ଆଜି ଅଭିନେତା Mihir Das ଙ୍କ ଜନ୍ମ ଦିନରେ ମୁହଁ ଖୋଲିଲେ ଅଭିନେତ୍ରୀ Usasi Misra, ସରକାରଙ୍କ ବିରୁଦ୍ଧରେ ଆଣିଲେ କିଛି ଏମିତି ଅଭିଯୋଗ, ସେ କଣ କହିଲେ ଦେଖନ୍ତୁ ଏହି Video

କିଛି ଦିନ ତଳେ ହିଁ ଓଲିଉଡ ଜଗତର ଜଣେ ମହାନ କଳାକାର ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ତାଙ୍କର ଅଭିନୟ ଦମରେ ଓଡିଶାର ପ୍ରତ୍ୟକ ଓଡିଆଙ୍କ ଘରେ ପରିଚିତ ଥିଲେ । ସ୍ଵର୍ଗତ ମିହିର ଦାସ ଆଜି ଆମ ଗହଣରେ ନାହାନ୍ତି । କିନ୍ତୁ ସେ ଆମ ହୃଦୟରେ ସବୁଦିନ ପାଇଁ ସ୍ମୃତି ହୋଇ ଥିବେ । କହିଦେଉଛୁ କି ମିହିର ଦାସଙ୍କ ଅଭିନୀତ ସବୁ ଫିଲ୍ମ ଦର୍ଶକମାନଙ୍କ ପସନ୍ଦିତା ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥାଏ ।

ସେ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବି ଅଭିନୟ କରୁଥିଲେ । ସେ ଗତ କିଛି ମାସ ହେବ ଅସୁସ୍ଥ ଥିବା ସତ୍ବେ ବି ଅଭିନୟ କରୁଥିଲେ । ଏଥିରୁ ଜଣା ପଡୁଛି କି ସେ ନିଜର କାମକୁ କେତେ ଭଲ ପାଆନ୍ତି । କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ମିହିର ଦାସ ଅଚାନକ ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ ।

କହିଦେଉଛୁ କି ଆଜି ମିହିର ଦାସଙ୍କ ଜନ୍ମ ଦିନ ଓ ଏହି ଉପଲକ୍ଷେ ତାଙ୍କର ମୂର୍ତ୍ତି ଉନ୍ମାଚାନ କରାଯାଇଛି । କିଛି କୁମ୍ଭାର ଭାଇମାନେ ମିହିର ଭାଇଙ୍କ ମୂର୍ତ୍ତି ତିଆରି କରିଛନ୍ତି । ଓଲିଉଡ ଜଗତର ପ୍ରସିଦ୍ଧ କଳାକାର ଉଷାଶୀ ମିଶ୍ର ଏହା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଲେ କି ଆଜି ମିହିର ଦାସଙ୍କ ଜନ୍ମଦିବସରେ ତାଙ୍କର ଏକ ମୂର୍ତ୍ତି ଉନ୍ମାଚାନ ହେଲା । ଯାହାକି ସମସ୍ତଙ୍କୁ ସମର୍ପିତ ।

ସେଥିପାଇଁ ଆର୍ଟିଷ୍ଟ ଆସୋସିଏସନର ଜୟେନ୍ଟ ସେକ୍ରେଟେରୀ ରୂପରେ ମୁଁ ଆଜି ଯୋଗାଯୋଗ କରିବାକୁ ଆସିଛି । ମୁଁ ମିହିର ଭାଇଙ୍କ ବହୁତ ବଡ ଫ୍ୟାନ । ଏତେ ବଡ ସମ୍ମାନ ଦେଇଥିବା କଳାକାରକୁ ମୁଁ ଧନ୍ୟବାଦ କହୁଛି । ଆଶା କରୁଛି ଆଗକୁ ବି ମିହିର ଭାଇଙ୍କ ପ୍ରତି ଭଲ ପାଇବା ଥାଉ ।

ଉଷାଶୀ ମିଶ୍ର ଆଗକୁ କହିଲେ କି ମୋର କୁମ୍ଭାର ଭାଇମାନେ ଯେଉଁମାନେ ବି କଳାକାର ସେମାନେ ଆଉ ଜଣେ କଳାକାରଙ୍କୁ ଏତେ ବଡ ସମ୍ମାନ ଦେଇ ପାରୁଛନ୍ତି, ତେବେ ଏହା ହେଉଛି ଦେବତୁଲ୍ୟ ଜିନିଷ । ଏମିତିରେ ମୁଁ କହିବି କି ଯଦି ଗୋଟିଏ କଳାକାର ଆଉ ଗୋଟିଏ କଳାକାରକୁ ସମ୍ମାନ ଦେଇ ପାରୁଛନ୍ତି ତେବେ ଏଠି କଣ ସରକାର ଶୋଇଛି । ଆମେ କଣ ମରି ଯାଇଛୁ, ଆମେ କଣ ଅଳିଆ । ଦୟାକରି ସମ୍ମାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *