ମୋଟ 4 ଟି ବିବାହ କରି ସାରିଛନ୍ତି Bollyeood ସିଙ୍ଗର Adnan Sami, ଦିନେ 155 କିଲୋ ଓଜନ କମେଇ ଥିଲେ ଖୁବ ଚର୍ଚ୍ଚାରେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାୟକ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଗାୟକ ଜଣକ ହେଉଛନ୍ତି ଆଦନାନ ସାମୀ । ଆପଣ ମାନେ ସମସ୍ତେ ଆଦନାନ ସାମୀଙ୍କର ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ଆଦନାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଭଲ ଭଲ ଗୀତ ଗାଈ ସଫଳତା ହାସଲ କରିଛନ୍ତି ।

ସଙ୍ଗୀତ ଦୁନିଆରେ ଆଦନାନ ସୁନାମ ଅର୍ଜନ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆଦନାନ ସାମୀଙ୍କ ଜୀବନ ସହ ଜଡିତ କିଛି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆଦନାନ ସାମୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ସେ ମୂଳ ରୂପରେ ପାକିସ୍ତାନ ସହ ସମ୍ବନ୍ଧ ରଖନ୍ତି । ହେଲେ ସେ ବହୁତ ବର୍ଷ ହେବ ଭାରତରେ ରହି ଆସୁଛନ୍ତି ଓ ତାଙ୍କୁ ଭାରତୀୟ ନାଗରିକତା ମଧ୍ୟ ମିଳିଛି ।

ସେ ବର୍ତ୍ତମାନ ଏକ ଭାରତୀୟ ଅଟନ୍ତି । ଭାରତୀୟ ନାଗରିକତା ପାଇଁ ସେ ହୋମ ମିନିଷ୍ଟ୍ରିକୁ ରିକ୍ଵେଷ୍ଟ କରିଥିଲେ । ତାଙ୍କ ରିକ୍ଵେଷ୍ଟକୁ ଗ୍ରହଣ କରାଯାଇ ତାଙ୍କୁ ୨୦୧୬ ରେ ଭାରତୀୟ ନାଗରିକତା ଦିଆଯାଇଥିଲା ।

ବର୍ତ୍ତମାନ ସମଗ୍ର ଦୁନିଆ ତାଙ୍କୁ ବଲିଉଡ ଓ ଭାରତୀୟ କଳାକାର ରୂପେ ଜାଣିଛି । ଆଦନାନ ମାତ୍ର ୫ ବର୍ଷ ବୟସରେ ସଙ୍ଗୀତ ପ୍ରତି ବହୁତ ରୁଚି ରଖିଥିଲେ । ପାଞ୍ଚ ବର୍ଷ ବୟସରେ ସେ ପିଆନୋ ଶିଖି ଯାଇଥିଲେ । ହେଲେ ବର୍ତ୍ତମାନ ସେ ୩୫ ରୁ ଅଧିକ ମ୍ୟଜିକ ଇନ୍ସଟୃମେଣ୍ଟ ବଜାଇ ପାରନ୍ତି । ମ୍ୟୁଜିକ ବଜାଇବା ସହ ଆଦନାନ ବହୁତ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି । ବନ୍ଧୁଗଣ ଆଦନାନ ପାକିସ୍ତାନ ସେନାରେ ସ୍କ୍ୱାର୍ଡନ ଲିଡର ଥିଲେ । ଆଦନାନ ନିଜ ସଙ୍ଗୀତ କାରିୟରର ଆରମ୍ଭ ୧୯୮୬ ମସିହାରେ କରିଥିଲେ ।

ସେ ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଆଦନାନ ସାମୀ ପୂର୍ବରୁ ବହୁତ ମୋଟା ଥିଲେ ତାଙ୍କର ଓଜନ ୨୩୦ କିଲୋର ଥିଲା । ନିଜ ଓଜନ ପାଇଁ ମଧ୍ୟ ସେ ବହୁତ ଚର୍ଚାରେ ରୁହନ୍ତି । ହେଲେ ନିଜ ଶରୀର ଉପରେ ସେ କାମ କରିଥିଲେ । ୨୦୧୭ରେ ତାଙ୍କ ଓଜନ ସଂପୂର୍ଣ୍ଣ କମି ଯାଇଥିଲା । ୧୬ ମାସ ପର୍ଯ୍ୟନ୍ତ ସେ ନିଜ ଶରୀର ଉପରେ କାମ କରି ୧୫୫ କିଲୋ କମ କରାଇ ଥିଲେ । ବର୍ତ୍ତମାନ ସେ ୭୫ କିଲୋର ଅଛନ୍ତି ।

ବନ୍ଧୁଗଣ ଆଦନାନ ସାମୀ ୪ଟି ବିବାହ କରିଛନ୍ତି ସେଥି ମଧ୍ୟରୁ ସେ ଗୋଟେ ଝିଅ ସହ ଦୁଇ ଥର ବିବାହ କରିଛନ୍ତି । ତିନୋଟି ବିବାହରୁ ତାଙ୍କର ଦୁଇଟି ବିବାହ ସଫଳ ହୋଇଛି । ସେ ପ୍ରଥମେ ପାକିସ୍ତାନ ଅଭିନେତ୍ରୀ ଜେବିୟା ଆଖ୍ତୀୟାରଙ୍କ ସହ ୧୯୯୩ ମସିହାରେ ବିବାହ କରିଥିଲେ । ହେଲେ ୧୯୯୭ ମସିହାରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ଏହା ପରେ ଅଦନାନ ୨୦୦୧ ମସିହାରେ ସେ ଦ୍ଵିତୀୟ ବିବାହ ଅରବ ସବା ଗଳାଦରୀଙ୍କ ସହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ତଲାକ ୨୦୦୪ରେ ହୋଇଗଲା । ହେଲେ ୨୦୦୮ ମସିହାରେ ସବା ମୁମ୍ବାଇ ଆସିଗଲେ ଓ ଆଦନାନ ତାଙ୍କ ସହ ପୁଣି ବିବାହ କରିଥିଲେ । କିନ୍ତୁ ୨୦୦୯ ମସିହାରେ ଏହି ଦୁଇଜଣଙ୍କର ଆଉ ଠାରେ ତଲାକ ହୋଇଗଲା । ଏହା ପରେ ଆଦନାନ ରୋୟା ସାମୀ ଖାନଙ୍କ ସହ ୨୦୧୦ରେ ବିବାହ କରିଥିଲେ ଓ ବର୍ତ୍ତମାନ ବହୁତ ଖୁସିରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *