‘ମୋ ସ୍ଵାମୀ ଥିଲେ ମଧ୍ୟ ତୁମ ପାଇଁ ମୋ ଘର ଦୁଆର ସବୁବେଳେ ଖୋଲା, ତୁମେ ହେଲା ମୋର ଗରାଖ ଈଶ୍ଵର, ତୁମକୁ ମୁଁ…’

ବନ୍ଧୁଗଣ, ମାୟାବିନୀ ସୁନ୍ଦରୀ ଅର୍ଚ୍ଚନା ନାୟକ ଗିରଫ ହେବାକୁ ୮ ରୁ ୯ ଦିନ ବିତିଲାଣି । ଆଉ ପ୍ରତ୍ୟକ ଦିନ ପୋଲିସ କୁ ନୂଆ ନୂଆ ବିସ୍ଫୋରକ ତଥ୍ୟ ମିଳୁଛି । ଏହା ଭିତରେ ଆଜି ଆଉ ଏକ କଥା ସାମ୍ନା କୁ ଆସିଛି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅର୍ଚ୍ଚନା ଙ୍କ ନାମରେ ଅଭିଯୋଗ କରିଛନ୍ତି ଆଉ ଅଭିଯୋଗରେ ସେ ଏଭଳି କଥା ଲେଖିଛନ୍ତି ଯାହା ସମସ୍ତଙ୍କୁ ତାଯୁବ କରିଦେବ । ଅର୍ଚ୍ଚନା ସେହି ବ୍ୟବସାୟୀ ଙ୍କୁ କହୁଥିଲେ ଯେ ମୋ ସ୍ଵାମୀ ଥିଲେ ମଧ୍ୟ ମୋ ଘରର ଦ୍ଵାର ତୁମ ପାଇଁ ସବୁବେଳ ନିମନ୍ତେ ଖୋଲା ଅଛି ।

କେବଳ ଘରର ଦ୍ଵାରା ନୁହେଁ ବରଂ ମନ ମଧ୍ୟ ସବୁବେଳ ନିମନ୍ତେ ଖୋଲା ଅଛି ବୋଲି କହିଥିଲେ । ଲେଡି ବ୍ଲାକମେଲର ଅର୍ଚ୍ଚନା ଗିରଫ ହେବା ମାମଲାରେ ଆଜି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମୁହଁ ଖୋଲିଛନ୍ତି । ଆଉ ତାଙ୍କର ନାମ ହେଉଛି ସଶାଙ୍କ ଶେଖର ସାହୁ । ତାଙ୍କର ସୁନ୍ଦର ପଦାରେ ଏକ ପେଟ୍ରୋଲପମ୍ପ ରହିଅଛି ।

ସଶାଙ୍କ କହିବା କଥା କିଛି ମାସ ତଳେ ଅର୍ଚ୍ଚନା ଙ୍କ ସହ ରାଜ୍ୟର ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କ ଚାମ୍ବରରେ ଦେଖା ହୋଇଥିଲା । ଆଉ ଏହାର କିଛି ଦିନ ପରେ ଅର୍ଚ୍ଚନା ଙ୍କ ମାୟା ଜାଲ ତାଙ୍କ ଉପରେ ପଡିଥିଲା । ଅର୍ଥାତ ସେ ଫେସବୁକ ରେ ପ୍ରେଣ୍ଡଋକ୍ଵେଷ୍ଟ ପଠାଇଥିଲେ । ଆଉ ସଶାଙ୍କ ମଧ୍ୟ ତାକୁ ଆକସେପ୍ଟ କରିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଅର୍ଚ୍ଚନା ମେସେଞ୍ଜରରେ କଣ କରୁଛ କଣ ନାହିଁ ଏ ସବୁ ପଚାରି ଥିଲେ ।

ଏହାର ରିପ୍ଳାଏ ମଧ୍ୟ ଦେଇଥିଲେ ସଶାଙ୍କ । କିଛି ଦିନ ପରେ ତାଙ୍କ ପୁଅ ର ଏକ ଛୋଟ ଅପରେସନ ହେବାର ଅଛି ଏକ ଘରୋଇ ଡାକ୍ତର ଖାନା ରେ ଅସ୍ତ୍ରୋପଚାର ନିମନ୍ତେ ଅଧିକ ଟଙ୍କା ଦରକାର ମାତ୍ର ଟଙ୍କା ପାଖରେ ନାହିଁ । ଏହାପରେ ଅର୍ଚ୍ଚନା କାନ୍ଦି କାନ୍ଦି ସଶାଙ୍କ କୁ ୫୦ ହଜାର ଟଙ୍କା ମାଗିଥିଲେ ।

ମାତ୍ର ସଶାଙ୍କ ତାଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ । ଆଉ ଏହି ଟଙ୍କା ଫେରାଇ ଦେବା ନିମନ୍ତେ ଅର୍ଚ୍ଚନା କହିଥିଲେ । ଆଉ ଯେତେବେଳେ ଅର୍ଚ୍ଚନା ଟଙ୍କା ନ ଫେରାଇଲେ, ସେତେବେଳେ ଏକ ନୂଆ ଅଫର ଦେଇଥିଲେ ସଶାଙ୍କ କୁ । ସେ କହିଥିଲେ ମୋ ଘର ଆଉ ହୃଦୟ ସବୁବେଳ ନିମନ୍ତେ ତୁମ ପାଇଁ ଖୋଲା ଅଛି ମୋ ସ୍ଵାମୀ ଥିଲେ ମଧ୍ୟ ତୁମେ ମୋ ଘରକୁ ଆସି ପାରିବ ।

ଆଉ ଏହିଭଳି କିଛି କଥାରୁ ସଶାଙ୍କ ଙ୍କର ସନ୍ଦେହ ହୋଇଥିଲା । ଏହାପରେ ସେ ଅର୍ଚ୍ଚନା ଙ୍କୁ ବ୍ଲକ କରିଦେଇଥିଲେ । ସେ କହିଛନ୍ତି ଯେ ଏହିଭଳି ଭାବରେ ଅନେକଙ୍କ ଠାରୁ ଅର୍ଚ୍ଚନା ଅନେକ ଟଙ୍କା ଲୁଟିଛନ୍ତି, ବର୍ତ୍ତମାନ ସଶାଙ୍କ ଙ୍କ ର ମୁହଁ ଖୋଲିବା ପରେ ଅର୍ଚ୍ଚନା ଙ୍କ ଗୁମର ବର୍ତ୍ତମାନ ଖୋଲିବାକୁ ଲାଗିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *