ମୋବାଇଲ ରେ ସବୁବେଳେ ପବଜି ଗେମ ଖେଳୁଥିଲା ପୁଅ, ମନା କରିବାରୁ ମା’ ଭାଇ ଓ ଭଉଣୀ ଙ୍କ ସହ ଯାହା କଲା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଛୁଆ ମୋବାଇଲରେ ଗେମ ଖେଳୁଛନ୍ତି ଅନେକ ଛୁଆ ଗେମ ନିଶାରେ ବହି ଯାଉଛନ୍ତି । ସେମାନଙ୍କୁ ଗେମ ବ୍ୟତୀତ ଠିକ ଭୁଲ କିଛି ବି ଦେଖା ଯାଉ ନାହିଁ । ବନ୍ଧୁଗଣ ଗତ କିଛି ସମୟ ହେବ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଗୋଟେ ଛୁଆ ମୋବାଇଲରେ ସବୁବେଳେ ପବଜି ଗେମ ଖେଳୁଥିଲା ।

ମା, ଭାଇ ଓ ଭଉଣୀ ଗେମ ଖେଳିବାକୁ ମନା କରୁଥିଲେ । ଗେମ ପାଇଁ ସବୁବେଳେ ଘରେ ଝଗଡା ହେଉଥିଲା । ଦିନେ ପରିବାର ଲୋକ ଛୁଆକୁ ଗେମ ଖେଳିବା ପାଇଁ ମନା କରିବାରୁ ଛୁଆଟି ବନ୍ଧୁକ ଉଠାଇ ମା, ଭଉଣୀ ଓ ଭାଇକୁ ଗୁଳି ମାରିଦେଲା । ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନର ଲାହୋରରେ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଖବର ଆସିଥିଲା ଯେ, ଗୋଟେ ଘରେ ଚାରି ଜଣକ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ପୋଲିସ ଆରମ୍ଭରୁ କିଛି ବୁଝି ପାରିଲା ନାହିଁ ହେଲେ ଯେତେବେଳେ ତଦନ୍ତ ହେଲା ସେତେବେଳେ ଆଶ୍ଚର୍ଯ୍ୟ ଜନକ ଖୁଲାସା ସାମ୍ନାକୁ ଆସିଲା । ମିଡିଆ ରିପୋର୍ଟସ ଅନୁସାରେ, ଲାହୋର ପୋଲିସ ଗତ ଗୁରୁବାର ଦିନ କହିଥିଲେ ଯେ, ଜଣେ ମହିଳା ଡାକ୍ତର ଓ ତାର ତିନୋଟି ଛୁଆଙ୍କ ହତ୍ୟା ମାମଲା ସମାଧାନ ହେଇଗଲା । ଏହି ଚାରି ଜଣଙ୍କ ମୃତ ଦେହ ଲାହୋରର ଗଜ୍ଜୁମତାରେ ମିଳିଥିଲା । ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ତଦନ୍ତରେ ପୋଲିସ କହିଥିଲା ଯେ, ମହିଳାର ପୁଅ ଜୈନ ନିଜ ମା, ଭାଇ ଓ ଦୁଇ ଭଉଣୀଙ୍କ ହତ୍ୟା କରିଛି । ପୋଲିସ ମୁତାବକ, ଜୈନ ସବୁବେଳେ ମୋବାଇଲରେ ପବଜି ଖେଳୁଥିଲା । ତାକୁ ପବଜି ଖେଳିବାର ନିଶା ଥିଲା । ସେ ଦିନ ସାରା ଗେମ ଖେଳୁ ଥିବାରୁ ପରିବାର ଲୋକେ ତାକୁ ରୋକିବା ପାଇଁ ଚେଷ୍ଟା କରୁଥିଲେ । ଏହି ପ୍ରସଙ୍ଗକୁ ନେଇ ପରିବାରରେ ସବୁଦିନ ଝଗଡା ଲାଗିରହୁଥିଲା ।

ଗତ ବର୍ଷ ଜୈନ ନିଜ ପରିବାର ଲୋକଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ସେ ନିଜ ମା, ଭାଇ ଓ ଭଉଣୀ ମାନଙ୍କୁ ଗୁଳି ମାରି ହତ୍ୟା କରିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଚର୍ଚ୍ଚାରେ ଅଛି । ଲୋକମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *