ମୋତେ ବଡ ଦାଣ୍ଡରେ ତୋ ରଥ ଟାଣିବାକୁ ମନା, କାରଣ ମୁଁ ହେଉଛି ମୁସଲମାନ! ସେଥିପାଇଁ ଘରେ ତିଆରି କରିଛି ରଥ… ସମ୍ପୂର୍ଣ୍ଣ ଘଟଣା ଜାଣି ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୋତେ ବଡ ଦାଣ୍ଡରେ ତୋ ରଥ ଟାଣିବାକୁ ମନା ,କାରଣ ମୁଁ ହେଉଛି ମୁସଲମାନ ସେଥିପାଇଁ ଘରେ ତିଆରି କରିଛି ରଥ । ହଁ ଦର୍ଶକବନ୍ଧୁ ମହାପ୍ରଭୁଙ୍କ ପ୍ରେମ କଣ ଧର୍ମକୁ ଦେଖିଥାଏ । ଅନ୍ୟ ଧର୍ମର ଲୋକେ ମଧ୍ୟ ତାଙ୍କୁ ଟିକେ ଦର୍ଶନ କରିବାକୁ ଓ ରଥ ଟିକେ ଟାଣିବାକୁ ଇଛା କରୁଛନ୍ତି ତାହାରି ଏକ ଜଳନ୍ତା ଉଦାହରଣ ହେଉଛନ୍ତି ହବତାବ ହୁସେନ୍ ।

ସେ ଜଣେ ମୁସଲମାନ ପରିବାରର ହୋଇଥିଲେ ମଧ୍ୟ ପ୍ରତିବର୍ଷ ନିଜ ଗାଁ ରେ ରଥଯାତ୍ରାର ଆୟୋଜନ କରିଥାନ୍ତି ଏବଂ ପୁରୀରେ ଅନୁଷ୍ଟିତ ହେବା ଭଳି ପାରମ୍ପରିକ ରୀତିନୀତିରେ ରଥକୁ ସଜାଇଥାନ୍ତି । ରଥର ଆବଶ୍ୟକ ହେଉଥିବା ଜିନିଷକୁ ଆଣି ଠାକୁର କୁ ସଜାଇ ପ୍ରଥମେ ମଙ୍ଗଳ ଆରତି କରି ରଥଯାତ୍ରା ଆରମ୍ଭ ହୋଇଥାଏ ।

ତେବେ ଏହି ଦୃଶ୍ୟ ଟି ହେଉଛି ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମରେ ବାସ କରୁଥିବା ହବତାବ ଯେବେ କାଳିଆଙ୍କ ପ୍ରେମ କୁ ବୁଝିଥିଲେ ତେବେ ସେ ନିଜ ଧର୍ମକୁ  ତ୍ୟାଗ କରି କାଳିଆ ସେବାରେ ଲାଗିଥିଲେ । କରୋନା ଭଳି ଭାଇରସ୍ ଥିବାବେଳେ ମଧ୍ୟ ସେ ରଥଯାତ୍ରା ପାଳନ କରିଥିଲେ । ସତରେ ତାଙ୍କ ଭକ୍ତି କେତେ ଉଚ୍ଚ ମୁସଲମାନ ହେଇକି ମଧ୍ୟ ଧର୍ମରୁ ନୁହେଁ ବରଂ ମନରୁ ସେ ଜଣେ ହିନ୍ଦୁ ପାଲଟି ଯାଇଛନ୍ତି ।

ହୁସେନଙ୍କ ଏହି ରଥରେ ଶୋଭା ପାଇଥିଲେ ଭଗବାନ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା । ଏଥିକି ନୁହେଁ ପୁରା ଗାଁ ତାଙ୍କ ରଥଯାତ୍ରାରେ ସାମିଲ ହେବାକୁ ଆସିଥିଲେ ପୂଜା,ମଙ୍ଗଳ ଆରତି କରି ରଥଯାତ୍ରା ଆରମ୍ଭ ହୋଇଥିଲେ ପ୍ରତି ଟି  ଘରେ ରହି ଭୋଗ ଖାଇଥିଲେ କାଳିଆ । ସାନରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ରଥଯାତ୍ରାରେ ଯୋଗ ଦେଇ ଏହାକୁ ବିଶେଷ ରଥଯାତ୍ରା କରିଥିଲେ ଯାହାର ଚର୍ଚ୍ଚା ଏବେ ଜୋର ଧରିଛି ।

ଗ୍ରାମ ବାସୀ ମଧ୍ୟ ହୁସେନ୍ କୁ ପ୍ରଶଂସା କରିଛନ୍ତି ମୁସଲମାନ ହେଇକି କାଳିଆ ସେବା କରିବାକୁ ଧର୍ମ ଭେଦ ନ ଦେଖାଇ ତାଙ୍କୁ ସହଯୋଗ କରି ରଥଯାତ୍ରାକୁ ସଫଳତାପୂର୍ବକ କରିଛନ୍ତି । ତେବେ ଏଭଳି ଏକ ନିଆରା ଦୃଶ୍ୟ ଲୋକମାନଙ୍କୁ ବେସ୍ ଆକର୍ଷିତ କରିଛି । ତେବେ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *