ନିଜର ଅନସ୍କ୍ରିନ ଭଉଣୀକୁ ହିଁ ପ୍ରେମ କରି ବସିଲେ TV ର ଏହି 5 ଜଣ ଷ୍ଟାର, ନମ୍ବର 5 ତ କରିନେଲେ ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ବର୍ତ୍ତମାନ ସମୟରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ମଧ୍ୟ ଚର୍ଚ୍ଚା ରେ ରହିଛି । ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କେତେକ ପ୍ରସିଦ୍ଧ କଳାକାର ବଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ମାନଙ୍କ ଠାରୁ ମଧ୍ୟ ନିଜ ସିରିଆଲ ରେ ଅଧିକ ଚାର୍ଜ ନେଉଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କଳାକାର ଙ୍କ ଲଭ ଆଫେୟାର ସମ୍ବନ୍ଧରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ସେହି ପ୍ରସିଦ୍ଧ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସିରିଆଲ ରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରୁଥିବା ବେଳେ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ରିଲେସନ ରେ ରହିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ‘ଦିବାଙ୍ଗନା ସୂର୍ଯ୍ୟବଂଶୀ’ ଏବଂ ଅଭିନେତା ‘ସିବିନ ନାରଙ୍ଗ’ । ଏହି ଦୁଇ ଯୋଡି ଟିଭି ସିରିଆଲ ‘ବୀର କି ଅରଦାସ ବୀରା’ ରେ ଭାଇ ଏବଂ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ଦିବାଙ୍ଗନା ଏହି ସିରିଆଲ ରେ ମୂଖ୍ୟ ଭୂମିକା ‘ବୀରା’ ର ଅଭିନୟ କରିଥିଲେ ଏବଂ ସିବିନ ତାଙ୍କ ଭାଇର ଭୂମିକା ରେ ଅଭିନୟ କରିଥିଲେ । ଏହି ଦୁଇ ଯୋଡି ବର୍ତ୍ତମାନ ରିଅଲ ଲାଇଫରେ ପରସ୍ପରକୁ ଡେଟ କରୁଛନ୍ତି ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି, ଅଭିନେତ୍ରୀ ‘ରିୟା ଶର୍ମା’ ଏବଂ ଅଭିନେତା ‘ମୟଙ୍କ ବର୍ମା’ । ଟିଭି ସିରିଆଲ ‘ତୁ ସୁରଜ ମେ ସାଂଜ ପିୟାଜୀ’ ରେ ରିୟା ଏବଂ ମୟଙ୍କ ପରସ୍ପର ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । ଏହି ଦୁଇ ଯୋଡିଙ୍କୁ ସୁ-ଟିଂ ସେଟ ରେ ପରସ୍ପର ଙ୍କ ସହ ଏକାଠି ସମୟ ବିତାଇବାଇ ଦେଖିବାକୁ ମିଳିଥିଲା ଏବଂ ବିଭିନ୍ନ ପାର୍ଟିରେ ମଧ୍ୟ ଉଭୟ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଦୁହେଁ ପରସ୍ପରକୁ ରିଅଲ ଲାଇଫରେ ଡେଟ କରୁଛନ୍ତି ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି, ଅଭିନେତା ‘ରୋହନ ମେହେରା’ ଏବଂ ଅଭିନେତ୍ରୀ ‘କାଞ୍ଚି ସିଂ’ । ଷ୍ଟାର ପ୍ଲସ ରେ ପ୍ରସାରିତ ପପୁଲାର ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହଲାତା’ ରେ ଏହି ଦୁଇ ଯୋଡି ପରସ୍ପର ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଡି ଙ୍କୁ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ଡେଟ କରିବାର ଦେଖିବାକୁ ମିଳିଥିଲା । ଯେଉଁ କାରଣ ରୁ ଏହି ଯୋଡ଼ି ଙ୍କୁ ସିରିଆଲ ରୁ ବାହାର କରିଦିଆ ଯାଇଥିଲା ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି, ଅଭିନେତ୍ରୀ ‘ଅଦିତି ଭାଟିଆ’ ଏବଂ ଅଭିନେତା ‘ଅଭିଷେକ ବର୍ମା’ । ଏହି ଯୋଡି ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ରୁହି ଏବଂ ଆଦିତ୍ୟ ଙ୍କ ଚରିତ୍ରରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । କିନ୍ତୁ ରିଅଲ ଲାଇଫ ରେ ଏହି ଯୋଡି ସିରିଆଲ ରେ କାମ କରିବା ସହ ପରସ୍ପରକୁ ଡେଟ କରୁଛନ୍ତି ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି, ଅଭିନେତା ‘ଅବିନାଶ ସଚ୍ଚଦେବ’ ଏବଂ ଅଭିନେତ୍ରୀ ‘ସାଲମାଲି ଦେଶାଇ’ । ଏହି ଯୋଡ଼ି ସିରିଆଲ ‘ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଂ’ ରେ ଭାଇ ଓ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ସେତେବେଳେ ଉଭୟ ପରସ୍ପର ଠାରୁ ଦୂରରେ ରହୁଥିଲେ । କିନ୍ତୁ ପରେ ଉଭୟ ପରସ୍ପର କୁ ଭଲ ପାଇବାକୁ ଲାଗିଲେ ଏବଂ ଶେଷରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Leave a Reply

Your email address will not be published. Required fields are marked *