ମିଛ ପ୍ରେମ ର ୫ ଟି ସଂକେତ, ଜାଣି ରଖନ୍ତୁ କେବେ ବି ଧୋକା ଖାଇବେ ନାହିଁ -Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଇଛୁ କୃଷ୍ଣ ଙ୍କ ବାଣୀ ରେ ଥିବା ପ୍ରେମ ତଥ୍ୟ ସମ୍ଭନ୍ଧରେ । ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନ ରେ କେବେ ନା କେବେ କୌଣସି ବ୍ୟକ୍ତି ଙ୍କୁ ନିଶ୍ଚିତ ଭାବରେ ଭଲ ପାଇଥାଏ ଏବଂ ସେହି ମନୁଷ୍ୟ ର ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିଥାଏ ଯେ, ସେ ଯାହାକୁ ନିଜ ମନର ସହ ଭଲ ପାଉଛି ତାକୁ ମଧ୍ୟ ସେହି ବ୍ୟକ୍ତି ସେତିକି ଭଲ ପାଉଛି ନା ନାହିଁ ଏବଂ ତାର ଭଲ ପାଇବା ସତ ଅଥବା ମିଛ କିମ୍ବା ସେ କେବଳ ଭଲ ପାଇବାର ନାଟକ କରୁଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ସଂକେତ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ସାଥି ଆପଣଂକୁ ସତ ରେ ଭଲ ପାଏ ଅଥବା ନୁହେଁ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ।

୧. ମିଥ୍ୟା ପ୍ରେମ କରୁଥିବା ବ୍ୟକ୍ତିଙ୍କ ପ୍ରଥମ ସଂକେତ ଟି ହେଉଛି, ସେ ଆପଣଂକୁ କହିବେ ଯେ ସେ ଆପଣଂକୁ ବହୁତ ଭଲ ପାଆନ୍ତି କିନ୍ତୁ କେବେ ବାହା ହୋଇ ପାରିବେ ନାହିଁ।ସେ ଏହା ମଧ୍ୟ କହିବେ ଯେ ଆପଣ ଦୁହିଁଙ୍କ ସମ୍ପର୍କ କୁ ପରିବାର ଲୋକେ କେବେ ବି ସ୍ୱୀକାର କରିବେ ନାହିଁ ଏବଂ ଆପଣଂକୁ ଜାତିଗତ ଭେଦ ସମ୍ବନ୍ଧରେ ମଧ୍ୟ କହିବେ।

୨. ଯେଉଁ ବ୍ୟକ୍ତି ଆପଣଙ୍କୁ ସତରେ ଭଲ ପାଇଥାଏ ସେ ଆପଣଂକୁ ନିଜ ପରିବାର ସମ୍ବନ୍ଧରେ ମଧ୍ୟ କହିଥାଏ ଏବଂ ଆପଣଙ୍କ ପରିବାର ସମ୍ବନ୍ଧରେ ମଧ୍ୟ ଜାଣିବାକୁ ଚାହିଁଥାଏ।ସେ ଆପଣଙ୍କ ସହ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟଙ୍କ ସମ୍ବନ୍ଧରେ କଥା ହୋଇଥାଏ ଏବଂ ନିଜ ପରିବାର ବିଷୟରେ ମଧ୍ୟ କହିଥାଏ।କିନ୍ତୁ ଯେଉଁ ବ୍ୟକ୍ତି ଆପଣଂକ ସହ ଭଲ ପାଇବାର କେବଳ ନାଟକ କରିଥାଏ ସେହି ବ୍ୟକ୍ତି କେବେଭି ଆପଣଂକ ସହ ନିଜ ପରିବାର ସମ୍ବନ୍ଧରେ କଥା ହୋଇନଥାଏ ଏବଂ ଏହି ବିଷୟରେ ଧ୍ୟାନ ଦେଇ ନଥାଏ। ସେହି ବ୍ୟକ୍ତି କେବଳ ଗୋଟିଏ ଜିନିଷ ଆପଣଙ୍କ ଠାରୁ ଚାହିଁ ଥାଏ ତାହା ହେଉଛି ଆପଣଙ୍କ ଦ୍ୱାରା ନିଜର ଆବଶ୍ୟକତା ପୂରଣ କରିବା।

୩. ଯେଉଁ ବ୍ୟକ୍ତି ଆପଣଂକ ସହ ଭଲ ପାଇବାର ଅଭିନୟ କରିଥାଏ ସେହି ବ୍ୟକ୍ତି କେବେ ବି ଆପଣଙ୍କ ସମସ୍ୟା କୁ ବୁଝିବାକୁ ଚେଷ୍ଟା କରିନଥାଏ ଏବଂ କେବଳ ଆପଣଙ୍କ ଭୁଲ କୁ ଦେଖିଥାଏ।ସେହି ବ୍ୟକ୍ତି କେବେ ବି ଆପଣଙ୍କ ଭଲ ପାଇବାକୁ ବୁଝି ନଥାଏ କେବଳ ଆପଣଙ୍କ ମଧ୍ୟରେ ଥିବା ଅଭାବ କୁ ଦେଖିଥାଏ।

୪. ଯେଉଁ ବ୍ୟକ୍ତି ଆପଣଂକୁ ସତରେ ଭଲ ପାଇଥାଏ ସେ କେବେ ବି ଆପଣଙ୍କୁ କୌଣସି କ୍ଷେତ୍ରରେ ବାଧା ଦେଇନଥାଏ ଏବଂ ସର୍ବଦା ଆପଣଙ୍କ ପରିସ୍ଥିତି କୁ ବୁଝିଥାଏ। ମିଛ ଭଲ ପାଇବାର କେବଳ ସର୍ତ୍ତ ରହିଥାଏ। ଦୁନିଆ ରେ ମା ବାପା ଙ୍କ ଛଡ଼ା ଅନ୍ୟ କୌଣସି ଏପରି ସମ୍ପର୍କ ରହି ନାହିଁ ଯେଉଁଥିରେ ସର୍ତ୍ତ ନଥାଏ ଏବଂ ବିନା ସର୍ତ୍ତ ରେ ଆପଣଂକୁ କେହି ଭଲ ପାଇନଥାନ୍ତି।କିନ୍ତୁ ପ୍ରେମ ସମ୍ପର୍କ ରେ ଅଧିକ ସର୍ତ୍ତ ରହିଲେ ତାହା ସତ ଭଲ ପାଇବା ବୋଲି କୁହାଯାଏ ନାହିଁ।

୫. ଯେଉଁ ବ୍ୟକ୍ତି ସବୁବେଳେ ଆପଣଂକୁ ବଦଳାଇବାକୁ ଚେଷ୍ଟା କରିଥାଏ ଏବଂ ନିଜ ହିସାବରେ ରଖିବାକୁ ଚେଷ୍ଟା କରିଥାଏ ସେହି ବ୍ୟକ୍ତି କେବେଭି ଆପଣଂକୁ ସତ ରେ ଭଲ ପାଇ ନଥାଏ।ସେ କେବଳ ଆପଣଙ୍କ ଉପରେ ନିଜର ହୁକୁମ ଚଲାଇ ଥାଏ ଏବଂ ଚାହିଁଥାଏ ଯେ, ଆପଣ ସର୍ବଦା ତାଙ୍କ ହିସାବ ରେ ନିଜ ଜୀବନ ବିତାନ୍ତୁ।

ତେବେ ବନ୍ଧୁଗଣ ଏହା ଥିଲା ମିଛ ପ୍ରେମ ର ୫ଟି ସଂକେତ ବିଷୟରେ । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *