ମାତ୍ର ୫ ମିନିଟ ରେ ଗଳା ସଂକ୍ରମଣ, ଗଳା ଫୁଲା ଓ ଗଳା ଦରଜ ରୁ ମିଳିବ ମୁକ୍ତି, କରନ୍ତୁ ଏହି ଦେଶୀ ଉପାୟ- Health Tips

ଗଳାରେ ସଂକ୍ରମଣ ହେବା ଏକ ସାଧାରଣ ଲକ୍ଷଣ ଅଟେ । ଏହା ପ୍ରଦୂଷିତ ପାଣି ଓ ଦୂଷିତ ବାଯୁମଣ୍ଡଳ ପାଇଁ ହୋଇଥାଏ । ପ୍ରଦୂଷିତ ଜଳବାୟୁରେ ନିଶ୍ଵାସ ନେବା ଦ୍ଵାରା ଭାଇରସ କିମ୍ବା ବ୍ୟାକ୍ଟେରିଆ କାରଣରୁ ଗଳା ଜନିତ ସମସ୍ୟା ହୋଇଥାଏ ।

ଯେବେ ଶରୀରରେ ବାତ ଓ କଫ ଦୂଷିତ ହୋଇଯାଇଥାଏ ସେତେବେଳେ ଏହି ଗଳା ଜନିତ ଜନିତ ସମସ୍ୟା ହୋଇଥାଏ । ଗଳା ସମସ୍ୟାର ଲକ୍ଷଣ ଯେତେ ଶୀଘ୍ର ଜଣା ପଡିବ ସେତେ ଶୀଘ୍ର ଏହାର ଚିକିତ୍ସା ହୋଇପାରିବ । ଗଳାରେ ଇନଫେକସନ ହେବାର ଲକ୍ଷଣ ଗୁଡିକ ହେଉଛି ଗଳାରେ କଷ୍ଟ, ଗଳା ସରସର ହେବା, କିଛି ଢୋକିବା ପାଇଁ କଷ୍ଟ ହେବା, କର୍କଶ ଆବାଯ ବା ସ୍ଵର ଆସିବା ଏହା ସହିତ ଜ୍ଵର ଏବଂ କାସ ମଧ୍ୟ ହୋଇପାରେ ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ଗଳା ଜନିତ କୌଣସି ସମସ୍ୟା ବା ଲକ୍ଷଣ ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜ ଗଳା ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇଯିବେ । ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ପାଞ୍ଚଟି ତୁଳସୀ ପତ୍ର ଓ ପାଞ୍ଚଟି ଗୋଲମରୀଚ ନିଅନ୍ତୁ । ଆପଣ ମାନେ ଗୋଟା ଗୋଲମରୀଚକୁ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ଆପଣ ସେଥିରେ ପାଞ୍ଚଟି ତୁଳସୀ ପତ୍ର ନିଅନ୍ତୁ ଏବଂ ସେହି ପାଣିରେ ଗୁଣ୍ଡ ଗୋଲମରୀଚ ଗୁଣ୍ଡ ପକାଇ ଦିଅନ୍ତୁ । ଏହାପରେ ଆପଣ ସେହି ପାଣିକୁ ସେତିକି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ସମୟ ମଧ୍ୟରେ ସେହି ପାଣି ଅଧ ଗ୍ଳାସ ନ ହୋଇଯିବ ।

ବନ୍ଧୁଗଣ ପାଣି ଫୁଟି ଫୁଟି ଅଧ ଗ୍ଳାସ ହୋଇଯିବା ପରେ ଆପଣ ସେହି ପାଣିକୁ ଏକ ଛଣା ଦ୍ଵାରା ଛାଣି ଦିଅନ୍ତୁ । ଏହାପରେ ଆପଣ ସେହି ମିଶ୍ରଣରେ ଏକ ଚାମଚ କିମ୍ବା ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଆପଣ ସେହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଆମ ଉପଚାର ପ୍ରସ୍ତୁତ ହୋଇଯିବ ।

ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ଦିନକୁ ତିନି ଥର ସେବନ କରନ୍ତୁ ହେଲେ ଧ୍ୟାନ ରଖିବେ ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ବି ଖାଇବେ ନାହିଁ । ଏହି ଉପଚାରର ପ୍ରୟୋଗ ଆପଣ କେବଳ ଦୁଇ ଦିନ କରନ୍ତୁ ଦେଖିବେ ଆପଣଙ୍କର ଗଳା ଜନିତ ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ତା ହେଲେ ବନ୍ଧୁଗଣ ଏହି ଉପଚାରର ପ୍ରୟୋଗ ଶୀଘ୍ର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *