“ମତେ କ୍ଷମା କରିଦେବ ମମ୍ମି, ଡେଡି..ସୋନାଲି ମୋ ଜୀବନ ସହ…” ସୌମ୍ୟ ନିଜ ସୂଇସାଇଡ ନୋଟରେ ଲେଖି ଯାଇଛନ୍ତି ନିଜର କିଛି ଏମିତି ବେଦନା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପ୍ରେମିକା ପାଇଁ ନିଜ ଜୀବନ ହାରିଲା ପ୍ରେମିକ ତଥା ଯୁବକ ସୌମ୍ୟ । ମୃତ୍ୟୁ ପୂର୍ବରୁ ସୁଇସାଇଡ଼ ନୋଟ୍ ରେ ଲେଖିଲେ ଏଭଳି କିଛି, ” ଆଇ ଆମ୍ ସରି ମମ୍ମି ଡ୍ୟାଡି ମୋତେ କ୍ଷମା କରିଦେବ । ସୋନାଲି ମୋ ଲାଇଫ ସହିତ ବହୁତ ଖେଳିଲା, ଗୋଟିଏ ବର୍ଷ ଖେଳିଲା । ଟିକେ ଟିକେ ଭୁଲ ପାଇଁ ମାସ ମାସ ମୋତେ ତଡ଼ପାଇଲା । ମୁଁ ଆଉ ଦୁନିଆ କୁ ଫେସ କରି ପାରିବି ନାହିଁ ।

ମୁଁ ବଂଚିକି ବି ନ ବଂଚିଲା ପରି । ତୁମେ ମମ୍ମି ଙ୍କୁ ବହୁତ ଭଲ ପାଅ । ତୁମେ ଦୁଇ ଜଣ ଖୁସି ରେ ରୁହ । ଆୟନ କୁ ମୁଁ ବହୁତ ମିସ କରିବି । ମୋର ଭଗବାନ ଙ୍କ ଉପରେ ଭରସା ଉଠିଗଲା । ୩୦ ବର୍ଷ ହେଲା ଡାକୁଛି ହେଲେ ସିଏ ମନରେ ଖାଲି କଷ୍ଟ ଦେଉଛନ୍ତି । ଏ ସୋନାଲି ଲକି କୁ ଛାଡ଼ିକି ଆସିଲା ଅଜୟ ପାଇଁ । ଅଜୟ ଥିଲା ବେଳେ ମୋତେ ତା’ ଜାଲ ରେ ଫସାଇ ଦେଲା । ଅଜୟ ପାଢ଼ୀ ମୋତେ ମାଫ କରିଦେବ । ମୁଁ ତୁମକୁ ବହୁତ କଷ୍ଟ ଦେଇଛି ।

ସୋନାଲି ଏବେ ସାରସ୍ୱତ ପାଇଁ ମୋତେ ଛାଡ଼ିକି ଗଲା । ମୁଁ ମୋ କର୍ମ ର ଫଳ ଭୋଗିବି । ପ୍ଲିଜ ଡ୍ୟାଡି ମମ୍ମି ମୋତେ ମାଫ କରିଦେବ । ଏହାକୁ ମୋ ସୁଇସାଇଡ଼ ନୋଟ ହିସାବ ରେ ଗ୍ରହଣ କରନ୍ତୁ । ପୋଲିସ କୁ ମୋର ଅନୁରୋଧ ସୋନାଲି ର ପ୍ରପର ଇଂଭେସ୍ଟିଗେସନ ହେଉ । ୨୯ ଦିନ ମୋତେ ଧୋକା ଦେଇ ସେ ସାରସ୍ୱତ ପାଖକୁ ଯାଇଥିଲା । ସମସ୍ତଙ୍କ ଆଗରେ ଭଲ ହୋଇ ମୋତେ ଖରାପ କରିଦେଲା । ”

ଏହା ଥିଲା ମୃତ ସୌମ୍ୟ ରଞ୍ଜନ ଙ୍କ ଶେଷ ଚିଠି । ଯେଉଁଥିରେ ସେ ନିଜ ମୃତ୍ୟୁ ର କାରଣ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଏବଂ ନିଜ ମୃତ୍ୟୁ ସମୟ ରେ ବା ଚିଠି ଲେଖିଥିବା ସମୟ ରେ ସେ ମାନସିକ ଚାପ ରେ ଥିବା ବୋଲି ବାରି ହେଉଛି । ଏହା ପଛ ରେ ସେ କାରଣ ସୋନାଲି ଙ୍କୁ ହିଁ ଦର୍ଶାଇ ଥିଲେ । ଗତ ୨୯ ଦିନ ହେବ ସେ ଜାଣିବାକୁ ପାଇଥିଲେ ଯେ, ସାରସ୍ୱତ ନାମକ ଜଣେ ଯୁବକ ଙ୍କ ସହିତ ସୋନାଲି ଙ୍କ ସମ୍ପର୍କ ରହିଛି ବୋଲି । ଯାହାକୁ ନେଇ ସେ ମାନସିକ ଚାପ ବଶବର୍ତ୍ତି ହୋଇଯାଇଥିଲେ ।

ସୌମ୍ୟ ଙ୍କ ଚିଠି ରୁ ଏହା ଜଣା ପଡୁଛି ଯେ, ସୋନାଲି ପ୍ରଥମେ ଲକି ନାମକ ଜଣେ ଯୁବକ ଙ୍କ ସହିତ ସମ୍ପର୍କ ରେ ଥିଲେ । ଏହାପରେ ଅଜୟ ପାଢ଼ୀ ନାମକ ବ୍ୟକ୍ତି ଙ୍କ ସହିତ ତାଙ୍କ ସମ୍ପର୍କ ଥିଲା । ଚିଠି ରେ ଅଜୟ ପାଢ଼ୀ ଙ୍କୁ ଭୁଲ ମାଗିଛନ୍ତି ସୌମ୍ୟ । ବୋଧହୁଏ କୌଣସି କାରଣ ରୁ ସୋନାଲି କୁ ନେଇ ଅଜୟ ଓ ସୌମ୍ୟ ଙ୍କ ମଧ୍ୟ ରେ ତିକ୍ତତା ସୃଷ୍ଟି ହୋଇଥିଲା । ପରେ ସେ ବୁଝି ପାରିଥିଲେ ଯେ, ଏଥିରେ ଅଜୟ ଙ୍କ କୌଣସି ଭୁଲ ନଥିଲା ।

ସୌମ୍ୟ ନିଜ କର୍ମ ର ଫଳ ଭୋଗିବେ ବୋଲି ସେ ଚିଠି ରେ ଉଲ୍ଲେଖ କରିଛନ୍ତି । ବାପା ମାଆ ଙ୍କୁ ଭୁଲ ମାଗିବା ସହିତ ନିଜ ମାନସିକ ନିର୍ଯାତନା ର ସ୍ପଷ୍ଟ ଉଲ୍ଲେଖ ସେ ଚିଠି ମାଧ୍ୟମରେ କରିଛନ୍ତି । ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୌମ୍ୟ ଚାହାନ୍ତି ସୋନାଲି ଙ୍କ ଉପରେ ଇଂଭେସ୍ଟିଗେସନ ହେଉ । ସେ ଏହି ସମ୍ବନ୍ଧରେ ଚିଠି ରେ ସେ ପୋଲିସ କୁ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ସୌମ୍ୟ ନିଜ ମନର କଥା ଚିଠି ରେ ଲେଖିଛନ୍ତି ।

ତେବେ ଆଉ କଣ ରହିଛି ଏହି ଘଟଣା ପଛରେ ଯାହା ସେ ପୋଲିସ ମାଧ୍ୟମରେ ଇଂଭେସ୍ଟିଗେଟ୍ କରାଇବାକୁ ଚାହୁଁଛନ୍ତି? ଏହି ଘଟଣା କୁ ନେଇ ସୋନାଲି ଙ୍କ ପ୍ରତିକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ତେବେ ପୋଲିସ ଏହି ଘଟଣା କୁ ନେଇ କେବେ ଓ କିପରି ନିଜର ତଦନ୍ତ ଆରମ୍ଭ କରୁଛି ତାହା କେବଳ ଦେଖିବାକୁ ବାକି ରହିଲା ଏବଂ ସୌମ୍ୟ ଙ୍କ ମୃତ୍ୟୁ ଅନେକ ଯୁବକ ଙ୍କ ପାଇଁ ବର୍ତ୍ତମାନ ଏକ ଉଦାହରଣ ସ୍ୱରୂପ ପାଲଟିଛି ।

Leave a Reply

Your email address will not be published. Required fields are marked *