ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ପ୍ରଡ୍ୟୁସର ସୁବାସ ରଥ ମିହିରଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ସୁବାସ ରଥ କାନ୍ଦି କାନ୍ଦି କହିଛନ୍ତି-‘ଥରେ ମେକଅପ୍ ରୁମରେ ମିହିର ବସିଥାଏ ମୁ ତା ପଛ ପଟରୁ ଯାଇ ତାକୁ କୁଣ୍ଢେଇ ପକାଇଲି କହିଲା ସାଙ୍ଗ ମୁ ସେଥିପାଇଁ ଦୁଃଖୀ ନାହିଁରେ ମୁ ଦୁଃଖୀ ହେଉଛି ମୋ ଡ୍ରେସ ଟା ମାଗିବେ ମାଗିବିନି ଆଉ ମୁ କେବେ ଏମିତି ଡ୍ରେସ ମାଗିବି ନାହିଁ’ । ଆଗକୁ ସେ କହିଛନ୍ତି-‘ଆମେ ସେହି ଦିନ ଠାରୁ ବହୁତ ସାଙ୍ଗ ଦୋସ୍ତି ହେଇଗଲୁ । ପରସ୍ପର ଭିତରେ ଭଲ ପାଇବା ହେଇଗଲା ।
ସେ କେବେବି ମୋତେ ତାର ପ୍ରୋବ୍ଲେମ ବିଷୟରେ କହି ନାହିଁ ସେ କେବେବି ତାର ସମସ୍ୟା ଦେଖାଏ ନାହିଁ । ଏମିତି ଭଗବାନ ତାକୁ ଏକ ଶରୀର ଦେଇଛନ୍ତି ଏତେ ସୁନ୍ଦର ମୁହଁ ଆଉ ତାର ଆଖି ଦେଇଛନ୍ତି କେହି ବି ଜାଣି ପାରିବେ ନାହିଁ କି ତାର ମନ କଷ୍ଟ ଅଛି’ । ଆଗକୁ ସେ କହିଛନ୍ତି-‘ପ୍ରଥମ ଫିଲ୍ମର ଶୁଟିଙ୍ଗରୁ ସେ କଟକରୁ ଆସୁଥିଲେ । ସେ ଶୁଟିଙ୍ଗ ସେଟରେ ପହଞ୍ଚି ସବୁ ବୁଝା ବୁଝି କରୁଥିଲେ ହେଲେ ମେକ୍ ଅପ୍ ପରେ ସେ ସିରିଏସ ହେଇଯାଉଥିଲେ ।

ଯେକୌଣସି ଚରିତ୍ର କଲେ ବି ସେ ଜୀବନ୍ତ ହେଉଥିଲା । ଆମେ ମାନେ ତାଙ୍କ ଅଭିନୟ ଦେଖି ବଶୀଭୂତ ହୋଇଯାଉଥିଲୁ । ସେତେବେଳେ ହର ପଟ୍ଟନାୟକ ମିହିର ଆଉ ମୁ ସଂଘର୍ଷ କରୁଥିଲୁ । ଆମ ପକେଟରେ ପଇସା ନଥିଲା ହେଲେ ଆମର ମନ ଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁବାସ ନିଜ ମନର କଥା କହିଛନ୍ତି ।

