PPFରେ ନିବେଶ କରି ଏମିତି ହେଇ ପାରିବେ କୋଟିପତି, ଜାଣନ୍ତୁ ପ୍ରତି ମାସରେ କେତେ କରିବାକୁ ହେବ ସେଭିଙ୍ଗ

ବର୍ତ୍ତମାନ ସମୟରେ ସମସ୍ତେ କୋଟିପତି ହେବା ପାଇଁ ସ୍ଵପ୍ନ ଦେଖିଥାନ୍ତି । ଏଥିପାଇଁ କିଏ ବିଜନେସ କରେ ତ କିଏ ଚାକିରି କରନ୍ତି । କହିବାକୁ ଗଲେ ସମସ୍ତେ ନିଜର ଆୟ ବଢାଇବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି । କୋଟିପତି ହେବା ପାଇଁ ଜରୁରୀ ଅଟେ କି ସବୁ ମାସରେ ଏକ ନିଶ୍ଚିତ ଆୟ ହେବା ଆବଶ୍ୟକ । କିନ୍ତୁ ଏହା ମଧ୍ୟରେ ଯେତେବେଳେ ସେଭିଙ୍ଗର କଥା ଆସିଥାଏ ତେବେ ଆପଣ ସମସ୍ତଙ୍କ ମନରେ ପ୍ରଥମେ Public Provident Fund (PPF)ର କଥା ଆସିଥାଏ । ଏଥିରେ ଇକ୍ୱିଟୀ ମାର୍କେଟ ଭଳି ରିସ୍କ ନ ଥାଏ ।

ସରକାରଙ୍କ ସ୍କିମ ହୋଇଥିବା କାରଣରୁ ଏଥିରେ ଆପଣଙ୍କୁ ଭଲ ସୁଧ ମିଳିଥାଏ । ଏହା ସହିତ ଆପଣଙ୍କୁ କେତେକ ସ୍ଥାନରେ ଟ୍ୟାକ୍ସରୁ ମୁକ୍ତି ବି ମିଳିଥାଏ । ଏହାର ଅର୍ଥ ଏହା ଅଟେ କି PPF (EEE) ଶ୍ରେଣୀର ସେଭିଙ୍ଗ ସ୍କିମ ଅଟେ । ଏହି ସ୍କିମ ଅନୁସାରେ ଆପଣ ପ୍ରତି ବର୍ଷ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରି ପାରିବେ ।

କୌଣସି ବି ବ୍ୟକ୍ତି କୌଣସି ବର୍ଷରେ ଏହି ସୀମାରୁ ଅଧିକ ଏହି ସ୍କିମରେ ନିବେଶ କରି ପାରିବ ନାହିଁ । ଆୟକର ର ପୁରୁଣା ବ୍ୟବସ୍ଥା ଅନୁସାରେ ଏହି ସ୍କିମରେ ନିବେଶ ଉପରେ ଆପଣଙ୍କୁ ବର୍ଷକୁ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟ୍ୟାକ୍ସରୁ ମୁକ୍ତି ମିଳିଥାଏ । ଏହା ଛଡା ଏହି ସ୍କିମ EEE ଅନୁସାରେ ଆପଣଙ୍କୁ କିଛି ଲାଭ ବି ମିଳିଥାଏ ।

EEE ଶ୍ରେଣୀର ଅର୍ଥ ଏହା ଅଟେ କି ଆପଣଙ୍କୁ ଅଂଶଦାନ, ସୁଧ ଓ ମ୍ୟାଚ୍ୟୋରିଟୀ ରୁ ହେଉଥିବା ଆୟରେ ୩ଟି ବିଷୟ ଉପରେ ଟ୍ୟାକ୍ସ ଫ୍ରୀ ମିଳିଥାଏ । ଏହା ଛଡା EPF ଓ Sukanya Samriddhi Yojana (SSY) ଏହି ଶ୍ରେଣୀର ସେଭିଙ୍ଗ ସ୍କିମ ଅଟେ । ସରକାର PPF ସହିତ ଅନ୍ୟ କେତେକ ଯୋଜନା ପାଇଁ ସୁଧର ଦର ନିର୍ଦ୍ଧାରିତ କରିଥାନ୍ତି । ଜାନୁୟାରୀ ୨୦୨୦ରୁ ମାର୍ଚ୍ଚ ୨୦୨୦ ପାଇଁ PPF ଉପରେ ସୁଧ ୭.୯ % ଅଟେ ।

PPF ଆକାଉଣ୍ଟ ମ୍ୟାଚ୍ୟୋରିଟୀର ଅବଧି ୧୫ ବର୍ଷ ହୋଇଥାଏ । କିନ୍ତୁ କୌଣସି ବି ବ୍ୟକ୍ତି କୌଣସି କାରଣବଶତଃ ଏହାକୁ ପାଞ୍ଚ-ପାଞ୍ଚ ବର୍ଷ ପାଇଁ ଏହାକୁ ଏକ୍ସଟେଂଶନ କରି ପାରିବ । ଏଥିପାଇଁ ତାହା ସମ୍ବନ୍ଧିତ ବ୍ୟାଙ୍କ ଓ ପୋସ୍ଟ ଅଫିସରେ ଆବେଦନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମ୍ୟାଚ୍ୟୋରିଟୀ ବାଲା ଫର୍ମ ୧୫Hକୁ ଫିଲ କରିବାକୁ ହେବ ।

PPF ନିବେଶ ଦ୍ଵାରା କେମିତି ହୋଇପାରିବେ କୋଟିପତି

ଆପଣ ପ୍ରତି ମାସରେ ୧୫,୫୦୦ କିମ୍ବା ଦ୍ଵିତୀୟ ଶବ୍ଦରେ କହିଲେ ପ୍ରତି ବର୍ଷ ୧.୫ ଲକ୍ଷ ଟଙ୍କା ନିବେଶ କରି ପାରିବେ । ଏହି ହିସାବରେ ଯଦି ଆପଣ ଲଗାତାର ୧୫ ବର୍ଷ ନିବେଶ କରିବେ ତେବେ ୭.୯ %ର ସୁଧ ଦର ରେ ୧୫ ବର୍ଷ ପରେ ଆପଣଙ୍କ ମ୍ୟାଚ୍ୟୋରିଟୀ ଆମାଉଣ୍ଟ ୪୩ ଲକ୍ଷ ୬୦ ହଜାର ପାଖାପାଖି ହୋଇଯିବ । ଯଦି ଆପଣ ଦୁଇ ଥର ମାନେ ୧୦ ବର୍ଷ ପାଇଁ ନିବେଶକୁ ଏକ୍ସଟେଂଡ କରୁଛନ୍ତି ତେବେ ୨୫ ବର୍ଷ ପରେ ଆପଣଙ୍କ ମ୍ୟାଚ୍ୟୋରିଟୀ ଆମାଉଣ୍ଟ ୧,୧୬,୬୦,୭୬୯ ଟଙ୍କା ହୋଇଯିବ ।

Leave a Reply

Your email address will not be published. Required fields are marked *