କାର୍ ଦେଲେନି ବୋଲି ବୋହୁ ସହ କଲେ ଏମିତି କିଛି ଶାଶୂଘର ଲୋକେ, ଯାହାକୁ ଶୁଣିଲେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କାର୍ ପାଇଁ ମାରିଦେଲେ ଶାଶୂଘର ଲୋକେ । ହଁ ଦର୍ଶକବନ୍ଧୁ ପୁଣି ଦେଖିବାକୁ ମିଳିଛି ଯୌତୁକ ନିର୍ଯ୍ୟାତନା । ଶାଶୁଘର ଯୌତୁକ ନିର୍ଯ୍ୟାତନାରେ ଅନେକ ଝିଅମାନେ ଶିକାର ହୋଇଥିବା ଖବର ସବୁଦିନ ଦେଖିବାକୁ ମିଳେ । ତେବେ ନୟାଗଡରୁ ଆସିଛି ଏକ ଖବର ଯେଉଥିରେ ଝିଅଘରଲୋକେ ଅଭିଯୋଗ କରିଛନ୍ତି କି କାର୍ ପାଇଁ ତଣ୍ଟି ଚିପି ମାରିଦେଲେ ଶାଶୂଘର ଲୋକେ ।

ତେବେ ସୂଚନା ଅନୁସରେ ନୟାଗଡ ଶରଣକୁଳ ଥାନା କଦଲାଇପଲ୍ଲି ପଞ୍ଚାୟତ ବଧି ସାହି ତପନ କୁମାର ପ୍ରଧାନ ଜିଗୀନୀ ପଡା ଗାଁ ର ବିଖ୍ୟାକାରୀ ସ୍ଵାଇଁଙ୍କ ଝିଅ ମୋନାଲିସା ସ୍ଵାଇଁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଜୀବନ ବେଶ୍ ହସଖୁସିରେ କଟୁଥିଲା । କେବେ ରିଲ୍ସ କରୁଥିଲେ କେବେ ଗୁପ ଚୁପ  ଖାଇବାକୁ ଯାଉଥିଲେ ।

ଦୁଇ ବର୍ଷ ପୂର୍ବେ କାରୋନା ମହାମାରୀ ବେଳେ ଝିଅର ଶାଶୂଘର ଲୋକଙ୍କ ଦାବି ଅନୁସାରେ ଦେଢ ଲକ୍ଷ ଟଙ୍କା ଓ ଆସବପତ୍ର ଦେଇ ହିନ୍ଦୁ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା । ତେବେ କିଛି ଦିନ ଉଭୟଙ୍କ ସଂସାର ହସଖୁସିରେ କଟୁଥିଲା ମାତ୍ର ତପନ ଓ ମନାଲିସାଙ୍କ ବୈବାହିକ ଜୀବନରେ ଲାଗିଯାଇଥିଲା  କାହାରି ନଜର ତେଣୁ ଉଭୟ ମଧ୍ୟରେ ଯୌତୁକକୁ ନେଇ ସର୍ବଦା ଝଗଡା ଦେଖାଦଉଥିଲା ।

ଏମିତିକି ଶାଶୂଘର ଲୋକେ ବାପା ଘରୁ କାର୍ ଆଣିବାକୁ ଦାବି କରିଥିଲେ । ମାତ୍ର ବାପା ଘରଲୋକେ ଏତେ ଟଙ୍କା ନାହିଁ ଯଦି ହୁଏ ତେବେ ଦେବେ ବୋଲି କହୁଥିଲେ । ଏହା ବ୍ଯତୀତ ସବୁ ପର୍ବାପର୍ବାଣିରେ ଝିଅକୁ କିଛି ଦେଉନ ଥିବା କଥା କହି ମୋନାଲିସାକୁ ମାନସିକ ଚାପ ଦେଉଥିଲେ । ମାତ୍ର ଯୌତୁକ ପାଇଁ ଶାଶୂଘର ଲୋକେ ମୋନାଲିସାକୁ ମାରି ଦେଇଥିଲେ ।

ଖବର ପାଇବା ପରେ ବାପା ଘର ଲୋକେ ଝିଅର ଶାଶୂଘରକୁ ଯାଇ ଦେଖିଲ ବେଳକୁ ଶବ ପାଖରେ କେହି ନାହାଁନ୍ତି । ବୋଧେ ହୁଏ ଖବର ପାଇଥିବା ଶାଶୂଘର ଲୋକେ ପୁଅକୁ ନେଇ ଫେରାର ହୋଇଯାଇଛନ୍ତି ।

ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟମୋଟନ ପାଇଁ ଶବକୁ ପଠାଇଛନ୍ତି ମାତ୍ର ମୋନାଲିସାଙ୍କ କିପରି ମୃତ୍ୟୁ ହୋଇଛି ତାହା ଏବେ ଯାଏ ଜଣାନ ପଡିଥିବାବେଳେ ଝିଅ ଘରଲୋକେ ହତ୍ୟା ହୋଇଛି ବୋଲି କହିଛନ୍ତି । ତେବେ ଏହି ଖବର ସମ୍ପର୍କ ରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *