ମୋ ସ୍ତ୍ରୀ ଠାରୁ ଯାତ୍ରା ଝିଅ କଣ ଅଧିକ ସୁନ୍ଦର ! ନିଜ ସ୍ତ୍ରୀଙ୍କ ବିଷୟରେ କିଛି ଏମିତି କହୁ କହୁ କାନ୍ଦି ପକେଇଲେ ଲୋକପ୍ରିୟ ଯାତ୍ରା ଅଭିନେତା Kailash Behera, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ କଳାକାର କୈଳାସ ପରିଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । କୈଳାସଙ୍କ ଦମଦାର ଅଭିନୟ ବି ଆପଣ ମାନେ ନିଶ୍ଚୟ ଦେଖିଥିବେ । ଗତ କିଛି ଦିନ ତଳେ କୈଳାସ ପରିଡା ଗଣମାଧ୍ୟମ ସାମ୍ନାକୁ ଆସି ନିଜ ପର୍ଶନାଲ ଜୀବନ ବିଷୟରେ କିଛି ବିଶେଷ କଥା କହିଥିଲେ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କୈଳାସ ପରିଡାଙ୍କ ସେହି ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କୈଳାସ ପରିଡାଙ୍କ ମତାବକ-‘ମୁ ପ୍ରଥମେ ତୁଳସୀ ଗଣନାଟ୍ୟରେ ଯୋଗ ଦେଇଥିଲି ଓ ଆଜିକୁ ମୋର ଯାତ୍ରା ଜଗତରେ କାମ କରିବାର ୪୦ ବର୍ଷ ହୋଇ ସାରିଛି । ଲୋକମାନେ ମୋ ଅଭିନୟ ଦେଖିଛନ୍ତି ଓ ବହୁତ ପସନ୍ଦ ମଧ୍ୟ କରନ୍ତି । ଆଜି ମାଙ୍କ ଦୟାରୁ ମୁ ଯାତ୍ରା ଜଗତରେ ଅଳ୍ପ କିଛି ନାଁ କରିପାରିଛି । ମୋ ଜୀବନରେ ମୁ ମିଠା ଦୋକାନରେ ଅଇଁଠା ପ୍ଳେଟ ଉଠାଇଛି । ମୋ ଜୀବନରେ ମୁ ବାପା ମାଙ୍କ ପାଇଁ ମୁଲ ଲାଗିଛି’ ।

ଆଗକୁ କୈଳାସ କହିଛନ୍ତି-‘ଷଷ୍ଠ ଶ୍ରେଣୀରୁ ମୁ ପାଠ ପଢା ଛାଡି ଦେଲି ଓ ମୋତେ କାମ ମିଳିଲା ନାହିଁ । ଏହା ପରେ ମୁ ପାଲାରେ ଗୀତ ଗାଇଲି ସେହି ସମୟରେ ମୋତେ ଜଣେ ଯାତ୍ରା ମାଲିକ ଦେଖି ମୋତେ ଯାତ୍ରାରେ କାମ କରିବା ପାଇଁ ମଉକା ଦେଇଥିଲେ ଓ ସେ ମଉକାକୁ ମୁ ହାତ ଛଡା କରି ନଥିଲି । ଏହା ପରେ ମୋତେ ତୁଳସୀ ଗଣନାଟ୍ୟରେ କାମ କରିବାକୁ ମଉକା ମିଳିଥିଲା ପ୍ରାୟ ୧୨ ରୁ ୧୩ ବର୍ଷ ପର୍ଯ୍ୟନ୍ତ ମୁ ନାୟକ ଭାବରେ ତୁଳସୀ ଗଣନାଟ୍ୟରେ କାମ କରିଛି’ ।

ଆଗକୁ କୈଳାସ କହିଛନ୍ତି-‘ମୋର ଆରେଞ୍ଜ ମ୍ୟାରେଜ ହୋଇଛି ମୁ ଏହି ଯାତ୍ରା ଜଗତରେ କାହାକୁ ଖୋଜି ନଥିଲି । ମୋ ସ୍ତ୍ରୀର କିଛି ପ୍ରତିକ୍ରିୟା ନଥାଏ । ସେ ବର୍ତ୍ତମାନ ଆମ ଗାଁର ୱାର୍ଡ ମେମ୍ବର ଓ ଆମ ଗାଁର ସରପଞ୍ଚ ଅଛି । ମୋଠାରୁ ଅଧିକ ବୁଦ୍ଧି ତାର ଓ ସେ ମୋ ଦୁଃଖକୁ ବୁଝେ । ମୋର ଏହି ସଫଳତା ପାଇଁ ମୋ ସ୍ତ୍ରୀର ପ୍ରେରଣା ଅଛି । ଗୋଟେ ସମୟରେ ମୋ ପଛରେ ଝିଅ ମାନଙ୍କ ଲାଇନ ଲାଗୁଥିଲା ହେଲେ ମୁ କାହାକୁ ବି ଚାହିଁ ନାହିଁ କାରଣ ମୁ ଭାବେ ଏ କଣ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର ।

ଆଗକୁ କୈଳାସ କହିଛନ୍ତି- ‘ମୋ ନଜରରେ ମୋ ସ୍ତ୍ରୀ ଠାରୁ ଆଉ କେହି ସୁନ୍ଦର ହେଇ ପାରିବେ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୈଳାସ ପରିଡାଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *