ଦେଖନ୍ତୁ Interview ମଝିରେ କାହା କଥା ମନେ ପକେଇ କଇଁକଇଁ ହୋଇ କାନ୍ଦିଲେ ନୂଆବୋହୂ ପ୍ରେରଣା…

ବନ୍ଧୁଗଣ, ଅଭିନେତ୍ରୀ ପ୍ରେରଣା ଙ୍କର ବିବାହ ବୈଦିକ ରୀତି ଅନୁଯାୟୀ ଅଶ୍ଵିନୀ ଙ୍କ ସହିତ ସମାପ୍ତ ହୋଇସାରିଛି । ବିବାହ ପରେ ପ୍ରେରଣା ନିଜ ବାପଘର କଥା ମନେ ପକାଇ ଏଭଳି କାନ୍ଦି ପକାଇଛନ୍ତି ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ବାପଘରକୁ ଦୁନିଆରେ ଏଭଳି କୌଣସି ଝିଅ ନାହାଁନ୍ତି ଯିଏକି ଭୁଲିପାରିବେ । ପ୍ରେରଣା କହିଛନ୍ତି ଯେ ଆଜି ସେ ଯେଉଁ ସ୍ଥାନରେ ଆସି ପହଁଞ୍ଚିଛନ୍ତି ତାହା କେବଳ ତାଙ୍କ ପରିବାର ପାଇଁ ତଥା ତାଙ୍କ ବାପା ମା’ ଙ୍କ ପାଇଁ ।

ସେମାନଙ୍କୁ ଧନ୍ୟବାଦ ଦେଇ କଇଁ କଇଁ ହୋଇ କାନ୍ଦି ପକାଇଥିଲେ ପ୍ରେରଣା । ପ୍ରେରଣା ଗୋଟିଏ ଜଏଣ୍ଟ ଫ୍ୟାମିଲିରେ ରୁହନ୍ତି ଏବଂ ସେ ଘରର ବଡ ଝିଅ । ଏହାସହିତ ବିବାହ ସରିଛି ବୋଲି ସେ ଟିକିଏ ଭାବୁକ ହୋଇଯାଇଥିଲେ । ପ୍ରେରଣା ଜଣେ କଳାକାର ଫ୍ୟାମିଲି ରୁ ଆସିଛନ୍ତି । ଏଣୁ ସେମାନଙ୍କ ପାଇଁ ହିଁ ସେ ଆଜି ଏହି ପର୍ଯ୍ୟନ୍ତ ପହଁଞ୍ଚିପାରିଛନ୍ତି । ଘରେ ସମସ୍ତେ ବହୁତ ଖୋଲା ମିଜାସର ଅଟନ୍ତି ।

ବାହାଘର ସରିଯାଇଛି ଯେ ହେତୁ ନିଜ ଘର ଲୋକକୁ ବହୁତ ମନେ ପକାଉଛନ୍ତି । କିନ୍ତୁ ପ୍ରେରଣା ବର୍ତ୍ତମାନ ଚେଷ୍ଟା କରିବେ ଯେ ଦୁଇ ପରିବାରକୁ ସମାନ ଭାବରେ ବାଲାନ୍ସ କରି ଜୀବନରେ ଆଗକୁ ବଢିବେ ଆଉ ତାଙ୍କ ବୈବାହିକ ଜୀବନରେ ସେ ଖୁସିରେ ଜୀବନଯାପନ କରିବେ । ଘରର ଯେହେତୁ ବଡ ଝିଅ ତେଣୁ ଘର ପ୍ରତି ଅନେକ ଦାଇତ୍ଵ ମଧ୍ୟ ନିଶ୍ଚିତ ଭାବରେ ଥିବ ପ୍ରେରଣାଙ୍କର ।

ଆପଣ ମାନେ ଅଶ୍ଵିନୀ ଏବଂ ପ୍ରେରଣା ଙ୍କୁ ଏକା ସହିତ ଆଙ୍କରିଙ୍ଗ ତଥା ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଉଭୟଙ୍କ ଯୋଡି କୁ ଦର୍ଶକେ ବେସ ପସନ୍ଦ କରିବା ସହିତ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ବୋଲି ଅନୁମାନ ଲଗାଇ ନେଇଥିଲେ ଦର୍ଶକେ । ତେବେ ଧୀରେ ଧୀରେ କାମ କରୁଥିବା ବେଳେ ପରସ୍ପର କୁ ଜାଣି ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ହେବାକୁ ଲାଗିଲା ।

ଏହାପରେ ବନ୍ଧୁତା କେତେବେଳେ ଯେ ପ୍ରେମରେ ପରିଣତ ହୋଇଗଲା ତାହା ଜାଣି ପାରିଲେ ନାହିଁ ପ୍ରେରଣା ଏବଂ ଅଶ୍ଵିନୀ । ବର୍ତ୍ତମାନ ଉଭୟ ଙ୍କ ବିବାହ ଶେଷ ହୋଇ ସାରିଛି । ଅଭିନେତା ଅଶ୍ଵିନୀ ଏବଂ ଅଭିନେତ୍ରୀ ପ୍ରେରଣା ବହୁତ ଖୁସି ଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *