋଇନ ହେବ । ଶ୍ରଦ୍ଧାଞ୍ଜଳୀ ଙ୍କ ସହିତ ସମ୍ପର୍କକୁ ନେଇ ଅର୍ଚ୍ଚନା ଶ୍ରୀ ଅକ୍ଷୟ ପାରିଜା ଙ୍କୁ ବ୍ଲାକମେଲ ମଧ୍ୟ କରିଥିଲା ।

ନିଜକୁ ଓକିଲର ପରିଚୟ ଦେଇ ପାରିଜା ଙ୍କୁ ଅର୍ଚ୍ଚନା ୩ କୋଟି ଟଙ୍କା ଦେବା ନିମନ୍ତେ ଦାବି କରିଥିଲା । ଟଙ୍କା ନ ଦେଲେ ଥାନାରେ ଅଭିଯୋଗ ହେବ ବୋଲି ଧମକ ଦେଇଥିଲା ସୁନ୍ଦରୀ ଅର୍ଚ୍ଚନା । ଏହାକୁ ନେଇ ଶ୍ରୀ ପରିଜା ଗତ ସେପ୍ଟେମ୍ବର ୨୯ ତାରିଖରେ ନୟାପଲ୍ଲୀ ଥାନାରେ ଏକ ଏତଲା ଦେଇଥିଲେ । ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳୀ ଙ୍କ ନାମ ମଧ୍ୟ ସେ ଅଭିଯୋଗ ରେ ଉଲ୍ଲେଖ କରିଥିଲେ ।

ଏହା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସମୟରେ ଶ୍ରଦ୍ଧାଞ୍ଜଳୀ ଅକ୍ଟୋବର ଦୁଇ ତାରିଖ ଦିନ ଅର୍ଚ୍ଚନା, ଜଗବନ୍ଧୁ, ଓ ଖଗେଶ୍ଵର ନାମରେ ଅଭିଯୋଗ କରିଥିଲା । ଏହାପରେ ତାଙ୍କ ଅଭିଯୋଗ କୁ ଆଧାର କରି ଖଣ୍ଡଗିରୀ ପୋଲିସ ସେହି ମାସ ୬ ତାରିଖ ରାତିରେ ଅର୍ଚ୍ଚନା ଙ୍କୁ ଗିରଫ କରିଥିଲା ।

ଏହାପରେ ୧୫ ଦିନ ପରେ ଜଗବନ୍ଧୁ କୁ ପୋଲିସ ଗିରଫ କରିବା ପରେ, ମାଷ୍ଟର ମାଇଣ୍ଡ ଖଗେଶ୍ଵର କୁ ଛାଡି ଦେଇଥିଲା । ବର୍ତ୍ତମାନ ED ଖଗେଶ୍ଵର କୁ ଧରି ଜେରା କରୁଥିବା ସମୟରେ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ଶ୍ରଦ୍ଧାଞ୍ଜଳୀ ର ହିରୋଇନ ହେବାକୁ ଭାରି ଇଛା ଥିଲା ଏଥି ନିମନ୍ତେ ତାଙ୍କୁ ଯାହା କୁହାଯାଉଥିଲା ସେଥି ନିମନ୍ତେ ସେ ରାଜି ହେଇଯାଉଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *