ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ Lipsha Satpathy ଙ୍କ ରିଅଲ ଲାଇଫ Family & Biography, କଣ କରୁଛନ୍ତି ସେ ଏବେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଲୀପଶା ଶତପଥି । ଆପଣ ମାନେ ସମସ୍ତେ ଲୀପଶାଙ୍କୁ ଅନେକ ଫିଲ୍ମ ଓ ଆଲବମରେ ନିଶ୍ଚୟ ଦେଖିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୀପଶା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଲୀପଶା ଶତପଥିଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗ ଲୀପଶାଙ୍କ ନିକ ନେମ ହେଉଛି ମିଠି ସେ ଡିସେମ୍ବର ୩୦ ତାରିଖରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲେ । ଲୀପଶାଙ୍କ ବାପାଙ୍କ ନାମ ହେଉଛି ସି.ଡି ଶତପଥି ଓ ତାଙ୍କ ମାଙ୍କ ନାମ ହେଉଛି ଜ୍ୟୋସ୍ନା ଶତପଥି । ଲୀପଶାଙ୍କ ବାପା ହେଉଛନ୍ତି ଜଣେ ବ୍ୟାଙ୍କ ମ୍ୟାନେଜର । ସୌମିତ୍ର ଆର ଚାନ୍ଦଙ୍କ ସହ ଲୀପଶା ୨୦୧୨ ମସିହାରେ ବିବାହ କରିଥିଲେ । ଲୀପଶା ନିଜ ପାଠ ପଢା ରେଭେନ୍ସା ୟୁନିଭର୍ସିଟିରେ ପୂରଣ କରିଛନ୍ତି ।

ଏହା ସହ ସେ ନିଜ ଗ୍ରାଜୁଏସନ ଆଇଆଇଟିଟିଏମ କଲେଜରେ କରିଛନ୍ତି । ଲୀପଶାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି । ଲୀପଶାଙ୍କୁ ଅଭିନୟ ଓ ଖେଳରେ ବହୁତ ରୁଚି ଥିଲା । ସେ ଡ୍ୟାନ୍ସ, ଖେଳ ଓ ଜିମ ଆଦିରେ ଅଧିକ ସମୟ ଅତିବାହିତ କରନ୍ତି । ଲୀପଶା ନିଜ ଅଭିନୟ କାରିୟରର ଆରମ୍ଭ ପ୍ରଥମେ ଓଡିଆ ଆଲବମରୁ କରିଥିଲେ । ସେ ୨୦୦୨ ମସିହାରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।

କେତେକ ଓଡିଆ ଆଲବମରେ କାମ କରିବା ପରେ ସେ ଓଡିଆ ଫିଲ୍ମ ଦୁନିଆକୁ ପାଦ ଦେଇଥିଲେ । ସେ ୨୦୦୮ ମସିହାରେ ଆସିଥିବା ଫିଲ୍ମ ‘ଛାତି ଚିରିଦେଲେ ତୁ’ ଆଦି କେତେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ କରନ୍ତି । ବନ୍ଧୁଗଣ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଲୀପଶା ଶତପଥି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *