ମୋ ଭାଉଜ ମୋ ପେଟକୁ… ଥାନାରେ ଏଭଳି ପରିସ୍ଥିତି ହେଲା ଯେ ଘରକୁ ଆସିଲ ବେଳକୁ ପିଲା ନାହିଁ !

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ଗର୍ଭବତୀ ମହିଳାଙ୍କ ପେଟକୁ ଆକ୍ରମଣ କରି ଛୁଆ କୁ ମାରିଛନ୍ତି ଭାଉଜ ଓ ତାଙ୍କ ଭଉଣୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଷିନେଶ୍ବର ବସ୍ତିରେ । ପୂଜା ନାଇଡୁ ନାମକ ମହିଳା ଇଷିନେଶ୍ବର ବସ୍ତିରେ ରହୁଛନ୍ତୁ । ତେବେ ଘର ଜମିଜାଗାକୁ ନେଇ ଭାଉଜ ଓ ପୂଜାଙ୍କ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳିଥିବା ।

ପୂଜା ତାଙ୍କ ଘରକୁ ନିଜ ଭାଇଓ ଭାଉଜକୁ ରହିବାକୁ ଦେଇଥିଲେ ଏବଂ ମାସକୁ ମାସ ଭଡା ଦେବାକୁ କହିଥିଲେ । ମାତ୍ର ଭାଉଜ ଓ ଭାଇଙ୍କ ମଧ୍ୟ ସର୍ବଦା ଝଗଡା ହେଉଥିଲା ଯେଉଥିପାଇଁ ଭାଉଜ ପୂଜାକୁ ଦୋଷୀ କରି କହୁଥିଲେ କି ତୁ ତୋ ଭାଇକୁ ଶିଖାଇକି ପଠେଇଛୁ । ଏଭଳି ବହୁତ ଦିନ ଚାଲିଥିଲା ଦିନେ ପୂଜା ଭାଉଜଙ୍କ ନିକଟକୁ ଯାଇ ଘର ବିଷୟରେ କଥାବାର୍ତ୍ତା ହେଉଥିବା ବେଳେ ଭାଉଜ ଟଙ୍କା ନ ଦେବାରୁ ପୂଜା ଘରଖାଲି କରିବାକୁ କହିଥିଲେ ।

ଏଥିକି ବେଳକୁ ଭାଉଜଙ୍କ ଭଉଣୀ ସେହି ସ୍ଥାନକୁ ଆସି ପଛ ଆଡୁ କାଠରେ ପୂଜାକୁ ଆକ୍ରମଣ କରି ମାଡ ମାରିଥିଲେ ଏବଂ ସେ ଗର୍ଭବତୀ ମହିଳା ବୋଲି ଭୁଲି ତାଙ୍କ ପେଟକୁ ଗୋଇଠା ମାରିଲେ । ଯାହା ଫଳରେ ପୂଜାଙ୍କ ଗର୍ଭପାତ ଘଟିଲା ଏବଂ ପେଟରେ ଥିବା ତିନିମାସର ଛୁଆ ଦୁନିଆ ନ ଦେଖୁଣୁ ମୃତ୍ୟୁ ହୋଇଥିଲା । ତେବେ ପୂଜାକୁ ମାଡ ମାରୁଥିବା ସମୟରେ ତାଙ୍କ ସ୍ଵାମୀ ସେଠାକୁ ଆସି ତାଙ୍କୁ ତକ୍ଷଣୀ ଡାକ୍ତରଖାନାକୁ ନେଇକି ଯାଇଥିଲେ  ।

ତେବେ ମହିଳାକୁ ଗୋଇଠା ମାରିବା ବେଳେ ଭାଉଜ ତାଙ୍କ ଭଉଣୀ ଓ ଭାଇ ଅରୁଣ ସାମିଲ ଥିଲେ । ଭାଉଜ ଜଣକ ପୂଜାଙ୍କ ନାଁ ରେ ଚନ୍ଦ୍ରଶେଖରପୁର ଥାନା ଅଭିଯୋଗ କରିଥିଲେ ତେବେ ପୂଜା ସମସ୍ତ ଘଟଣା କମିଟିକୁ ଜଣାଇଥିଲେ । ପରେ ଚନ୍ଦ୍ରଶେଖରପୁର ଥାନାକୁ ଯେବେ ଅଭିଯୋଗ ଦେବାକୁ ଯାଇଥିଲେ ତେବେ ଅଧିକାରୀ ତାଙ୍କ କଥାକୁ ଅବିଶ୍ଵାସ କରିଥିଲେ ଓ ଆଦୌ ବୁଝୁନଥିଲେ ।

ସେହି ସମୟରେ ପୂଜାଙ୍କ ବ୍ଲିଡିଙ୍ଗ ହେଉଥାଏ ଏବଂ ପୋଲିସ ଥାନା ରକ୍ତରେ ଟୁଳୁଟୁଳୁ ହୋଇଯାଇଥିଲା । ତେବେ ମହିଳାଜଣକ କହୁଛନ୍ତି ଜମିବାଡି ମୁଁ ଆଜି ନ ହେଲେ କାଲୀ ପାଇବି କିନ୍ତୁ ମୋ କୁନି ଛୁଆକୁ କିଏ ଦେବ । ଭାଉଜ ଓ ତାଙ୍କ ଭଉଣୀ ରାକ୍ଷସୁଣୀ ପାଲଟି ଏଭଳି କରିଛନ୍ତି ବୋଲି କହିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *