ମାତ୍ର 1 ସପ୍ତାହରେ ଡାର୍କ ସର୍କଲ ହେବ ଗାୟବ, କେବଳ କରନ୍ତୁ ଏହି ଉପାୟ (Beuty Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ର ବ୍ୟସ୍ତତା ଭରା ଜୀବନ ରେ ବ୍ୟକ୍ତି କୁ ନିଜର ଯତ୍ନ ନେବା ପାଇଁ ମଧ୍ୟ ସମୟ ମିଳୁ ନାହିଁ । ଯାହାଦ୍ୱାରା ବ୍ୟକ୍ତି କୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି ।

ସେହି ସମସ୍ୟା ଗୁଡ଼ିକ ମଧ୍ୟରୁ ଏକ ପ୍ରମୁଖ ସମସ୍ୟା ହେଉଛି, ଆଖି ତଳେ କଳା ଦାଗ ପଡ଼ିବା । ଅଧିକ ଚିନ୍ତା କରିବା କାରଣରୁ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଯଦି ଏହି ସମସ୍ୟା ରେ ଅଛନ୍ତି ତେବେ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଆଖି ତଳେ ଥିବା କଳା ଦାଗ ତୁରନ୍ତ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ମାନଙ୍କୁ କେବଳ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି କଫି ଏବଂ ନଡ଼ିଆ ତେଲ । ଆପଣ ପ୍ରଥମେ ଏକ ଛୋଟ କଫି ପ୍ୟାକେଟ ରୁ କଫି କୁ ବାହାର କରି ଦିଅନ୍ତୁ ଏବଂ ତା’କୁ ଏକ ପାତ୍ର ରେ କାଢ଼ି ରଖନ୍ତୁ । ଏହାପରେ ଆପଣ ସେଥିରେ ୪ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

କଫି ଓ ନଡ଼ିଆ ତେଲ କୁ ଭଲ ଭାବରେ ଗୋଳାଇବା ପରେ ଏକ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଆପଣ ସେହି ମିଶ୍ରଣ କୁ ୬ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ । ଏହାପରେ ଆପଣ ଏକ ସଫା କପଡା ନିଅନ୍ତୁ ଏବଂ ୮ ଘଣ୍ଟା ପରେ ସେହି ମିଶ୍ରଣ କୁ ଆଣି କପଡ଼ା ସାହାଯ୍ୟ ରେ ଅନ୍ୟ ଏକ ପାତ୍ରରେ ସେହି ମିଶ୍ରଣ କୁ ଭଲ ଭାବରେ ଛାଣି ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା ।

ଏହାପରେ ଆପଣ କଫି ଓ ନଡ଼ିଆ ତେଲ ର ଏହି ମିଶ୍ରଣ କୁ ଏକ ଛୋଟ ବୋତଲ ରେ ଷ୍ଟୋର କରି ରଖି ଦିଅନ୍ତୁ । ଆପଣ ଏହାକୁ ୧ ରୁ ୨ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ । ଆପଣ ମାନେ ଏହି ମିଶ୍ରଣ କୁ ଆଖି ତଳେ ଲଗାଇ ଦିଅନ୍ତୁ । ଦୁଇ ରୁ ତିନି ଘଣ୍ଟା ରଖିବା ପରେ ଆପଣ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନେ ଏହି ଉପଚାର କୁ ପ୍ରୟୋଗ କରିବାର ପ୍ରାୟ ୧ ସପ୍ତାହ ମଧ୍ୟରେ ପାର୍ଥକ୍ୟ ଜାଣି ପାରିବେ । ଏହାଦ୍ବାରା ଆପଣ ମାନଙ୍କ ଆଖି ତଳେ ଥିବା କଳା ଦାଗ ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ । ତେବେ ଆପଣ ମାନେ ଯଦି ଏହାର ଚମତ୍କାରୀ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *