‘୯୦ ଦଶକ ପରେ ଆମେ ଦର୍ଶକ ଙ୍କ ମନ କିଣିପାରିଲୁ ନାହିଁ, ମୋ ଟାଇମରେ ଲୋକ ମତେ…’ Ollywood ସିନେମାର ଦୁର୍ଦ୍ଦିନକୁ ନେଇ ଦେଖନ୍ତୁ କଣ କହିଲେ Siddhanta Mohapatra

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ୯୦ ଦଶକରେ ଯେଉଁ ପ୍ରକାରର ସିନେମା ଥିଲା ୨୦୦୦ ମସିହାରେ ଅଥବା ତା’ ପରବର୍ତ୍ତୀ ସମୟରେ ସେହି ପ୍ରକାରର ଚଳଚିତ୍ର ଆମ୍ଭେ ଚେଷ୍ଟା କରିଥାଉ କିଛି ଅଲଗା କରିବା ନିମନ୍ତେ । ମାତ୍ର କିଛି ଅଲଗା କରିବା ଭିତରେ ହୁଏତ ତାହା ଦର୍ଶକଙ୍କ ମନ କିଣିପାରିଲା ନାହିଁ । ଏଥି ନିମନ୍ତେ ଆମ୍ଭେ ନିଜକୁ ହିଁ ଏଠାରେ ଦାୟୀ ମାନିବା ଆବଶ୍ୟକ ଏଠାରେ ।

ଆଉ ଚେଷ୍ଟା କରିବା ଦରକାର ଯାହା ଦର୍ଶକଙ୍କୁ ଭଲ ଲାଗିବ, ସେମିତି ଚଳଚିତ୍ର ଆମ୍ଭକୁ ପୁଣି ଥରେ ନିର୍ମାଣ କରିବା ନିମନ୍ତେ ପଢିବ । ତେବେ ଏହା କରିଲେ ପୁଣିଥରେ ଦର୍ଶକ ଫେରି ଆସିବେ ଆଉ ଆଜି ମଧ୍ୟ ଯେଉଁମାନେ ଦର୍ଶକ ଅଛନ୍ତି କରତାଳି ତଥା ହ୍ଵିସିଲ ଚାଲିଛି ବର୍ତ୍ତମାନ ମଧ୍ୟ । ତେବେ ଦର୍ଶକ ମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ହୋଇ ନାହିଁ ।

ତେଣୁ ଭଲ ଚଳଚିତ୍ର ନିର୍ମାଣ ହେବା ଦରକାର । ବକ୍ସ ଅଫିସରେ ପ୍ରଥମେ କ୍ଲିକ କରିବା ନିମନ୍ତେ ଭଲ ଚଳଚିତ୍ର ନିର୍ମାଣ ହେବା ଦରକାର । ଯାହାକି ଆମ୍ଭ ହାତରେ ଅଛି ଯାହାକୁ ଆମ୍ଭେ କରିପାରିବା । ମାତ୍ର ଆମ୍ଭ ଓଡିଶାରେ ଆମ୍ଭ ପାଖରେ ଯାହା ସାଧନ ଅଛି ତାହାର ବେଷ୍ଟ ୟୁଟିଲାଇଜେସନ କରିକି ଆମ୍ଭେ କେତେ ଭଲ ଚଳଚିତ୍ରଟିଏ ନିର୍ମାଣ କରିପାରିବା ତାହା ପ୍ରତି ଆମ୍ଭେ ଧ୍ୟାନ ଦେବା ଦରକାର ।

ମାତ୍ର ଯଦି ଗୋଟିଏ କାହାଣୀ କୁ ଆମ୍ଭ ଦେଖିଛେ ତଥା ଭାବିଛେ ତେବେ ମୁଁ ମୋର ବଜେଡ ହିସାବରେ ଭାଷା ହିସାବରେ କଲଚର ହିସାବରେ ସବୁକୁ ନେଇ ମୋ ଦର୍ଶକଙ୍କୁ ନେଇ ଯଦି ମୁଁ ତିଆରି କରି ପାରିଲି ତେବେ ସେଥିରେ କିଛି ଭୁଲ ନାହିଁ । ମୁଁ ନୂଆ ରୂପରେଖା ଦେଇ ପାରିବି ସେଥିରେ ବୋଲି କହିଛନ୍ତି ଅଭିନେତା ସିଦ୍ଧାନ୍ତ ।

ଚଳଚିତ୍ର କରିବା ପୂର୍ବରୁ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ରଖିବା ତଥା ଏହାକୁ କରି ହେବ କି ନା ? ତାକୁ ମୁଁ ନ୍ୟାୟ ଦେଇ ପାରିବି କି ନା ? ଏ ସବୁ ପ୍ରଶ୍ନ ନିଜକୁ ପଚାରିବା ଦରକାର ଏବଂ ସେହି ହିସାବରେ ଏକ ଚଳଚିତ୍ର ନିର୍ମାଣ ନିଶ୍ଚିତ ଭାବରେ କରିପାରିବା । ସିଦ୍ଧାନ୍ତ ଏହା ମଧ୍ୟ କହିଛନ୍ତି ଯେ ଏହି ଇଣ୍ଡଷ୍ଟ୍ରୀ କେବଳ ମୋର ନୁହେଁ ବରଂ ଏହା ସମସ୍ତଙ୍କର ।

ତେବେ ଯାହା ମଧ୍ୟ କ୍ଷତି ହେବ ସମସ୍ତଙ୍କର ହେବ କେବଳ ମୋର ଏକୁଟିଆ ହେବନାହିଁ । ଏଣୁ ଚଳଚିତ୍ରଟିଏ ନିର୍ମାଣ କରିବା ପୂର୍ବରୁ ଚିନ୍ତା କରିନେବା ଉଚିତ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *