ଜେଲରେ ପକୁଡି ଓ ରସଗୋଲା ଖାଇବାକୁ ଜିଦ କରିଲା ଶିବ, ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ପୋଲିସ !

ମୋତେ ପକୁଡି ଓ ରସଗୋଲା ଖାଇବାକୁ ଦିଅ ମୁ ସତ କହିଲି ଏବେ ମୋ ଇଛା ପୂରଣ କର । ଗୋଟେ ପଟେ ପୋଲିସ ଚିନ୍ତାରେ ଥିବା ବେଳେ ପାଞ୍ଚ ଜଣ ସଦସ୍ୟଙ୍କ ହତୟଆ କରିଥିବା ଅଭିଯୁକ୍ତ ଶିବ ସାହୁ ଏପରି ଅର୍ଡର କରୁଛି । ପକୁଡି ଓ ରସଗୋଲା ଖାଇବାକୁ ମାଗିଲା ମାହାଙ୍ଗା ହତୟଆକାଣ୍ଡର ଅଭିଯୁକ୍ତ ଶିବ ସାହୁ । ରିମାଣ୍ଡ ଅବଧି ପରେ ଆଜି ଶିବକୁ କୋର୍ଟରେ ହାଜିର କରାଯାଇଛି ।

ସେଠାରେ ସେ ପହଞ୍ଚିବା କ୍ଷଣି ପକୁଡି ଖାଇବାକୁ ମାଗିଥିଲା । କେବଳ ପକୁଡି ନୁହେଁ ତା ସହିତ ରସଗୋଲା ବି ମାଗିଥିଲା । ଗୋଟେ ପଟେ ପ୍ରଥମ ରିମାଣ୍ଡରେ ସଂପୂର୍ଣ୍ଣ ସତ ସାମ୍ନାକୁ ଆସି ନଥିବା ବେଳେ ଅନ୍ୟ ପଟେ ଶିବର ଏପରି ଅର୍ଡର ପାଇଁ ଚକିତ ହୋଇଥିଲେ ସମସ୍ତେ । ସତ ଜାଣିବାକୁ ଆହୁରି ବାକି ଥିବା ବେଳେ ପୁଣି ଥରେ ରିମାଣ୍ଡ ଆବେଦନ କରାଯାଇ ପାରେ ବୋଲି ସୂଚନା ମିଳିଛି ।

ପୁଣି ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ସହ ଆହୁରି ସତ ଓଗାଳିବାକୁ ଚେଷ୍ଟା କରିବ ପୋଲିସ । ପ୍ରଥମ ରିମାଣ୍ଡ ଅବଧିରେ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହି ରି-କ୍ରିଏସନରେ ସେ ହତୟଆକୁ ନେଇ ସବୁ ସତ ଓଗାଳିବା ସହିତ କଟୁରି କେଉଁଠୁ ଆଣିଥିଲା ତାହା ବଖାଣିଛି । ପାଞ୍ଚ ଜଣଙ୍କୁ ସେ କିପରି ଏକା ହତୟଆ କରିଲା ଏହା ସବୁଠାରୁ ବଡ ପ୍ରଶ୍ନ ରୂପେ ବର୍ତ୍ତମାନ ସୁଧା ଉଭାବ ହୋଇଛି ।

ସେ କହିବା ଅନୁସାରେ, ପ୍ରଥମେ ସେ ନିଜ ଭାଉଜଙ୍କୁ କଟୁଉରିରେ ଗୋଟେ ଚୋଓଟ ମାରିଥିଲା ମାତ୍ର ଚୋଟର ଶିକାର ହୋଇଥିଲେ ବଡ ଭାଇ ତା ପରେ ବଡ ପୁଅ ଝିଅକୁ ମାଆରିଲା । ଏହା ଦେଖି ସାନ ପୁଅ ଛାତ ଉପରକୁ ଦଉଡି ପଳାଉ ଥିଲା ସେହି ସମୟରେ ତାକୁ ବି ଘୋଷାଡ଼ି ଆଣି ବର୍ବର ରୂପେ ହତୟଆ କରିଥିଲା ଶିବ ସାହୁ ।

ହେଲେ ବନ୍ଧୁଗଣ ପାଞ୍ଚ ଜଣଙ୍କୁ ହତୟଆ କରିବା ଓ ଦେହରେ ଟିକେ ରକ୍ତ ଦାଗ ନ ଲାଗିବା ଏହା ପୋଲିସର ଚିନ୍ତା ବଢାଇ ଦେଇଛି । ଆଜି କୋର୍ଟରେ ହାଜର ସମୟରେ ପକୁଡି ଆଉ ରସଗୋଲା ମାଗିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *