ମାସରେ କେବଳ ଥରେ ଲଗାନ୍ତୁ, ସାରା ଜୀବନ କେଶ ଧଳା ହେବନି- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ରାମବାଣ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା କେବେବି ଧଳା କେଶ ଆସିବ ନାହିଁ। ବନ୍ଧୁଗଣ ପୁରୁଷ ହେଉ ଅଥବା ନାରୀ ସମସ୍ତଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ। ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ ଏହା ଦ୍ୱାରା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ।

ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି। କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଭୃସଙ୍ଗ ପତ୍ର ଏବଂ ନଡ଼ିଆ ତେଲ ଆବଶ୍ୟକ ଅଟେ। ବନ୍ଧୁଗଣ ଭୃସଙ୍ଗ ପତ୍ର ସମସ୍ତଙ୍କ ଘରେ ଅତି ସହଜରେ ନିଶ୍ଚିତ ଭାବରେ ମିଳିଯିବ। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବହୁତ କମ ଲୋକ ଜାଣିଛନ୍ତି ଭୃସଙ୍ଗ ପତ୍ରକୁ ଖାଦ୍ୟ ରେ ବ୍ୟବହାର କରିବା ସହ ଆପଣ ଏହାକୁ କେଶ ପାଇଁ ମଧ୍ୟ ବ୍ୟବହାର କରି ପାରିବେ।ଏହା ଧଳା କେଶକୁ କଳା କରିବା ନିମନ୍ତେ ରାମବାଣ ଭଳି କାର୍ଯ୍ୟ କରିଥାଏ।

୨. ବନ୍ଧୁଗଣ ପ୍ରଥମେ ଗ୍ୟାସ ଉପରେ ଏକ ପାତ୍ର ବସାଇ ସେଥିରେ ୫୦ ଗ୍ରାମ ନଡ଼ିଆ ତେଲ ପକାନ୍ତୁ ଏବଂ ସେହି ତେଲକୁ ହାଲକା ଗରମ କରନ୍ତୁ। ନଡ଼ିଆ ତେଲ ହାଲକା ଗରମ ହେବା ପରେ ସେଥିରେ ୧୦୦ଗ୍ରାମ ଭୃସଙ୍ଗ ପତ୍ର ପକାନ୍ତୁ ଏବଂ ଗ୍ୟାସ କୁ ସିମ କରି ଦିଅନ୍ତୁ।

ଅତିକମ ରେ ୧୦ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ। ବନ୍ଧୁଗଣ ଏହା ଭଲ ଭାବରେ ୧୦ ମିନିଟ ପର୍ଯ୍ୟନ୍ତ ଫୁଟିଲା ପରେ ଆପଣ ଦେଖିବେ ଯେ ନଡ଼ିଆ ତେଲ ର ରଙ୍ଗ ବଦଳି ଯିବ। ଏହାକୁ ଥଣ୍ଡା କରି କୌଣସି ଏକ ବୋତଲ ରେ ଭରି ରଖିଦିଅନ୍ତୁ।

୩. ବନ୍ଧୁଗଣ ଏହି ତେଲକୁ ସପ୍ତାହ ରେ ୩ ଥର ନିଜ କେଶରେ ଲଗାନ୍ତୁ। ବନ୍ଧୁଗଣ ବଞ୍ଚି ଯାଇଥିବା ପତ୍ରକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ଏହାକୁ ଆପଣଙ୍କ କେଶ ମୂଳରେ ଲଗାନ୍ତୁ। ଏହା ଲଗାଇବା ଦ୍ଵାରା କେଶ ନରମ ହୋଇଥାଏ।

୪. ବନ୍ଧୁଗଣ ଏହି ଘରୋଇ ଉପଚାର ପ୍ରୟୋଗ ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ ଏବଂ ଏହା ସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯିବ। ଏହି ଉପଚାର ର ପ୍ରୟୋଗ ଦ୍ୱାରା ଆପଣଙ୍କ କେଶ ଘନ ଏବଂ ମଜବୁତ ହେବା ସହ ସୁନ୍ଦର ମଧ୍ୟ ଦେଖାଯିବ। ତେବେ ବନ୍ଧୁଗଣ ଆପଣ ଯଦି ପ୍ରାକୃତିକ ଉପାୟରେ ନିଜ କେଶକୁ କଳା କରିବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ ଉପଚାରକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ପ୍ରାକୃତିକ ଲାଭ ପ୍ରାପ୍ତ ହେବ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *