ମୋ ସ୍ୱାମୀ ଚାଲିଗଲା ପରେ ସରକାର ଦେଇଥିବା 15 ଲକ୍ଷ ଟଙ୍କାକୁ ଧମକ ଦେଇ ଛଡାଇନେଲେ ଶାଶୁ ଶ୍ୱଶୁର, ଅଭିଯୋଗ ଆଣିଲେ ବୋହୂ

ସରକାର ଦେଲେ ମୋତେ 15 ଲକ୍ଷ ଟଙ୍କା କାରଣ ମୋ ସ୍ଵାମୀ କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସହାୟତା ରାଶିରେ ମୋ ଛୁଆର ଭବିଷ୍ୟତ ପାଇଁ ସରକାର ଆର୍ଥିକ ରାଶି ଦେଇଥିଲେ । ହେଲେ ସବୁ ଟଙ୍କା କୁ ମୋ ଠାରୁ ଛଡାଇ ନେଇଗଲେ ମୋ ଶାଶୁ ଶ୍ଵଶୁର । ମୋ ଛୁଆକୁ ମାରିବାକୁ ଧମକ ଦେଲେ । ମୋତେ ମାଡ ମାରିଲେ ଜୋର ଜବରଦାସ୍ତ କରି ମୋ ଠାରୁ ଦସ୍ତଖତ କରିବି । ମୁଁ ଏବେ କଣ କରିବି ମୋ ପାଖ ରେ ତ ମୋ ସ୍ଵାମୀ ବି ନାହାନ୍ତି ।

ମୋର ଓ ମୋ ଛୁଆର ଯେଉଁ ଟଙ୍କାରେ ଭବିଷ୍ୟତ ଗଢି ହୋଇଥାନ୍ତା ସେହି ଟଙ୍କା କୁ ଏବେ ଛାଡି ନେଇଛନ୍ତି । ଏବେ ମୁଁ କରିବି କାହାକୁ କହିବି । ହଁ ଦର୍ଶକ ବନ୍ଧୁ ଏମିତି କିଛି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ସୋଗ ଅଞ୍ଚଳର ନିଜ ସ୍ଵାମିକୁ ହରାଇଥିବା ଏହି ସ୍ତ୍ରୀ ଜଣକ । ସ୍ଵାମୀ ତ କରମଣ୍ଡଳ ଅଧା ରାସ୍ତା ରେ ଛଡାଇ ନେଇଗଲା ଆଉ ଏବେ ଯେଉଁ ସହାୟତା ମିଳିଥିଲା ତାହାକୁ ଶ୍ଵଶୁର ଘର ଲୋକେ ହଡପ କରି ନେଲେ ।

ବାହାନଗା ଟ୍ରେନ ଦୁର୍ଘଟଣାର ଏମିତି କିଛି ଦ୍ରୁଶ୍ଯ ଏବେ ସାମନା କୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏ ହେଉଛନ୍ତି ଉକ୍ତ ଅଞ୍ଚଳର ଦୁର୍ଘଟଣାରେ ମୃତକଙ୍କ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଯିଏ ଆଣିଛନ୍ତି ତାଙ୍କ ଶ୍ଵଶୁର ଘର ଲୋକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ । ଗୋବିନ୍ଦ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ କେଦ୍ର ଓ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ରାଶି ପ୍ରଦାନ କରିଥିଲେ ।

ଯାହାକୁ ତାଙ୍କ ଶ୍ଵଶୁର ଘରେ ଲୋକେ ଭୟ ଦେଖାଇ ଅକ୍ତିଆର କରି ନେଇଛନ୍ତି । ଟଙ୍କା ମାଗିଲେ ତାଙ୍କୁ ମାଡ ମାରୁଛନ୍ତି ବୋଲି ଅଭିଯୋଗ ହୋଇଛନ୍ତି । ସେ ଇଛନ୍ତି ମୋ ସ୍ଵାମୀ ତ ଚାଲିଗଲେ ଏବେ ମୋ ଛୁଆର ଭବିଷ୍ୟତ କଣ ହେବ ? ଗୋବିନ୍ଦ ଙ୍କ ବାପାଙ୍କର ଭିଡିଓ ଦିନେ ଭାଇରାଲ ହୋଇଥିଲା ଯେବେ ସେ ଶବ ଭିତରୁ ନିଜ ପୁଅଙ୍କୁ ଖୋଜୁଥିଲେ ।

କାନ୍ଦି କାନ୍ଦି ସେ ତାଙ୍କ ପୁଅକୁ ଖୋଜୁଥିଲେ । ଆଉ ଏବେ ସେହି ବାପାଙ୍କ ନାଁ ରେ ଆସିଛି ସଙ୍ଗିନ ଅଭିଯୋଗ । ବୋହୁ କୁ ମାରପିଟ କରି ସବୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ମଦ ପିଇ ବୋହୁ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର । ତେବେ ବିଜୟଙ୍କ ପରିବାର ବିଜୟଙ୍କୁ ସବୁ ଟଙ୍କା ଫେରାଇବାକୁ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସତ୍ୟତା କେତେ ରହିଛି ତାହା ତଦନ୍ତ ପରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *