ଦିନେ ଏଇ Railway Stationରେ PM Modi ବିକୁଥିଲେ ଚା’…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଐତିହ ରୂପ ପାଇଛି ମୋଦି ଚା’ ବିକୁଥିବା ରେଳ ଷ୍ଟେସନ । ଭର୍ଚୁଆଲ ମୋଡ଼ ରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଳ ଷ୍ଟେସନ ର ଉଦଘାଟନ ସମୟ ରେ ଷ୍ଟେସନ ରେ ଉପସ୍ଥିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଗୁଜୁରାଟ ର ବଡ଼ନଗର ରେଳ ଷ୍ଟେସନ ରେ ଲୋକ ମାନଙ୍କୁ ଚା’ ବିକୁଥିଲେ । ନିଜ ବାପା ଙ୍କ ସହିତ ମିଶି ସେ ଏହି କାମ କରୁଥିଲେ । ଏହି ଷ୍ଟେସନ ମୋଦି ଙ୍କ ସ୍ମୃତି କୁ ଉଦ୍ଜୀବିତ କରିଛି । ରେଳ ବିଭାଗ ପକ୍ଷରୁ ଏହି ଷ୍ଟେସନ କୁ ଐତିହ ରୂପ ଦିଆ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଷ୍ଟେସନ ର ଉଦଘାଟନ କରିଛନ୍ତି ।

୧୯୫୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ମୋଦି ବଡ଼ନଗର ରେ ଜନ୍ମଗ୍ରହଣ କରିଥିଲେ । ୬ ଭାଇ ଭଉଣୀ ଙ୍କ ମଧ୍ୟରେ ମୋଦି ଥିଲେ ତୃତୀୟ ସନ୍ତାନ । ତାଙ୍କ ବାପା ଷ୍ଟେସନ ରେ ଚା’ ବିକୁଥିଲେ । ମୋଦି ବିଦ୍ୟାଳୟ ରେ ପାଠ ପଢ଼ୁଥିବା ସମୟରେ ନିଜ ବାପା ଙ୍କୁ ନିୟମିତ ଭାବରେ ସହଯୋଗ କରୁଥିଲେ ।

ଷ୍ଟେସନ ରେ ଯେତେବେଳେ ଟ୍ରେନ ଅଟକୁ ଥିଲା ମୋଦି ସେତେବେଳେ ଲୋକ ମାନଙ୍କ ପାଖରେ ପହଞ୍ଚି ଚା’ ବିକ୍ରି କରୁଥିଲେ । ପିଲା ଦିନରୁ ଦାରିଦ୍ର୍ୟତା କୁ ଅତି ନିକଟ ରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଭାବ ରେ ରହୁଥିବା ମୋଦି ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କିଏ ବା ଜାଣିଥିଲା । ମୋଦି ଙ୍କ ଜୀବନୀ ରୁ ଆଗାମୀ ନବ ଯୁବକ ପିଢ଼ି ଙ୍କୁ କିଛି ଶିଖିବାକୁ ମିଳୁଛି । ତାଙ୍କ ପରିଶ୍ରମ ରୁ ସେ ଏଭଳି ଉର୍ଦ୍ଧ୍ବ ସ୍ଥାନରେ ପହଂଚି ପାରିଛନ୍ତି । ଯାହା ନିଶ୍ଚିତ ଭାବରେ ପ୍ରେରଣାଦାୟକ ଅଟେ ।

Leave a Reply

Your email address will not be published. Required fields are marked *