‘ମୋ ଭଉଣୀ ଗୋଷ୍ଠୀ ନାଚିକି ଧୂଆଁ କରିଦେଲେ ,ପପୁ ଭାଇ ବି ବଢିଆ ନାଚିଲେ…ଶ୍ଵଶୁର ଘରେ ମୋର ଯେଉଁ 2 ତ ଶଳା ଅଛନ୍ତି ସେମାନେ ତ…’ Aswini

ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଯେ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରିୟ ଅଭିନେତା ତଥା ଆଙ୍କର ଅଶ୍ଵିନୀ ତ୍ରିପାଠୀ ଙ୍କ ବିବାହ ସମାପ୍ତ ହୋଇଛି । ତେବେ ଅଶ୍ଵିନୀ ନିଜ ବିବାହରେ କେତେ ଖୁସି ଥିଲେ ନିଜ ପ୍ରତିକ୍ରିୟା ଦେଇଛନ୍ତି ତେବେ ଆସନ୍ତୁ ଜଣାଇନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଶ୍ଵିନୀ କହିଥିଲେ ଯେ ତାଙ୍କ ବରଯାତ୍ରୀରେ ସେ ଏଞ୍ଜୟ ବହୁତ ଭଲ ଭାବରେ କରିଥିଲେ, ପ୍ରଥମେତଃ ତାଙ୍କ ଭଉଣୀ ମାନେ ନାଚି ଧୂଆଁ କରିଦେଇଥିଲେ ।

ତାଙ୍କ ଯେତେ ଭଉଣୀ ଅଛନ୍ତି ସମସ୍ତେ ନାଚି ଧୂଆଁ କରିଦେଇଥିଲେ । ଏହାପରେ ପପୁ ପମ ପମ ଙ୍କ ନାଚ ସହିତ ଅର୍ଦ୍ଧେନ୍ଦୁ, ଜ୍ୟୋତି, ଅସୀମା ପଣ୍ଡା ସବୁ ବହୁତ ଭଲ ନାଚୁଥିଲେ ଏବଂ ସେ ବସି ଏଞ୍ଜୟ କରୁଥିଲେ । ଶେଷରେ ସେ ସମ୍ଭାଳି ପାରିଲେ ନାହିଁ ଏବଂ ସେ ମଧ୍ୟ ନାଚିବା ଆରମ୍ଭ କରିଦେଲେ । ଏହାପରେ ଜଲ୍ଦି ଜଲ୍ଦି କିଭଳି ବିବାହ ସାରି ଘରକୁ ଯିବେ ତାହା ମନରେ ଥିଲା ।

ସିନେମା ଭଳି ଦୃଶ୍ୟ କିଛି ନଥିଲା, ପ୍ରାକ୍ଟିକାଲି କିଭଳି ସୁରୁଖୁରୁରେ ବିବାହ ସରିବ କିଭଳି ଘରକୁ ଯିବେ ତାହା ମନରେ ଥିଲା । ଭଗବାନ ଙ୍କ କୃପାରୁ ଭଲରେ ଭଲରେ ବିବାହ ହେଲା । ବର୍ଷା କୁଆଡେ କେଉଁଠି ନଥିଲା ମାତ୍ର ଧୀରେ ଧୀରେ ଝିପି ଝିପି କରି ବର୍ଷା ମଧ୍ୟ ହୋଇଥିଲା ଏବଂ ଛାଡି ଯାଇଥିଲା । ଶେଷରେ ଭଲରେ ଭଲରେ ବିବାହ ସଂପୂର୍ଣ୍ଣ ହୋଇଥିଲା ବୋଲି କହିଥିଲେ ଅଶ୍ଵିନୀ ।

ଶ୍ଵଶୁର ଘରେ ପ୍ରେରଣା ଙ୍କ ଭାଇମାନେ ଅଶ୍ଵିନୀ ଙ୍କୁ ଜୁଷ ତଥା ଲସି ଯୋଗାଇ ଦେଉଥିଲେ । ଏଥିପାଇଁ ଶୋଷଭୋକ କିଛି କରୁନଥିଲା । ଶୋସୋ ଅପେକ୍ଷା ଅଶ୍ଵିନୀ ଙ୍କୁ ସୁସୁ ଅଧିକ ଲାଗୁଥିଲା ବୋଲି ସେ କହିଥିଲେ । ଶ୍ଵଶୁର ଘରର ଚର୍ଚ୍ଚା ଅଶ୍ଵିନୀ ଙ୍କ ମନକୁ ପାଇଛି ବୋଲି ସେ କହିଛନ୍ତି । ଅଶ୍ଵିନୀ କହିଛନ୍ତି ଯେ ଜୀବନରେ ପ୍ରତ୍ୟକ ଟି ପରିସ୍ଥିତି କୁ ବୁଝି ଆଗକୁ ଆଗେଇବା ଦରକାର ।

ପ୍ରତ୍ୟକଟି ଜିନିଷର ହଠାତ ଟି ହେଉଛି ଭାରି କଷ୍ଟ ଯଥା, ହଠାତ ରାଗିବା ତଥା ଦରକାର ଠାରୁ ଅଧିକ ଖୁସି ହୋଇଯିବା । ସବୁ ଜିନିଷର ଅଧିକ ଟି ବହୁତ ଖରାପ ହୋଇଥାଏ ଏବଂ ସବୁ ଜିନିଷର କମ ମଧ୍ୟ ବହୁତ ଖରାପ ହୋଇଥାଏ । ଯଦି ଗୋଟିଏ ଲିମିଟ ଅନୁସାରେ ଷ୍ଟେପ ଅନୁସାରେ ସମ୍ପର୍କକୁ ଆଗକୁ ବଢାଇବେ ତେବେ ପ୍ରତ୍ୟକ ଜିନିଷ ସଠିକ ରହିବ ବୋଲି ଅଶ୍ଵିନୀ କହିଛନ୍ତି ନିଜ ଫ୍ୟାନ୍ସ ମାନଙ୍କୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *